Achira News Logo
Achira News

900 ପେଶାଦାର ଫୁଟବଲ ଗୋଲ୍ ଦେବାରେ ଦ୍ୱିତୀୟ ଖେଳାଳି ହେଲେ ଲିଓନେଲ୍ ମେସି

Prameya
900 ପେଶାଦାର ଫୁଟବଲ ଗୋଲ୍ ଦେବାରେ ଦ୍ୱିତୀୟ ଖେଳାଳି ହେଲେ ଲିଓନେଲ୍ ମେସି
Full News
Share:

ମାୟାମୀ,୨୦/୦୩: ପ୍ରସିଦ୍ଧ ଫୁଟବଲ୍ ଖେଳାଳି ଆର୍ଜେଣ୍ଟିନାର ଲିଓନେଲ ମେସି ଆଉ ଏକ ରେକର୍ଡ ତାଲିକାରେ ନିଜ ନାମ ସାମିଲ କରିଛନ୍ତି । ସେ ବିଶ୍ୱର ଦ୍ୱିତୀୟ ଖେଳାଳି ଭାବେ ପେସାଦାର ଫୁଟବଲ୍‌ରେ ୯୦୦ ଗୋଲ୍ ସ୍କୋର କରିଛନ୍ତି । ତାଙ୍କ ପୂର୍ବରୁ କେବଳ କ୍ରିଷ୍ଟିଆନୋ ରୋନାଲ୍ଡୋ ଏହି ସଫଳତା ଅର୍ଜନ କରିଛନ୍ତି । ସେ ଇତି ମଧ୍ୟରେ ୯୬୫ଟି ଗୋଲ୍ ସ୍କୋର କରିସାରିଛନ୍ତି । ଅଧିକ ପଢ଼ନ୍ତୁ :-ଆଇପିଏଲ ପୂର୍ବରୁ ଆରସିବିର ରଜତ ଦେଲେ ଖୁସି ଖବର, ଘରକୁ ଆସିଲା କୁନି ଅତିଥି ଗତ କନକାଫ ଚାମ୍ପିଅନସିପ୍‌ରେ ନାସଭିଲ ଏସିସି ବିପକ୍ଷରେ ମେସି ଏକ ଗୋଲ୍ ଦେଇଥିଲେ । ଅବଶ୍ୟ ଇଣ୍ଟର ମାୟାମୀ ଓ ନାସଭିଲ ମଧ୍ୟରେ ଏହି ମ୍ୟାଚ ୧-୧ ଗୋଲରେ ଡ୍ର’ ରହିଥିଲା । ୨୦୦୫ ମସିହାରେ ମାତ୍ର ୧୭ ବର୍ଷ ବୟସରେ ମେସି ଏଫସି ବାର୍ସେଲୋନା ପକ୍ଷରୁ ପ୍ରଥମ ଗୋଲ୍ ସ୍କୋର କରିଥିଲେ । ସେ ବାର୍ସେଲୋନା ପକ୍ଷରୁ ୬୭୨ଟି ଗୋଲ୍ କରିଥିବାବେଳେ ପ୍ୟାରିସ ସେଣ୍ଟ ଜର୍ମେନ ପକ୍ଷରୁ ୩୨ଟି ଓ ଇଣ୍ଟର ମାୟାମୀ ପକ୍ଷରୁ ୮୧ଟି ଗୋଲ୍ କରିଛନ୍ତି । ଏହା ବ୍ୟତୀତ ସେ ଆର୍ଜେଣ୍ଟିନା ପକ୍ଷରୁ ୧୧୫ଟି ଗୋଲ ସ୍କୋର କରିସାରିଛନ୍ତି ।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

900 ପେଶାଦାର ଫୁଟବଲ ଗୋଲ୍ ଦେବାରେ ଦ୍ୱିତୀୟ ଖେଳାଳି ହେଲେ ଲିଓନେଲ୍ ମେସି | Achira News