Achira News Logo
Achira News

Rs.5.56 କୋରି ଶିକ୍ଷା ବିଭାଗରେ କୋଟି କୋଟି ଠକେଇ ମାମଲା ସାମ୍ନାକୁ ଆସିଛି

Prameya
Rs.5.56 କୋରି ଶିକ୍ଷା ବିଭାଗରେ କୋଟି କୋଟି ଠକେଇ ମାମଲା ସାମ୍ନାକୁ ଆସିଛି
Full News
Share:

ଯାଜପୁର/କୋରେଇ/ଭଦ୍ରକ,୧୯/୦୩:କୋରେଇ ଶିକ୍ଷା ବିଭାଗରେ ୫.୫୬ କୋଟି ଠକେଇ ମାମଲା ।ପ୍ରଦୀପ ମହାନ୍ତିଙ୍କ ପରିବାର ଗିରଫ।ବାପ, ପୁଅ ଗିରଫ ପରେ ପତ୍ନୀ ଗିତାରାଣୀ ଫେରାର ଥିଲେ। ପ୍ରଥମେ କଲିକତାକୁ ପଳାଇଥିଲେ ଗିତାରାଣୀ। ସେଠାରୁ ଫେରି ଭଦ୍ରକ ଚରମ୍ପାର ଏକ ହୋଟେଲରେ ଥିଲେ । ଆଜି ଭୋର ସମୟରେ ଗିତାରାଣୀଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଆଜି ତାଙ୍କୁ କୋର୍ଟ ଚାଲାଣ କରିବ ବୋଲି ଭିଜିଲାନ୍ସ ନିର୍ଦେ୍ଦଶକ ଯଶବନ୍ ଜେଠଓ୍ବାଙ୍କ ସୂଚନା । ଯାଜପୁର ଜିଲ୍ଲା କୋରେଇ ଶିକ୍ଷା ବିଭାଗରେ ହୋଇଥିବା ବଡ଼ଧରଣର ଆର୍ଥିକ ଅନିୟମିତତା ମାମଲାରେ ଭଦ୍ରକ ଜନା ସ୍ମଲ୍ ଫାଇନାନ୍ସର ଶାଖା ପ୍ରବନ୍ଧକ ମାତୃପ୍ରସାଦ ମହାନ୍ତିଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ମାତୃପ୍ରସାଦ ଆର୍ଥିକ ଅନିୟମିତତାର ମୁଖ୍ୟ ଅଭିଯୁକ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ ମହାନ୍ତିଙ୍କ ପୁଅ । ୨୦୧୮ରୁ ୨୦୨୪ ମଧ୍ୟରେ କୋରେଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ୧୩ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ଆଇଡି ହ୍ୟାକ୍ କରି ୫ କୋଟି ୫୬ ଲକ୍ଷ ୧୧ ହଜାର ୪୯୫ ଟଙ୍କା ଅନ୍‌ଲାଇନ୍‌ରେ ଟ୍ରାନ୍ସଫର ହୋଇଥିଲା । ବାପା-ପୁଅ ଯୋଡ଼ି ଯୋଜନାବଦ୍ଧ ଭାବେ ଏହି ଟଙ୍କା ହପଡ଼ରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ସୂଚନା ମୁତାବକ, ବାପାପ୍ରଦୀପଙ୍କ ସହ ମିଶି ଅଭିଯୁକ୍ତ ମାତୃପ୍ରସାଦ ଏହି ଚଞ୍ଚକତା କରିଥିଲେ । ପ୍ରଧାନଶିକ୍ଷକ ଭାବେ ଅବସର ଗ୍ରହଣ କରିବା ପରେ ପ୍ରଦୀପ କୋରେଇ ବିଇଓ କାର୍ଯ୍ୟାଳୟରେ ପୁନଃ ନିଯୁକ୍ତ ହୋଇଥିଲେ । ଏହି ସମୟରେ ସେ ୧୩ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ଆଇଡିର ଅପବ୍ୟବହାର କରି ସେମାନଙ୍କୁ କାର୍ଯ୍ୟରତ ବୋଲି ଭୁଲ୍ ରେକର୍ଡ ସୃଷ୍ଟି କରିଥିଲେ । ସେମାନଙ୍କ ନାମରେ ପ୍ରତିମାସ ପେନ୍ସନ୍ ବିଲ୍ ପ୍ରସ୍ତୁତ କରି ଟଙ୍କା ଉଠାଯାଉଥିଲା । ଏହି ଟଙ୍କାକୁ ପୁଅ ମାତୃପ୍ରସାଦ ଓ ପରିବାରର ଅନ୍ୟ ସଦସ୍ୟଙ୍କ ଆକାଉଣ୍ଟକୁ ପଠାଉଥିଲେ । ୨୦୧୮ ନଭେମ୍ବରରୁ ୨୦୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରାୟ ୬ ବର୍ଷ ଧରି ଏଭଳି ଢଙ୍ଗରେ ଅର୍ଥ ହଡ଼ପ ଚାଲିଥିଲା । ଅଧିକ ପଢ଼ନ୍ତୁ :-ଏପ୍ରିଲ ୧୬ରୁ ରାଜ୍ୟରେ ଘର ଗଣନା; ତାଲିମ ନେଲେ ୬୭ଜଣ ମାଷ୍ଟରଟ୍ରେନର,ଜନଗଣନା ପୂର୍ବରୁ ଆରମ୍ଭ ପ୍ରାକ୍ ପ୍ରସ୍ତୁତି ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ କେସ୍ ନଂ.୧୧/୨୦୨୬, ଦଫା ୧୩ (୨) ଆର/ ଡବ୍ଲୁ/୧୩(୧)(ଏ)ପିସି ଆମେଣ୍ଡମେଣ୍ଟ ଆକ୍ଟ, ୨୦୧୮/୪୦୯/୪୭୭-ଏ/୧୨୦-ବିରେ ମାମଲା ରୁଜୁ କରାଯାଇଛି । ମାତୃପ୍ରସାଦଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଥିଲା ଆଜି ଏହି ମାମଲାରେ ପତ୍ନ ଗିତାରଣୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ଟିମ୍।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

Rs.5.56 କୋରି ଶିକ୍ଷା ବିଭାଗରେ କୋଟି କୋଟି ଠକେଇ ମାମଲା ସାମ୍ନାକୁ ଆସିଛି | Achira News