Achira News Logo
Achira News

ଅଖଣ୍ଡତାର ଚିନ୍ତା ମଧ୍ୟରେ ଆଗାମୀ ନିର୍ବାଚନ ପାଇଁ ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକଙ୍କୁ ଆମନ୍ତ୍ରଣ କଲା ବାଂଲାଦେଶ

Samaja
ଅଖଣ୍ଡତାର ଚିନ୍ତା ମଧ୍ୟରେ ଆଗାମୀ ନିର୍ବାଚନ ପାଇଁ ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକଙ୍କୁ ଆମନ୍ତ୍ରଣ କଲା ବାଂଲାଦେଶ
Full News
Share:

ସମାଜ ଲାଇଭ ଡେସ୍କ :ବାଂଲାଦେଶରେ ୧୨ ଫେବୃଆରୀରେ ନିର୍ବାଚନ ହେବାକୁ ଯାଉଛି। ଶେଖ୍ ହସିନାଙ୍କ ସରକାର ଗାଦିଚ୍ୟୁତ ହେବା ପରେ ଏହି ନିର୍ବାଚନ ହେବାକୁ ଯାଉଛି। ହିଂସା ବିରୋଧ ପ୍ରଦର୍ଶନ ପରେ ୫ ଅଗଷ୍ଟରେ ତାଙ୍କୁ ଦେଶ ଛାଡି ଯିବାକୁ ପଡିଥିଲା। ସେବେଠୁ ବାଂଲାଦେଶରେ ଅନ୍ତରୀଣ ସରକାର ଚାଲିଛି, ଯାହାର ମୁଖ୍ୟ ମହମ୍ମଦ ୟୁନୁସ ଅଛନ୍ତି। ଏହି ନିର୍ବାଚନରେ ଶେଖ୍ ହସିନାଙ୍କ ଦଳକୁ ଭାଗ ନେବାକୁ ବାରଣ କରାଯାଇଛି। ତେବେ ନିର୍ବାଚନର ପାରଦର୍ଶିତା ନେଇ ଅନେକ ପ୍ରଶ୍ନ ଉଠୁଥିବାେବଳେ ସାରା ବିଶ୍ବକୁ ସାକ୍ଷୀ ରଖିବା ଉଦ୍ଦେଶ୍ୟରେ ବାଂଲାଦେଶର ଅନ୍ତରୀଣ ସରକାର ପର୍ଯ୍ୟବେକ୍ଷକଙ୍କୁ ଡକାଉଛନ୍ତି। ଏହି ତାଲିକାରେ ଭାରତକୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି। ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସ ରବିବାର ଏନେଇ କହିଛନ୍ତି କି, ‘ଆଗାମୀ ନିର୍ବାଚନ ପାଇଁ ୩୩୦ ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକ ନିର୍ଦ୍ଧାରିତ ହୋଇସାରିଛନ୍ତି। ତେବେ ଭାରତ, ନେପାଳ, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ମିଶର, ଫ୍ରାନ୍ସ, ନାଇଜେରିଆ, ରୋମାନିଆ ଆଦି ଦେଶ ନିଜ ପ୍ରତିନିଧି ସମ୍ପର୍କରେ ସ୍ପଷ୍ଟ କରିନାହାନ୍ତି। ଇସଲାମିକ ସହଯୋଗ ସଙ୍ଗଠନ ସମେତ ୬ ଅନ୍ତର୍ଜାତୀୟ ସଙ୍ଗଠନରେ ବାଂଲାଦେଶର ୧୩ତମ ସାଧାରଣ ଏବଂ ଜୁଲାଇ ନେସନାଲ ଚାର୍ଟରରେ ଜନମତ ସଂଗ୍ରହ ପାଇଁ ସର୍ବନିମ୍ନ ୬୩ ପର୍ଯ୍ୟବେକ୍ଷକ ନିୟୋଜନ ଉପରେ ସହମତି ହୋଇଛି। ଏହି ପର୍ଯ୍ୟବେକ୍ଷକ ୟୁରୋପୀୟ ସଂଘ, ୧୬ ଦେଶ ଓ ବିଭିନ୍ନ ବୈଶ୍ବିକ ସଂସ୍ଥା ସହ ଜଡ଼ିତ ୩୨ ବ୍ୟକ୍ତିଙ୍କୁ ମିଶନ ସହିତ ଯୋଡିବେ। ଏ ପର୍ଯ୍ୟନ୍ତ ସମୁଦାୟ ୩୩୦ ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକ ସମ୍ପର୍କରେ ଉଲ୍ଲେଖ ରହିଛି। ବୟାନରେ ଏହା ମଧ୍ୟ କୁହାଯାଇଛି କି, ଆଗାମୀ ନିର୍ବାଚନ ପାଇଁ ନିର୍ଦ୍ଧାରିତ ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକଙ୍କ ସଂଖ୍ୟା ୭ ଜାନୁଆରୀ ୨୦୨୪ରେ ହୋଇଥିବା ବିବାଦୀୟ ସାଧାରଣ ନିର୍ବାଚନ ତୁଳନାରେ ଦୁଇଗୁଣରୁ ଅଧିକ। ଦଶମ, ଏକାଦଶ ଓ ଦ୍ବାଦଶ ସାଧାରଣ ନିର୍ବାଚନରେ ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକଙ୍କ ସଂଖ୍ୟା ଯଥାକ୍ରମେ ୪, ୧୨୫ ଓ ୧୫୮ ଥିଲା। ସେ ଏହା ମଧ୍ୟ କହିଛନ୍ତି କି, ‘ଆଶା କରୁଛୁ ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକଙ୍କ ସଂଖ୍ୟା ଅଧିକ ବଢିବ, କାରଣ ଅନେକ ନିମନ୍ତ୍ରିତ ଦେଶ ବର୍ତ୍ତମାନ ସୁଦ୍ଧା ନିଜ ପ୍ରତିନିଧିମଣ୍ଡଳୀଙ୍କ ନାଁ ସ୍ଥିର କରିନାହାନ୍ତି।’

Disclaimer: This content has not been generated, created or edited by Achira News.
Publisher: Samaja

Want to join the conversation?

Download our mobile app to comment, share your thoughts, and interact with other readers.

ଅଖଣ୍ଡତାର ଚିନ୍ତା ମଧ୍ୟରେ ଆଗାମୀ ନିର୍ବାଚନ ପାଇଁ ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକଙ୍କୁ ଆମନ୍ତ୍ରଣ କଲା ବାଂଲାଦେଶ | Achira News