Achira News Logo
Achira News

ଅଗ୍ନିକାଣ୍ଡ ଯୋଗୁଁ ସୁବିଧା ନଷ୍ଟ ହେବା ପରେ ମରାମତି ପାଇଁ ଗ୍ରୀସ୍ ଅଭିମୁଖେ ଯାତ୍ରା କଲା ଆମେରିକୀୟ ବିମାନ ବାହକ

Samaja
ଅଗ୍ନିକାଣ୍ଡ ଯୋଗୁଁ ସୁବିଧା ନଷ୍ଟ ହେବା ପରେ ମରାମତି ପାଇଁ ଗ୍ରୀସ୍ ଅଭିମୁଖେ ଯାତ୍ରା କଲା ଆମେରିକୀୟ ବିମାନ ବାହକ
Full News
Share:

ୱାଶିଂଟନ: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ସକ୍ରିୟ ଅଂଶଗ୍ରହଣ କରୁଥିବା ଆମେରିକାର ବିମାନବାହୀ ଯୁଦ୍ଧଜାହାଜ ‘ୟୁଏସଏସ ଜେରାଲ୍ଡ ଫୋର୍ଡ’ କ୍ଷତିଗ୍ରସ୍ତ ହେବା ପରେ ବର୍ତ୍ତମାନ ଏହା ପାରସ୍ୟ ଉପସାଗର ଛାଡି ଗ୍ରୀସର ଏକ ବନ୍ଦର ଆଡକୁ ଅଗ୍ରସର ହେଉଛି। ଏହି ଯୁଦ୍ଧଜାହାଜର ଲଣ୍ଡ୍ରି ପ୍ରକୋଷ୍ଠ ଏବଂ ସୈନ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟରେ ନିଆଁ ଲାଗି କ୍ଷତି ଘଟିଥିବାରୁ ଗ୍ରୀସରେ ଏହାର ମରାମତି କରାଯିିବ। ଜେରାଲ୍ଡ ଫୋର୍ଡ ଜାହାଜ ଆଜକୁ ୧୦ ମାସ ହେବ ପାରସ୍ୟ ଉପସାଗରରେ ମୁତୟନ ହୋଇଛି। ଦୀର୍ଘ ସମୟ ଧରି ବାହାରେ ରହିଥିବାରୁ ଏଥିରେ କାର୍ଯ୍ୟରତ ସୈନ୍ୟମାନେ ଅତିଷ୍ଠ ହୋଇପଡିଲେଣି। ସେମାନେ ଉଦ୍ଦେଶ୍ୟମୂଳକ ଭାବେ ଲଣ୍ଡ୍ରି ଓ ଶୌଚାଳୟରେ ନିଆଁ ଲଗାଇଥିବା ଅନୁମାନ କରାଯାଉଛି।

Disclaimer: This content has not been generated, created or edited by Achira News.
Publisher: Samaja

Want to join the conversation?

Download our mobile app to comment, share your thoughts, and interact with other readers.

ଅଗ୍ନିକାଣ୍ଡ ଯୋଗୁଁ ସୁବିଧା ନଷ୍ଟ ହେବା ପରେ ମରାମତି ପାଇଁ ଗ୍ରୀସ୍ ଅଭିମୁଖେ ଯାତ୍ରା କଲା ଆମେରିକୀୟ ବିମାନ ବାହକ | Achira News