Achira News Logo
Achira News

ଅଗରପାରା ଜିଲ୍ଲାର ବିଭିନ୍ନ ଗ୍ରାମରୁ ଦମ୍ପତିଙ୍କୁ ଏକତ୍ର କରି ବୈଦିକ ସମାରୋହ

Sambad
ଅଗରପାରା ଜିଲ୍ଲାର ବିଭିନ୍ନ ଗ୍ରାମରୁ ଦମ୍ପତିଙ୍କୁ ଏକତ୍ର କରି ବୈଦିକ ସମାରୋହ
Full News
Share:

ଆଗରପଡ଼ା: ବାଲେଶ୍ବରଜିଲ୍ଲାଆଗରପଡ଼ା ଥାନା ଅନ୍ତର୍ଗତ ଆଡ଼ିଆ ପଞ୍ଚାୟତ ଓଲଡାଙ୍ଗ ଗ୍ରାମର ସୁଦର୍ଶନ ପଣ୍ଡାଙ୍କ ପୁଅ ଜ୍ୟୋତିରଂଜନ ବୈଦିକ ରୀତିରେଭଦ୍ରକଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବନ୍ତ ବ୍ଲକ ରାମପୁର ପଞ୍ଚାୟତ ବାଲୋଶାସନ ଗ୍ରାମର ସୁରେନ୍ଦ୍ର ପଣ୍ଡାଙ୍କ ଜ୍ୟେଷ୍ଠ କନ୍ୟା ସୁଭଦ୍ରା(୨୧)ଙ୍କୁ ବିବାହ କରିଥିଲେ। ଦାବି ମୁତାବକ ଆବଶ୍ୟକୀୟ ଯୌତୁକ କନ୍ୟାଘର ପକ୍ଷ ପ୍ରଦାନ କରିଥିଲେ। ବିବାହର କିଛିମାସ ପରେ ଆହୁରି ଅଧିକ ଲକ୍ଷେ ଟଙ୍କା ଆଣିବାକୁ ଦାବି କରି ଶ୍ୱଶୁର ଘର ଲୋକେ ତାଙ୍କୁ ଶାରୀରିକ ତଥା ମାନସିକ ଯନ୍ତ୍ରଣା ଦେଉଥିଲେ ବୋଲି ଥାନାରେ ତାଙ୍କ ମା ତିଳତ୍ତମା ପଣ୍ଡାଙ୍କ ଅଭିଯୋଗରୁ ଜଣାପଡିଛି। ଏପରିକି ନିର୍ଯ୍ୟାତନାକୁ ସହ୍ୟ କରି ନପାରି ସୁଭଦ୍ରା ବାପଘରକୁ ପଳାଇ ଆସୁଥିଲେ ଓ ପରେ ବୁଝାସୁଝା କରି ସୁଭଦ୍ରାଙ୍କୁ ତାଙ୍କ ଦିଅର ଶ୍ବଶୁର ଘରକୁ ନେଇ ଆସିଥିଲେ। ଗତ ୨ ତାରିଖ ଦିନ ଅପରାହ୍ନରେ ସୁଭଦ୍ରା ଆତ୍ମହତ୍ୟା କରିଛନ୍ତି ବୋଲି ଖବର ପାଇ ବାପଘର ଲୋକେ ଆସି ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ସୁଭଦ୍ରାଙ୍କ ମୃତ୍ୟୁ ଘଟିଛି ଓ ତାଙ୍କ ଶ୍ୱଶୁର ଘର ଲୋକେ କେହି ନ ଥିବାର ଦେଖିବାକୁ ପାଇଥିଲେ। ଝିଅକୁ ମାରି ଦିଆ ଯାଇଛି ବୋଲି ଅଭିଯୋଗ କରି ମୃତାଙ୍କ ମାଆ ତିଳୋତ୍ତମା ଥାନାରେ ଅଭିଯୋଗ ଦେଇଥିଲେ। ଥାନା କେସନଂ ୨୩/୨୬ରେ ମାମଲା ରୁଜ୍ଜୁ କରି ପୁଲିସ ଅଭିଯୁକ୍ତ ଶାଶୁ ନୟନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓ ଅନ୍ୟ ଅଭିଯୁକ୍ତ ସ୍ୱାମୀ ଜ୍ୟୋତିରଂଜନ, ଦିଅର ତପନ, ଶ୍ଵଶୁର ସୁଦର୍ଶନ ଫେରାର ଥିବାରୁ ଗିରଫ କରାଯାଇ ପାରି ନାହିଁ ବୋଲି ଥାନାଧିକାରୀ ଇଭାରାଣୀ ପରିଡା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି। ସୁଭଦ୍ରା ମଧ୍ୟ ୩ ମାସର ଗର୍ଭବତୀ ଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରରେ ଏସଡିପିଓ ଅରବିନ୍ଦ ମୁଦୁଲି ପହଞ୍ଚି ଆଗରପଡା ପୁଲିସ ସହଯୋଗରେ ଅଧିକ ତଦନ୍ତ ଜାରି ରଖିଛନ୍ତି।

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ଅଗରପାରା ଜିଲ୍ଲାର ବିଭିନ୍ନ ଗ୍ରାମରୁ ଦମ୍ପତିଙ୍କୁ ଏକତ୍ର କରି ବୈଦିକ ସମାରୋହ | Achira News