Achira News Logo
Achira News

ଅର୍ଥନୈତିକ କାର୍ଯ୍ୟକଳାପ ଯୋଗୁଁ ଓଡ଼ିଶା ଉପକୂଳ ପରିବେଶ ବିପଦର ସମ୍ମୁଖୀନ

Sambad
ଅର୍ଥନୈତିକ କାର୍ଯ୍ୟକଳାପ ଯୋଗୁଁ ଓଡ଼ିଶା ଉପକୂଳ ପରିବେଶ ବିପଦର ସମ୍ମୁଖୀନ
Full News
Share:

ଓଡ଼ିଶା ଉପକୂଳ ସଂପ୍ରତି ସାମ୍ନା କରୁଥିବାପରିବେଶସମସ୍ୟାକୁ ନେଇ ଗତ ମାସରେ ଭୁବନେଶ୍ବରଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାର ତଟୀୟ ନିୟନ୍ତ୍ରୀତ କ୍ଷେତ୍ର(ସିଆର୍‌ଜେଡ୍‌)ରେ ବଢୁଥିବା ଅର୍ଥନୈତିକ କାର୍ଯ୍ୟକଳାପକୁ ନେଇ ପରିବେଶବିତ୍‌ମାନେ ଗଭୀର ଉଦ୍‌ବେଗ ପ୍ରକଟ କରିଥିଲେ। ସୂଚନାଯୋଗ୍ୟ, ଗଞ୍ଜାମର ବାହୁଦା ମୁହାଣରୁ ବାଲେଶ୍ବରର ତାଳସାରୀ ଯାଏ ବ୍ୟାପ୍ତ ୫୭୪ କ‌ିଲୋମିଟର ଉପକୂଳ ରେଖା ସଂଲଗ୍ନ କିଛି ଅତି ସମ୍ବେଦନଶୀଳ ଅଞ୍ଚଳ ରହିଛି, ଯାହାକୁ ସିଆର୍‌ଜେଡ୍‌ ଭାବେ ଚିହ୍ନଟ କରାଯାଇଛି। ତେଣୁ ସେଠାରେ ନିର୍ମାଣ, ପର୍ଯ୍ୟଟନ ଓ ଅନ୍ୟାନ୍ୟ ଅର୍ଥନୈତିକ କାର୍ଯ୍ୟକଳାପକୁ ନିଷେଧ କରାଯାଇଛି। ଏହି କଟକଣା ପଛରେ ଯେଉଁସବୁ କାରଣ ରହିଛି ସେଥିମଧ୍ୟରେ ପ୍ରମୁଖ କାରଣ ହେଲା ତଟରେଖାକୁ ଲାଗି କେତେକ ଅଞ୍ଚଳରେ ବିସ୍ତୃତ ହେନ୍ତାଳବନ ବା ସାମୁଦ୍ରିକ ଲୁଣା ଜଙ୍ଗଲର ଅବସ୍ଥିତି। ୧୦୮ କୁଣ୍ଡୀୟ ବୈଦିକ ବିଶ୍ୱ୍ୱଶାନ୍ତି ଦେବ ମହାଯଜ୍ଞରେ ପୂର୍ଣାହୁତି ଦେଲେ ମୁଖ୍ୟମନ୍ତ୍ରୀ ସମୁଦ୍ର ଓ ଜନବସତି ମଧ୍ୟରେ ଲୁଣା ଜଙ୍ଗଲ ଏକ ସୁରକ୍ଷିତ ପ୍ରାଚୀର ଭାବେ କାର୍ଯ୍ୟ କରିଥାଏ। କିନ୍ତୁ ବେଆଇନ ଜବରଦଖଲ ସେଥିପ୍ରତି ବିପଦ ସୃଷ୍ଟି କରୁଛି ସାମୁଦ୍ରିକ ଝଡ଼ ଓ ସୁନାମି ଭଳି ବିପର୍ଯ୍ୟୟର ପ୍ରଭାବକୁ କିଛି ମାତ୍ରାରେ ହ୍ରାସ କରିବା ସହ ଏହା ଏକ ପ୍ରାକୃତିକ ପ୍ରାଚୀର ଭାବେ କାର୍ଯ୍ୟ କରିଥାଏ। ଓଡ଼ିଶାରେ ଘଟିଥିବା ୧୯୯୯ ମହାବାତ୍ୟାଠାରୁ ଆରମ୍ଭ କରି ପରବର୍ତ୍ତୀ ସମୟରେ ଫାଇଲିନ୍‌, ୟଶ୍‌, ଅମ୍ଫାନ ଓ ଫନି ଭଳି ବାତ୍ୟା ସମୟରେ ମଧ୍ୟ ଏହା ଊଣାଅଧିକେ ପ୍ରମାଣିତ ହୋଇଛି। ଗତ ବର୍ଷ ବମ୍ବେ ଆଇଆଇଟି ପକ୍ଷରୁ କରାଯାଇଥିବା ଗବେଷଣା ମଧ୍ୟ ସ୍ପଷ୍ଟ କରିଛି ଯେ ଭାରତୀୟ ଉପକୂଳ‌ରେ ବାତ୍ୟା ଓ ସୁନାମି ପ୍ରଭାବକୁ ହେନ୍ତାଳବନ ସୁରକ୍ଷା ଦେଇଆସିଛି। ୧୯୯୯ର ମହାବାତ୍ୟା ଚିଲିକାରୁ ଚାନ୍ଦବାଲି ଯାଏ ଉପକୂଳ ସଂଲଗ୍ନ ଅଞ୍ଚଳରେ ବ୍ୟାପକ ଧ୍ବଂସଲୀଳା ରଚି ବିଶ୍ବରେ ଏକ ଭୟଙ୍କର ପ୍ରାକୃତିକ ଦୁର୍ବିପାକ ଭାବେ ପରିଗଣିତ ହୋଇଥିଲା। କିନ୍ତୁ ହେନ୍ତାଳବନରେ ଭରପୂର ଥିବା ଭିତରକନିକା ଅଭୟାରଣ୍ୟ ଓ ଏହା ସଂଲଗ୍ନ ଗ୍ରାମଗୁଡ଼ିକରେ ସେଭଳି କ୍ଷୟକ୍ଷତି ହୋଇ ନଥିଲା। ପରବର୍ତ୍ତୀ ସମୟରେ ଓଡ଼ିଶାରେ ଘଟିଯାଇଥିବା ଅନେକ ସାମୁଦ୍ରିକ ଝଡ଼ ବେଳେ ହେନ୍ତାଳ ବନ ସଂଲଗ୍ନ ଅଞ୍ଚଳଗୁଡ଼ିକ ଅପେକ୍ଷାକୃତ ଭାବେ କମ୍‌ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଥିଲା। ହେନ୍ତାଳ ବନର ଉପଯୋଗିତାକୁ ବିଚାରକୁ ନେଇ ୨୦୨୧ରେ ରାଜ୍ୟ ସରକାର ୭ଟି ଜିଲ୍ଲାରେ ଲୁଣା ଜଙ୍ଗଲ ସୃଷ୍ଟି କରିବା ପାଇଁ ୪୦୦ ହେକ୍ଟର ଜମି ଚିହ୍ନଟ କରିଥିଲେ। History: ଅଭୟାରଣ୍ୟ ମଧ୍ୟରେ ଅଲୋଡ଼ା ହୋଇରହିଛି ‘ବିଚାର ପଥର’ ଓଡ଼ିଶା ଉପକୂଳରେ ୨୩୧ ବର୍ଗ କିମି ଲୁଣାଜଙ୍ଗଲ ରହିଛି। ପଶ୍ଚିମବଙ୍ଗର ସୁନ୍ଦରବନ ପରେ ଏହା ଦେଶର ଦ୍ବିତୀୟ ବୃହତ୍ତମ ଲୁଣା ଜଙ୍ଗଲ। ସେଥିମଧ୍ୟରୁ ବୃହତ୍‌ ଅଂଶକେନ୍ଦ୍ରାପଡ଼ାଜିଲ୍ଲାର ଭିତରକନିକା ଅଭୟାରଣ୍ୟରେ ଥିବାବେଳେପୁରୀ,ଜଗତସିଂହପୁରଓ ବାଲେଶ୍ବର ଉପକୂରେ ଠାଏ ଠାଏ ଲୁଣାଜଙ୍ଗଲ ରହିଛି। ଭିତରକନିକା ଅଭୟାରଣ୍ୟ ବ୍ରାହ୍ମଣୀ-ବୈତରଣୀ ତ୍ରିକୋଣଭୂମିର ଶେଷ ମୁଣ୍ଡରେ ରହିଛି। ସେହିପରି ମହାନଦୀ ତ୍ରିକୋଣଭୂମିରେ ମଧ୍ୟ ଲୁଣା ଜଙ୍ଗଲ ଦୃଶ୍ୟମାନ ହୁଏ। ସାମୁଦ୍ରିକ ଜୁଆରକୁ ଅଟକାଇବା ସହ ପବନର ବେଗ ହ୍ରାସ କରିବା, ମୃତ୍ତିକା କ୍ଷୟ ରୋକିବା ଏବଂ ସର୍ବୋପରି ସମୁଦ୍ର ଓ ଜନବସତି ମଧ୍ୟରେ ଏକ ସୁରକ୍ଷିତ ପ୍ରାଚୀର ଭାବେ ଲୁଣା ଜଙ୍ଗଲ କାର୍ଯ୍ୟ କରିଥାଏ। ତେବେ ସମୁଦ୍ର ତଟରେ ବ୍ୟାପକ ଚିଙ୍ଗୁଡ଼ି ଘେରି ଯୋଗୁଁ ଏହି ଲୁଣାଜଙ୍ଗଲ ନଷ୍ଟ ହେଉଥିବା ଦେଖାଯାଉଛି। ସେହିପରି ବେଆଇନ ଜବରଦଖଲ ମଧ୍ୟ ଅନ୍ୟ ଏକ ସମସ୍ୟା ଭାବେ ମୁଣ୍ଡ ଟେକିଛି।

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ଅର୍ଥନୈତିକ କାର୍ଯ୍ୟକଳାପ ଯୋଗୁଁ ଓଡ଼ିଶା ଉପକୂଳ ପରିବେଶ ବିପଦର ସମ୍ମୁଖୀନ | Achira News