Achira News Logo
Achira News

ଆଇପିଏଲ 2023: ଆହତ କୋଚ୍ଙ୍କ ଆଶଙ୍କାରେ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ହେଉଛନ୍ତି ଦଳ

Prameya
ଆଇପିଏଲ 2023: ଆହତ କୋଚ୍ଙ୍କ ଆଶଙ୍କାରେ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ହେଉଛନ୍ତି ଦଳ
Full News
Share:

ମୁମ୍ବାଇ, ୧୯/୦୩: ଆଉ ମାତ୍ର ୯ଦିନ ପରେ ଆରମ୍ଭ ହେବ ଆଇପିଏଲ୍‌ର ୧୯ତମ ସଂସ୍କରଣ । ପ୍ରତ୍ୟେକ ଦଳର ସଦସ୍ୟମାନେ ଇତି ମଧ୍ୟରେ ନିଜ ନିଜ ଫ୍ରାଞ୍ଚାଇଜ ଦଳରେ ଯୋଗ ଦେଇ ପ୍ରସ୍ତୁତି ଆରମ୍ଭ କଲେଣି । ବିଦେଶୀ ଖେଳାଳିମାନେ ଧିରେ ଧିରେ ଭାରତ ଆସୁଛନ୍ତି । ଆଉ ମାତ୍ର କିଛି ଦିନ ମଧ୍ୟରେ ସମସ୍ତ ଦଳ ପରିପୂର୍ଣ୍ଣ ହୋଇଯିବ । ଜୋରଦାର ପ୍ରସ୍ତୁତି ଚାଲିବ । ଭାରତୀୟ କ୍ରିକେଟ୍ ପ୍ରେମୀ ନିଜ ନିଜ ପ୍ରିୟ ଦଳକୁ ସମର୍ଥନ ଜଣାଇବା ପାଇଁ ଷ୍ଟାଡ଼ିୟମ୍‌ରେ ଏକାଠି ହେବେ । ପ୍ରଥମ ଦିନରୁ ଘମାଘୋଟ ଲଢେଇ ହେବା ଏକ ପ୍ରକାର ନିଶ୍ଚିତ । ହେଲେ ସବୁ ରୋମାଞ୍ଚ ମଧ୍ୟରେ ଆହତ ଖେଳାଳିଙ୍କ ଅନୁପସ୍ଥିତି ଦଳଗୁଡ଼ିକୁ ଚିନ୍ତାରେ ପକାଇଛି । ବିଶେଷ କରି ଅନେକ ତାରକା ପେସ୍ ବୋଲର ଆହତ ଅଛନ୍ତି । ଅନେକ ପେସ୍ ବୋଲର ଫିଟ୍ ହୋଇ ଅଭ୍ୟାସ କରୁଥିଲେ ହେଁ ଏପର୍ଯ୍ୟନ୍ତ ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ ଖେଳି ନାହାନ୍ତି । ପ୍ରଥମ ୨ ମ୍ୟାଚ ଖେଳିବେନି ହାଜେଲଉଡ୍ ଦୀର୍ଘ ୧୮ ବର୍ଷ ପରେ ଗତ ସିଜନରେ ଚାମ୍ପିଅନ୍ ହୋଇଥିଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଦଳକୁ ଚାମ୍ପିଅନ କରାଇବାରେ ମୁଖ୍ୟ ନାୟକ ସାଜିଥିଲେ ପେସ୍ ବୋଲର ଜୋସ ହାଜେଲଉଡ୍ । ସେ ଗତ ବର୍ଷ ମୋଟ୍ ୨୨ଟି ୱିକେଟ୍ ଅକ୍ତିଆର କରିଥିଲେ । ଏଥର ସେ ପ୍ରଥମ ୨ଟି ମ୍ୟାଚରେ ଅନୁପସ୍ଥିତ ରହିବେ ବୋଲି ଜଣା ପଡ଼ିଛି । ରୟାଲ୍ ଚ୍ୟାଲେଞ୍ଜର୍ସ ୨୮ ତାରିଖରେ ସନରାଇଜର୍ସ ଓ ଏପ୍ରିଲ ୫ ତାରିଖରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବ । ସମ୍ପ୍ରତି ଆହତ ଥିବା ହାଜେଲଉଡ୍ ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳିପାରି ନଥିଲେ । ବର୍ତ୍ତମାନ ସେ ଫିଟ୍ ହେଉଛନ୍ତି । ତଥାପି ପ୍ରଥମ ୨ଟି ମ୍ୟାଚ କେଳକୁ ସେ ଫିଟ୍ ହେବା ସମ୍ଭାବନା ନାହିଁ । ତାଙ୍କ ଅନୁପସ୍ଥିତିରେ ଜାକବ ଡଫି ବିଦେଶୀ ପେସ୍ ବୋଲର ଭାବେ ଖେଳିବା ଆଶା କରାଯାଉଛି । ମାତ୍ର ଭାରତୀୟ ପିଚ୍ରେ ଡଫିଙ୍କ ବୋଲିଂ ଫଳପ୍ରଦ ହେବ ନାହିଁ । ରୟାଲ୍ ଚ୍ୟାଲେଞ୍ଜର୍ସ ଯଥା ସମ୍ଭବ ହାଜେଲଉଡ୍ଙ୍କୁ ଏକାଦଶକୁ ଫେରାଇ ଆଣିବାକୁ ପ୍ରୟାସ କରିବ । ଡଫିଙ୍କ ସହ ଭୁବନେଶ୍ୱର କୁମାର ଓ ୟଶ ଦୟାଲ ପେସ୍ ବୋଲିଂ ବିଭାଗ ସମ୍ଭାଳିବେ । କେକେଆରରେ ଡବଲ ଆହତ ବୋଲର ୨୦୨୪ ସିଜନରେ କୋଲକାତା ନାଇଟ୍ ରାଇଡର୍ସକୁ ଚାମ୍ପିଅନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଯୁବ ପେସ୍ ହର୍ଷିତ ରାଣା ଏଥର ସମ୍ପୂର୍ଣ୍ଣ ଆଇପିଏଲ୍ରେ ଅନୁପସ୍ଥିତ ରହିବା ଆଶଙ୍କା କରାଯାଉଛି । ସେ ସମ୍ପ୍ରତି ଆଣ୍ଠୁରେ ଅସ୍ତ୍ରୋପଚାର କରାଇ ବିଶ୍ରାମ ନେଉଛନ୍ତି । ସେହିପରି ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଆହତ ହୋଇଥିବା ଶ୍ରୀଲଙ୍କାର ମଥିଶା ପତିରଣା ପ୍ରାରମ୍ଭିକ କିଛି ମ୍ୟାଚ ଖେଳି ପାରିବେ ନାହିଁ । ଏଥର ପତିରଣାଙ୍କୁ ନାଇଟ୍ ରାଇଡର୍ସ ୧୮କୋଟି ଟଙ୍କାରେ କିଣି ପେସ ବୋଲିଂ ବିଭାଗ ସୁଦୃଢ କରିଥିଲା । ବର୍ତ୍ତମାନ ପତିରଣାଙ୍କ ଅନୁପସ୍ଥିତି ନାଇଟ୍ ରାଇଡର୍ସର ପେସ୍ ବୋଲିଂ ବିଭାଗକୁ ପ୍ରଭାବିତ କରିବ । ଅଧିକ ପଢ଼ନ୍ତୁ :-KKRର ୫ ଅସ୍ତ୍ର : ଫ୍ୟାନ୍ସ କହିଲେ ଏହି ଖେଳାଳି ଚମକିଲେ ଟ୍ରଫି ନିଶ୍ଚିତ ନାଇଟ ରାଇଡର୍ସ ଦଳରେ ବୈଭବ ଆରୋରା ଓ ଆକାଶ ଦୀପ ପେସ୍ ବୋଲିଂ ବିଭାଗ ସମ୍ଭାଳିବେ । ଅଲ୍ରାଉଣ୍ଡର କାମେରନ ଗ୍ରୀନ୍ କିଛି ଓଭର ବୋଲିଂ କରିବେ । ମୁସ୍ତାଫିଜର ରେହମାନଙ୍କ ସ୍ଥାନରେ ଦଳକୁ ଆସିଥିବା ଜିମ୍ବାୱେର ବ୍ଲେସିଂ ମୁଜରବାନି ମଧ୍ୟ ଏକାଦଶରେ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । କମିନ୍ସଙ୍କ ସ୍ଥାନରେ କିଏ? ସନରାଇଜର୍ସ ଅଧିନାୟକ ପ୍ୟାଟ୍ କମିନ୍ସ ଏପର୍ଯ୍ୟନ୍ତ ଫିଟ୍ ହୋଇ ନାହାନ୍ତି । ତାଙ୍କ ସ୍ଥାନରେ ଇଶାନ କିଷନ କାମଚଳା ଅଧିନାୟକ ନିଯୁକ୍ତ ହୋଇଛନ୍ତି । କମିନ୍ସଙ୍କ ଅନୁପସ୍ଥିତି ସନରାଇଜର୍ସ ଦଳର ପେସ ବୋଲିଂ ବିଭାଗକୁ ଦୁର୍ବଳ କରିଛି । ଅବଶ୍ୟ ଏଥର ସନରାଇଜର୍ସ ଇଂଲଣ୍ଡ ପେସ୍ ବୋଲର ବ୍ରାଇଡନ କାର୍ସଙ୍କୁ କିଣିଛି । ହେଲେ ସେ କମିନ୍ସଙ୍କ ସ୍ଥାନ ପୂରଣ କରିପାରିବେ ନାହିଁ । କମିନ୍ସ ଫିଟ୍ ହେବା ପର୍ଯ୍ୟନ୍ତ ସନରାଇଜର୍ସ ପେସ୍ ବୋଲିଂ ବିଭାଗରେ ବାରମ୍ବାର ପରିବର୍ତ୍ତନ କରିବା ନିଶ୍ଚିତ ।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ଆଇପିଏଲ 2023: ଆହତ କୋଚ୍ଙ୍କ ଆଶଙ୍କାରେ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ହେଉଛନ୍ତି ଦଳ | Achira News