ହାଇଦ୍ରାବାଦ : ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୬ । ସମସ୍ତ ଦଳ ନିଜର ଅଭ୍ୟାସ ଆରମ୍ଭ କରିଥିବାବେଳେ ଟ୍ରଫି ହାତେଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନିଜର ରଣନୀତି ଉପରେ ସମସ୍ତ ଦଳ ଜର ଦେଉଥିବାବେଳେ ସନରାଇଜର୍ସ ହାଇଦ୍ରାବାଦ ନିଜର ଅଧିନାୟକ ବଦଳାଇଛି । ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଇଶାନ କିଷନଙ୍କ ଅଧିନାୟକ ପଦ ଦେଇଥିବାବେଳେ ଅଭିଶେକ ଶର୍ମାଙ୍କୁ ଉପଅଧିନାୟକ ପଦ ଦେଇଛି । ପାଟ କମିନ୍ସଙ୍କ ସ୍ଥାନରେ ଦଳର ଅଧିନାୟକ ପଦ ସମ୍ଭାଳିବେ ଇଶାନ । ପିଠିରେ ଯନ୍ତ୍ରଣା କାରଣରୁ ପ୍ରଥମରୁ କିଛି ମ୍ୟାଚରେ ଖେଳିବେ ନାହିଁ ପାଟ୍ କମିନ୍ସ । ଆହତ କାରଣରୁ ସେ ଏବେ ବିଶ୍ରାମ ନେଉଛନ୍ତି । ଯେଉଁ କାରଣରୁ ଦଳ ପ୍ରାରମ୍ଭିକ ମ୍ୟାଚ ଗୁଡ଼ିକରେ ଇଶାନଙ୍କୁ ଅଧିନାୟକ ଦାୟିତ୍ବ ଦେଇଛି । ଏହାସହ ବିସ୍ଫୋରକ ଓପନର ଅଭିଶେକ ଶର୍ମାଙ୍କୁ ଦଳର ଉପଅଧିନାୟକ ପଦ ସମ୍ଭାଳିବାକୁ ଦାୟିତ୍ବ ଦେଇଛି । ଇଶାନ ଏବଂ ଅଭିଶେକ ଶର୍ମା ନିକଟରେ ଟି-୨୦ ବିଶ୍ବକପରେ ଭାରତ ପାଇଁ ଦମଦାର ପ୍ରଦର୍ଶନ କରିଥିଲେ । ଭାରତ ବିଜୟୀ ହେବାରେ ଏମାନଙ୍କ ଭୂମିକା ମଧ୍ୟ ରହିଛି । ଫାଇନାଲରେ ଦମଦାର ପ୍ରଦର୍ଶନ କରିଥିଲେ । ଆଉ ଏବେ ହାଇଦ୍ରାବାଦ ଫ୍ରାଞ୍ଚାଇଜତ ଗୁରୁ ଦାୟିତ୍ବ ଦେଇଛି । ଇଶାନ କିଷନ ହାଇଦ୍ରାବାଦ ପାଇଁ ଦ୍ବିତୀୟ ସିଜିନ୍ ଖେଳିବେ । ତଥାପପି ଦଳ ତାଙ୍କ ଉପରେ ବିଶ୍ବାସ ରଖିଥିବବେଳେ ଅଧିନାୟକ ପଦ ଦେଇଛି । ପୂର୍ବରୁ ଝାଡ଼ଖଣ୍ଡ ପକ୍ଷରୁ ରଣଜୀ ଟ୍ରଫିରେ ଅଧିନାୟକ ଭାବେ ଦାୟିତ୍ବ ତୁଲାଇଛନ୍ତି ଇଶାନ । ତାଙ୍କ ଅଧିନାୟକତ୍ବରେ ଝାଡ଼ଖଣ୍ଡ ସୟଦ ମୁସ୍ତାଅଲ୍ଲୀ ଟ୍ରଫି ବିଜୟୀ ହୋଇଛି । ତେବେ ଇଶାନଙକ ସମ୍ପର୍କରେ ଯଦି କହିବା ତାହେଲେ ସେ ୨୦୨୨ ମସିହାର ଶେଷ ପର୍ଯ୍ୟାୟରେ ଭାରତୀୟ ଦଳରୁ ଦୂରରେ ରହିଥିଲେ । ଏହାସହ ତାଙ୍କ ବାର୍ଷିକ ଚୁକ୍ତିନାମା ମଧ୍ୟ ସରିଥିଲା । ଦଳକୁ ଫେରିବା ପାଇଁ ସଂଘର୍ଷ କରିଥିଲେ । ଆଉ ନିଜର ଦକ୍ଷତା ବଳରେ ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିବା ଟି-୨୦ ବିଶ୍ବକପ ୨୦୨୬ରେ ଦଳରେ ଖେଳିବାର ସୁଯୋଗ ପାଇଲେ ଏବଂ ନିଜର ଦକ୍ଷତା ଦେଖାଇଛନ୍ତି । ଏହାସହ ପଢ଼ନ୍ତୁ :କେବେ ହେବ ରିଙ୍କୁ- ପ୍ରିୟାଙ୍କ ବାହାଘର ? ଶ୍ବଶୁର ଦେଲେ ବଡ଼ ଅପଡେଟ୍
ଆଇପିଏଲ-2026 ପାଇଁ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଭାବେ ନିଯୁକ୍ତ ହେଲେ ଇଶାନ କିଶନ
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.