ନୂଆଦିଲ୍ଲୀ,୦୫/୦୫;ଏଥର ଆଇପିଏଲରେ କିଛି ଅବିବାହିତ ଓ ବିବାହ ବିଚ୍ଛେଦ ହୋଇଥିବା ଖେଳାଳି ଅବାଧରେ ନିଜର ଗାର୍ଲଫ୍ରେଣ୍ଡ (ବାନ୍ଧବୀ) ଧରି ବୁଲୁଛନ୍ତି । ଟିମ୍ ବସରେ ସେମାନେ ଯାଉଛନ୍ତି ଏବଂ ଟିମ ହୋଟେଲରେ ମଧ୍ୟ ରଖୁଛନ୍ତି । ଯାହାକୁ ନେଇ ବିସିସିଆଇ ପକ୍ଷରୁ ଘୋର ଅସନ୍ତୋଷ ପ୍ରକାଶ ପାଇଥିବା ଜାଣିବାକୁ ମିଳିଛି । ଏହାକୁ ନେଇ ବିସିସିଆଇ ଖୁସି ନାହିଁ । ‘ଆଇପିଏଲରେ ଏହି ‘ଗାର୍ଲଫ୍ରେଣ୍ଡ୍ କଲଚର’ ଶୃଙ୍ଖଳା ଭଙ୍ଗ କରୁଛି ଏବଂ ଏହା ଭବିଷ୍ୟତ ପାଇଁ ବିପଦ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହି ଗର୍ଲଫ୍ରେଣ୍ଡ କଲ୍ଚର ଭାଙ୍ଗିବାକୁ କଡ଼ା ନିୟମ ଆଣିବାକୁ ଯାଉଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ହାର୍ଦ୍ଦିକ ପାଣ୍ଡ୍ୟା, ଯଶସ୍ୱୀ ଜୈସ୍ୱାଲ, ଅର୍ଶଦୀପ ସିଂ ଓ ଈଶାନ କିଷନଙ୍କ ଭଳି ଖେଳାଳି ଅବାଧରେ ନିଜ ବାନ୍ଧବୀମାନଙ୍କୁ ଧରି ଏ ଭେନ୍ୟୁରୁ ସେ ଭେନ୍ୟୁକୁ ବୁଲୁଛନ୍ତି । ସେମାନଙ୍କୁ ନିଜ ଟିମ ହୋଟେଲରେ ରଖୁଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବିସିସିଆଇ ‘ଗାର୍ଲଫ୍ରେଣ୍ଡ କଲଚର’କୁ ନେଇ ଆଦୌ ଖୁସି ନୁହେଁ । ପୂର୍ବରୁ ସେମାନଙ୍କ ମଧ୍ୟରୁ କିଛି ସୋସିଆଲ ମିଡିଆରେ ବେଟିଂ ଆପର ପ୍ରଚାର କରୁଥିଲେ । ଏଭଳି ବିଶୃଙ୍ଖଳିତ ଆଚରଣ ବିରୋଧରେ ବିସିସିଆଇ ନୂଆ ନିୟମ ଆଣିବା ନେଇ ପ୍ରସ୍ତୁତ ହେଉଛି । ଏଭଳି ପରମ୍ପରା ଆଇପିଏଲରେ ଫିକ୍ସିଂକୁ ପ୍ରୋତ୍ସାହିତ କରିପାରେ । ଏହାଦ୍ୱାରା ଉଭୟ ବିସିସିଆଇ ଓ ଆଇପିଏଲର ଛବି ମଳିନ ହେବ । ଏହା ବି ପଢନ୍ତୁ...ରୋହିତ- ରିକଲ୍ଟନ ବଞ୍ଚାଇଲେ ମୁମ୍ବାଇର ସମ୍ମାନ, ପ୍ଲେଅଫ ଆଶା ବଢିଲା ବିସିସିଆଇର ବରିଷ୍ଠ ଅଧିକାରୀ ଜଣଙ୍କ କହିଛନ୍ତି, ‘ଯଦି ଏଭଳି ପରମ୍ପରାକୁ ଏବେ ବନ୍ଦ କରାନଯାଏ, ତାହା ଭବିଷ୍ୟତରେ ସମସ୍ୟା ସୃଷ୍ଟି କରିବ । ଆମେ ଦେଖୁଛୁ ଯେ ଟିମ୍ ବସ ଗୁଡ଼ିକ ‘ଗାର୍ଲଫ୍ରେଣ୍ଡ’ମାନଙ୍କୁ ଅପେକ୍ଷା କରି ରହୁଛି । ସମାନ ହୋଟେଲରେ ସେମାନେ ରହୁଛନ୍ତି । ଖେଳାଳିମାନେ ନିଜର ବାନ୍ଧବୀମାନଙ୍କୁ ଅଫିସିଆଲ ଘୋଷଣା କରିବା ପରେ ଏସିୟୁ (ଦୁର୍ନୀତି ନିବାରଣ ୟୁନିଟ) ଅଧିକାରୀମାନେ ସେମାନଙ୍କୁ ରହିବାର ଅନୁମତି ଦେଉଛନ୍ତି । ମୁଁ ବୁଝି ପାରୁ ନାହିଁ ଯେ ଏ ‘ଅଫିସିଆଲ ଗାର୍ଲଫ୍ରେଣ୍ଡ’ ନିୟମ କେବେଠୁ ଆସିଲା । ବିସିସିଆଇର ଏଭଳି କିଛି ନିୟମ ନାହିଁ । ପୂର୍ବ ନିୟମ ଅନୁସାରେ, ଖେଳାଳିଙ୍କ ପତ୍ନୀ କିମ୍ବା ପରିବାର ଲୋକଙ୍କୁ ପାଖରେ ରହିବାର ଅନୁମତି ରହିଛି ।’ ବିସିସିଆଇ ତା’ର ଆଗାମୀ ବୈଠକରେ ଏ ବିଷୟରେ ଆଲୋଚନା କରିବ । ‘ଗାର୍ଲଫ୍ରେଣ୍ଡ କଲଚର’ ପାଇଁ ନୂଆ ଗାଇଡଲାଇନ ଆସିବ । ଏହା କେବଳ ଆଇପିଏଲ ନୁହେଁ, ଭାରତୀୟ ଦଳ ପାଇଁ ମଧ୍ୟ ଲାଗୁ ହେବ । ଆଇପିଏଲରେ ଫ୍ରାଞ୍ଚାଇଜ ଗୁଡ଼ିକର ଭିନ୍ନ ଭିନ୍ନ ମାଲିକ ରହିଛନ୍ତି । ତେଣୁ ବିସିସିଆଇ ଏମିତି ନିୟମ ଆଣିବାକୁ ଯାଉଛି, ଯାହାକୁ ସମସ୍ତ ଫ୍ରାଞ୍ଚାଇଜ ପାଳନ କରିବେ ।
ଆଇପିଏଲରେ'ଗର୍ଲଫ୍ରେଣ୍ଡ ସଂସ୍କୃତି "ର ମୁକାବିଲା ପାଇଁ କଠୋର ନିୟମ ଆଣିବାକୁ ବିସିସିଆଇ ଯୋଜନା କରୁଛି।
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.