ନୂଆଦିଲ୍ଲୀ – ଆମେରିକା ଓ ଇରାନ ଯୁଦ୍ଧ ଏବେ ଭୟଙ୍କର ଯୁଦ୍ଧରେ ପରିଣତ ହୋଇ ଯାଇଛି। ଇରାନ ଆମେରିକା ଠାରୁ ପ୍ରତିଶୋଧ ନେବା ପାଇଁ ଉପସାଗରୀୟ ଦେଶ (ଗଲ୍ଫ ନେସନ୍ସ ) ଗୁଡ଼ିକରେ ଥିବା ତାର ଠିକଣା ଉପରେ ଘନଘନ ଆକ୍ରମଣ କରୁଛି। ଏହାସହ ସେ ଅଶୋଧିତ ତୈଳ ପ୍ଲାଣ୍ଟକୁ ମଧ୍ୟା ଟାର୍ଗେଟ୍ କରୁଛି, ଯେଉଁଥିରେ ଦୁନିଆରେ ଶକ୍ତି ସଙ୍କଟ ସୃଷ୍ଟି ହୋଇପାରେ। ଏହି ସବୁଥିରେ ଛାନିଆଁ ହୋଇ ଉପସାଗରୀୟ ଦେଶ ତୁରନ୍ତ ୟୁଏନ୍(ଜାତିସଂଘ)ରେ ପହଞ୍ଚିଛନ୍ତି ଏବଂ ତୁରନ୍ତ ଏନେଇ ଆଲୋଚନା ଦାବି କରିଛନ୍ତି। ଡକ୍ୟୁମେଣ୍ଟସରୁ ଜଣାପଡ଼ୁଛି ଯେ, ଉପସାଗରୀୟ ଦେଶ ଗୁଡ଼ିକ ଜେନିଭାରେ ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦରେ , ମଧ୍ୟ-ପ୍ରାଚ୍ୟରେ ନାଗରିକ ଓ ଶକ୍ତି ଭିତ୍ତିଭୂମି ଉପରେ ଇରାନର ଆକ୍ରମଣକୁ ନେଇ ଏକ ତତ୍କାଳ ଡିବେଟ୍ର ଅନୁରୋଧ କରିଛନ୍ତି। ଗଲ୍ଫ ଦେଶ ଗୁଡ଼ିକ ଦ୍ୱାରା ପଠାଯାଇ ଥିବା ଏକ କୂଟନୀତିକ ନୋଟ୍ରେ ବାହାରିନ , ଡୋର୍ଡାନ , କୁଏତ , ଓମାନ , କତାର , ସାଉଦୀ ଆରବ ଓ ସଂଯୁକ୍ତ ଆରବ ଏମିରେଟ୍ ଉପରେ ବାଲିଷ୍ଟିକ୍ ମିସାଇଲ ଓ ଡ୍ରୋନ୍ ଆକ୍ରମଣକୁ ଅନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ପାଇଁ ଗୁରୁତର ଚିନ୍ତାର ବିଷୟ ଭାବେ କହିଛନ୍ତି। ଯେଉଁଥିରେ ମାନବାଧିକାର ଉପରେ ଗୁରୁତର ପ୍ରଭାବ ପଡ଼ୁଛି । ଇରାନ ଉପରେ ଆମେରିକୀୟ-ଇସ୍ରାଏଲନୀୟ ଯୁଦ୍ଧର ବିସ୍ତାର , ଯାହାକି ଏବେ ୩ୟ ସପ୍ତାହରେ ପ୍ରବେଶ କରି ସାରିଛି , ଉପସାଗରୀୟ ଦେଶ ଗୁଡ଼ିକରେ ଶକ୍ତି ଓ ନାଗରିକ ଭିତ୍ତିଭୂମି ଉପରେ ଡ୍ରୋନ୍ ଓ ମିସାଇଲ ଆକ୍ରମଣ ରୂପେ ବଡ଼ ସ୍ତରରେ ଇରାନୀ ଜବାବୀ କାର୍ଯ୍ୟାନୁଷ୍ଠାନକୁ ଜନ୍ମ ଦେଇଛି। ଆହୁରି ମଧ୍ୟ ପଢନ୍ତୁ :୨୪ ଘଣ୍ଟା ମଧ୍ୟରେ ଦେଶ ଛାଡ଼ିବାକୁ ଇରାନୀ କୂଟନୀତିଜ୍ଞଙ୍କୁ କତାରର ନିର୍ଦ୍ଦେଶ ! ଇରାନ ଦ୍ୱାରା ହୋର୍ମୁଜ ପ୍ରଣାଳୀକୁ ବନ୍ଦ କରିବା ଓ ପୂରା ଅଞ୍ଚଳରେ ଶକ୍ତି ସୁବିଧା ଉପର ଆକ୍ରମଣ ଶକ୍ତିର ମୂଲ୍ୟରେ ଖୁବ୍ ବୃଦ୍ଧି କରାଇଛି ଏବଂ ବିଶ୍ୱ ସ୍ତରରେ ମୁଦ୍ରାସ୍ଫୀତିର ବୃଦ୍ଧିର ଭୟକୁ ତ୍ୱରାନ୍ୱିତ କରିଛି। ଡିପ୍ଲୋମେଟିକ୍ ନୋଟ୍ରେ କୁହାଯାଇଛି ଯେ,ଗଲ୍ଫ ଦେଶ ଗୁଡ଼ିକ ଉପରେ କରାଯାଇ ଥିବା ଏହି ବିନା ଉସୁକାଇବାର ଆକ୍ରମଣ –ଇରାନକୁ ଦିଆଯାଇ ଥିବା ଏହି ଆଶ୍ୱାସନା ସତ୍ତ୍ୱେ ତାଙ୍କର କ୍ଷେତ୍ର ଇରାନ –ବିରୋଧୀ ଆକ୍ରମଣ ପାଇଁ ବ୍ୟବହାର କରାଯିବ ନାହିଁ – ତୁରନ୍ତ ଧ୍ୟାନ ଦିଆଯିବାକୁ ଦାବି କରିଛନ୍ତି। ଗଲ୍ଫ ଦେଶ ଗୁଡ଼ିକ ଦ୍ୱାରା ଡ୍ରାଫ୍ଟ ରିଜୋଲ୍ୟୁସନ ପ୍ରସ୍ତବା ଏହି ସବୁ ଆକ୍ରମଣକୁ କଡ଼ା ନିନ୍ଦା କରିଛି ଏବଂ ଇରାନ ଠାରୁ ତୁରନ୍ତ ନାଗରିକ ଭିତ୍ତିଭୂମି ଓ ହୋର୍ମୁଜ ପ୍ରଣାଲୀରେ ବାଣିଜ୍ୟିକ ଜାହାଜ ଗୁଡ଼ିକ ଉପରେ ଆକ୍ରମଣ ରୋକିବାକୁ ଆହ୍ୱାନ କରିଛନ୍ତି।
ଆମେରିକା-ଇରାନ ଯୁଦ୍ଧ ବୃଦ୍ଧି ପାଇଛି ମାନବିକ ଅଧିକାର ଉପରେ ଚିନ୍ତା ମଧ୍ୟରେ ଉପସାଗରୀୟ ଦେଶଗୁଡିକ ଜରୁରୀ ଜାତିସଂଘ ଆଲୋଚନା ଚାହୁଁଛନ୍ତି
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.