Achira News Logo
Achira News

ଆମେରିକା-ଇସ୍ରାଏଲ-ଇରାନ ସଂଘର୍ଷ 19 ତମ ଦିନରେ ପ୍ରବେଶ କଲା ବେଳେ ବିଶ୍ୱ ସଙ୍କଟ ଗଭୀର ହୋଇଛି

Sambad
ଆମେରିକା-ଇସ୍ରାଏଲ-ଇରାନ ସଂଘର୍ଷ 19 ତମ ଦିନରେ ପ୍ରବେଶ କଲା ବେଳେ ବିଶ୍ୱ ସଙ୍କଟ ଗଭୀର ହୋଇଛି
Full News
Share:

ଜେରୁଜେଲମ/ତେହେରାନ: ଆମେରିକା-ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷର ୧୯ତମ ଦିବସ ଆଜି ଏକ ଭୟଙ୍କର ମୋଡ଼ ନେଇଛି। ଏହିଯୁଦ୍ଧଏବେ ଆଞ୍ଚଳିକସ୍ତରରେ ଅତି ବ୍ୟାପକ ହେଉଥିବାରୁ ଆଗାମୀ ଦିନରେ ବୈଶ୍ବିକ ସଙ୍କଟ ଜଟିଳ ରୂପ ନେବା ଆଶଙ୍କା କରାଯାଉଛି। ଇରାନର ଜାତୀୟ ସୁରକ୍ଷା ମୁଖ୍ୟ ଅଲୀ ଲାରିଜାନୀ ଓ ଜଣେ ଶୀର୍ଷ କମାଣ୍ଡର ଗୋଲାମରେଜା ସୋଲେମାନିଙ୍କୁ ଗତକାଲି ହତ୍ୟା କରାଯିବା ପରେ ତେହେରାନ ପକ୍ଷରୁ ଭୀଷଣ ପ୍ରତିଶୋଧ ଆରମ୍ଭ ହୋଇଛି। ଇରାନ ଏହାକୁ କେବଳ ସାମରିକ କ୍ଷତି ଭାବେ ନୁହେଁ, ବରଂ ନିଜର ଅସ୍ତିତ୍ୱ ଉପରେ ଏକ ବଡ଼ ବିପଦ ବୋଲି ଗ୍ରହଣ କରିଛି। ଇସ୍ରାଏଲ ଓ ଉପସାଗରୀୟ ଅଞ୍ଚଳରେ ଥିବା ଆମେରିକୀୟ ସାମରିକ ଘାଟି ଓ ସମ୍ପତ୍ତି ଉପରେ ଆଜି ଏକସଙ୍ଗେ ଆକ୍ରମଣ କରି ଇରାନ ଏହି ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଦେବାକୁ ଚେଷ୍ଟା କରିଛି। ଅନ୍ୟପଟେ ଲେବାନନରେ ଇସ୍ରାଏଲ ଧ୍ବଂସଲୀଳା ଚଳାଇଛି। ବେରୁତରେ ଅନେକ ଅଟ୍ଟାଳିକା ଧୂଳିସାତ ହେବା ସହ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଶତାଧିକ ଆହତ ହୋଇଛନ୍ତି। Firewood: ଜାଳେଣି କାଠ ଉପରେ ୮୦ ପ୍ରତିଶତ ଆଦିବାସୀ ନିର୍ଭରଶିଳ ଇରାନ ଆଜି ଅତ୍ୟାଧୁନିକ ‘ଖୋରମଶାହର-୪’ ବାଲିଷ୍ଟିକ୍ ମିସାଇଲ୍ ଓ ‘ସାହେଦ-୨୩୮’ ଟର୍ବୋଜେଟ୍ ଡ୍ରୋନ୍ ସାହାଯ୍ୟରେ ଇସ୍ରାଏଲ ଉପରେ ଭୀଷଣ ଆକ୍ରମଣ କରିଛି। ଯୁଦ୍ଧ ଆରମ୍ଭରୁ ପ୍ରଥମ ଥର ପାଇଁ ଇରାନର ମିସାଇଲ୍‌ଗୁଡ଼ିକ କେନ୍ଦ୍ରୀୟ ଇସ୍ରାଏଲର ଶକ୍ତିଶାଳୀ ‘ଏରୋ-୩’ ପ୍ରତିରକ୍ଷା ପ୍ରଣାଳୀକୁ ଭେଦ କରିବାରେ ସଫଳ ହୋଇଛି। କ୍ଲଷ୍ଟର ବୋମା ଥିବା ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ମାଡ଼ ଭୟାବହ ସ୍ଥିତି ସୃଷ୍ଟି କରିଛି। ତେଲ୍‌ ଅଭିଭ୍‌ର ରାମାତ୍‌ ଗାନ୍‌ ଅଞ୍ଚଳରେ ଏକ ପ୍ରମୁଖ ରେଳ ଜଙ୍କସନ୍ ନିକଟରେ ମିସାଇଲ ମାଡ଼ ହେବାରୁ ଦୁଇଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ମିସାଇଲ ଓ ଡ୍ରୋନ୍ ଆକ୍ରମଣ ଯୋଗୁଁ ସେଣ୍ଟ୍ରାଲ ସାଭିଦୋର ରେଳ ଷ୍ଟେସନ୍‌ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି। ଯାହାଫଳରେ ଏଠାରୁ ସମସ୍ତ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ଗିଭାତାଇମ୍ ଅଞ୍ଚଳର ଏକ ଆବାସିକ କମ୍ପ୍ଲେକ୍ସର ଧ୍ୱଂସାବଶେଷ ତଳୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏବେ ବି ଉଦ୍ଧାରକାରୀ ଦଳ ନିୟୋଜିତ ଅଛନ୍ତି। ଗତ ୪୮ ଘଣ୍ଟା ମଧ୍ୟରେ ଇରାନ ଆକ୍ରମଣରେ ହଜାର ହଜାର ଇସ୍ରାଏଲୀ ନାଗରିକ ଆହତ ହୋଇଛନ୍ତି। ତେଲ୍‌ ଅଭିଭ୍‌ରେ କ୍ଷେପଣାସ୍ତ୍ର ବର୍ଷାଉପସାଗରୀୟ ଅଞ୍ଚଳରେ ସଂଘର୍ଷ ତୀବ୍ରହର୍ମୁଜ ପ୍ରଣାଳୀ ସଂପୂର୍ଣ୍ଣ ଅଚଳବୁଶେହର ପରମାଣୁ କେନ୍ଦ୍ରରେ କ୍ଷେପଣାସ୍ତ୍ର ମାଡ଼ ଅନ୍ୟପକ୍ଷରେ ଇସ୍ରାଏଲ ହେଜବୁଲ୍ଲା ବିରୋଧରେ ‘ଆଇରନ୍ ପ୍ରେସର’ ଅଭିଯାନକୁ ଆହୁରି ଜୋରଦାର କରିଛି। ବେରୁତର କେନ୍ଦ୍ରସ୍ଥଳରେ ଥିବା ଏକ ୨୨ ମହଲା ବ୍ୟବସାୟିକ ଆବାସିକ କୋଠାକୁ ଇସ୍ରାଏଲ୍‌ର ଯୁଦ୍ଧବିମାନ ସମ୍ପୂର୍ଣ୍ଣ ଧ୍ବଂସ କରିଦେଇଛି। ଲେବାନନ୍ ସରକାରଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷରୁ ଅଧିକ ଲୋକ ବାସହୀନ ହୋଇ ସାରିଲେଣି ଏବଂ ମାନବୀୟ ସଙ୍କଟ ଅତି ଜଟିଳ ରୂପ ନେଇଛି। ପାରସ୍ୟ ଉପସାଗରୀୟ ଅଞ୍ଚଳରେ ଆଜି ମଧ୍ୟ ସଂଘର୍ଷର ତୀବ୍ରତା ଚରମସୀମାରେ ପହଞ୍ଚିଛି। କତରରେ ଥିବା ‘ଅଲ୍ ଉଦେଇଦ୍’ ବାୟୁସେନା ଘାଟି ଏବଂ କୁଏତର ‘କ୍ୟାମ୍ପ ଆଦିରି’ ଭଳି ଆମେରିକୀୟ ସାମରିକ ପ୍ରତିଷ୍ଠାନ ଉପରେ ଏକାଧିକ ‘କାମିକାଜେ’ ଡ୍ରୋନ୍ ଆକ୍ରମଣ କରାଯାଇଛି। ପେଣ୍ଟାଗନ୍ ଏଥିରେ ସାମାନ୍ୟ କ୍ଷତି ହୋଇଥିବା ଦାବି କରୁଥିଲେ ହେଁ ଉପସାଗରୀୟ ଦେଶଗୁଡ଼ିକ ଉପରେ ଏହାର ବ୍ୟାପକ ପ୍ରଭାବ ପଡ଼ିଛି। ସେହିପରି ସାଉଦି ଆରବର ରାଜଧାନୀ ରିୟାଦ ଓ ଏହାର ପୂର୍ବାଞ୍ଚଳ ପ୍ରଦେଶରେ ଥିବା ଶକ୍ତି ଭିତ୍ତିଭୂମିକୁ ଲକ୍ଷ୍ୟ କରି ଆସୁଥିବା ୬ଟି ଡ୍ରୋନ୍‌କୁ ସାଉଦି ପ୍ରତିରକ୍ଷା ବାହିନୀ ଆକାଶରେ ହିଁ ନଷ୍ଟ କରିଦେଇଛି। ଏହି ଆକ୍ରମଣ ଯୋଗୁଁ ୟୁଏଇ (ଦୁବାଇ ଓ ଆବୁଧାବି) ଏବଂ କତରରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣାଯାଇଛି। Cricket: ଓସିଏ କ୍ଲବ୍‌ ଲିଗ୍‌: ଆଦିତ୍ୟ, ଶୁବାଶିଷଙ୍କ ଶତକ; ଶୁଭମଙ୍କୁ ୫ୱିକେଟ୍‌ ସାମ୍ପ୍ରତିକ ଯୁଦ୍ଧ ଯୋଗୁଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇଯାଇଛି। ଇରାନ ବର୍ତ୍ତମାନ କେବଳ ତା’ର ବନ୍ଧୁ ରାଷ୍ଟ୍ରମାନଙ୍କର ଜାହାଜକୁ ଯାତାୟାତ ପାଇଁ ଅନୁମତି ଦେଉଛି, ଯାହାଫଳରେ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଅଶୋଧିତ ତୈଳ ରପ୍ତାନି ବନ୍ଦ ହୋଇଯାଇଛି। ହର୍ମୁଜ ତଟରେ ଆଜି ଆମେରିକା ଭୀଷଣ ବୋମାମାଡ଼ କରିଇରାନର ଏକ କ୍ଷେପଣାସ୍ତ୍ର ଘାଟିକୁ ଧ୍ବଂସ କରିଛି। ତେବେ ଏହା ସତ୍ତ୍ବେ ଇରାନର ହର୍ମୁଜ ଅବରୋଧ ଉପରେ କୌଣସି ଫରକ ପଡ଼ିନାହିଁ। ବିଶ୍ୱବଜାରରେ ତେଲ ଦର ଆକାଶଛୁଆଁ ହୋଇଥିବା ବେଳେ ଅନେକ ଆନ୍ତର୍ଜାତୀୟ ବିମାନ ସଂସ୍ଥା ଏହି ଅଞ୍ଚଳରେ ସେମାନଙ୍କର ସମସ୍ତ ଉଡ଼ାଣ ସ୍ଥଗିତ ରଖିଛନ୍ତି। ଯୁଦ୍ଧର ପରିଣାମ ସ୍ୱରୂପ ଚୀନର ମୁଦ୍ରା ‘ୟୁଆନ୍’ ମାଧ୍ୟମରେ ତେଲ କାରବାର କରିବାକୁ ଇରାନ ପ୍ରୟାସ କରୁଛି, ଯାହା ଆମେରିକୀୟ ଡଲାରର ପ୍ରଭାବକୁ ହ୍ରାସ କରିବାର ଏକ ରଣନୀତି ବୋଲି କୁହାଯାଉଛି। ଗତରାତିରେ ଇରାନର ବୁଶେହର ପରମାଣୁ କେନ୍ଦ୍ର ପରିସରରେ ଏକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ତେବେ ଏହି ଆକ୍ରମଣ ପରେ କୌଣସି ତେଜସ୍କ୍ରିୟ ବିକିରଣ ହୋଇନଥିବା ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି ଆଇଏଇଏ ସ୍ପଷ୍ଟ କରିଛି।

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ଆମେରିକା-ଇସ୍ରାଏଲ-ଇରାନ ସଂଘର୍ଷ 19 ତମ ଦିନରେ ପ୍ରବେଶ କଲା ବେଳେ ବିଶ୍ୱ ସଙ୍କଟ ଗଭୀର ହୋଇଛି | Achira News