ନୂଆଦିଲ୍ଲୀ : ଆମେରିକା ଓ ଭାରତ ମଧ୍ୟରେ ହୋଇଥିବା ଟ୍ରେଡ୍ ଡିଲ୍ (ବାଣିଜ୍ୟ ଚୁକ୍ତି) ଏବେ ଚର୍ଚ୍ଚାରେ। ଏଥିରେ ପ୍ରଥମ ଥର କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ପକ୍ଷରୁ ଅଫିସିଆଲି ପ୍ରତିକ୍ରିୟା ଆସିଛି। କେନ୍ଦ୍ର ମନ୍ତ୍ରୀ ଗୋୟଲ ଏହି ଡିଲ୍ର ପ୍ରଂଶସା କରି କହିଛନ୍ତି , ଏହା ଭାରତକୁ ମଜବୁତ କରିବାର ଏକ ଚୁକ୍ତି (ଡିଲ୍)। ସେ କହିଛନ୍ତି , ଅନେକ ପ୍ରତିବନ୍ଧକ ଓ ମାସ ମାସର ଆଲୋଚନା ପରେ ଆମେରିକା ସହ ହୋଇଥିବା ଏହି ଟ୍ରେଡ୍ ଡିଲ୍ ସର୍ବୋତ୍ତମ। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ସହ ବହୁ ପ୍ରତିକ୍ଷିତ ବାଣିଜ୍ୟ ଚୁକ୍ତି ପୂରଣ କରିଛନ୍ତି , ଯେଉଁଥି ପାଇଁ ପୂରା ଦେଶ ତାଙ୍କୁ ଶୁଭେଚ୍ଛା ଜଣାଇଛି। ଏହି ଡିଲ୍ର ଘୋଷଣା ଗତକାଲି କରାଯାଇ ଥିଲା। ଏହି ବିଷୟରେ ପ୍ରଥମେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଥିଲେ। ଉଭୟ ନେତା ପରସ୍ପରକୁ ଧନ୍ୟବାଦ ଜଣାଇ ଥିଲେ। ଆହୁରି ମଧ୍ୟ ପଢନ୍ତୁ :ଏନଡିଏ ସଂସଦୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଭାରତ ସପକ୍ଷରେ ବିଶ୍ୱ ବ୍ୟବସ୍ଥା ଗୋୟଲ କହିଛନ୍ତି , ଭାରତକୁ ଆମେରିକା ସହ ଭଲ ଚୁକ୍ତି ମିଳିଛି, କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ବ୍ୟକ୍ତିଗତ ସଂପର୍କ ଖୁବ୍ ଦୃଢ। ସେ କହିଛନ୍ତି ଯେ, ଏବେ ବି ଚୁକ୍ତିର ପ୍ରକ୍ରିୟା ଚାଲୁ ରହିଛି , ସଂପୂର୍ଣ୍ଣ ହେବା ପରେ ଉଭୟ ଦେଶ ପକ୍ଷରୁ ଦିଆଯାଇ ଥିବା ବିବୃତ୍ତି ପ୍ରକାଶିତ ହେବ। ସେ ଏହି ବାହାନାରେ ବିରୋଧୀ ଦଳ ଉପରେ ବିରକ୍ତି ଭାବ ପ୍ରକାଶ କରିଛନ୍ତି ଏବଂ ଏହି କଥା ଉପରେ କହିଛନ୍ତି ଯେ,ବିରୋଧୀ କାହିଁକି କହୁଛନ୍ତି ଯେ , ଏହି ଚୁକ୍ତି ଓ ଶୁଳ୍କ ହ୍ରାସର ଘୋଷଣା ମଧ୍ୟ ୱାଶିଂଟନରେ ଓ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା କରାଯାଇଛି। ଗୋୟଲ କରିଛନ୍ତି , ଆମେରିକା ଶୁଳ୍କ (ଟାରିଫ) ଲଗେଇ ଥିଲା, ଏବଂ ଏବେ ସେ ହିଁ କମାଇଲା , ଏଥିପାଇଁ ସେପଟୁ ହିଁ ଏହାର ଘୋଷଣା ହେଲା। ଏଥିରେ ସରକାରଙ୍କ ପଟରୁ କଣ ତ୍ରୁଟି ରହିଲା ? ସେ କହିଛନ୍ତି , ଏହି ଡିଲ୍(ଚୁକ୍ତି) ଭାରତର ଉଜ୍ଜ୍ୱଳ ଭବିଷ୍ୟତର ପ୍ରତିଛବି।
ଆମେରିକା-ଭାରତ ବାଣିଜ୍ୟ ଚୁକ୍ତିକୁ ଭାରତୀୟ ବାଣିଜ୍ୟ ମନ୍ତ୍ରୀଙ୍କ ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିଛି
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.