Achira News Logo
Achira News

ଆଶ୍ଚର୍ଯ୍ୟଜନକ ଘଟଣାରେ ବେଆଇନ କାର୍ଯ୍ୟ କରିବାକୁ ସରକାରୀ ଅଧିକାରୀଙ୍କୁ ଯୁବକଙ୍କ ଅନୁରୋଧ

Sambad
ଆଶ୍ଚର୍ଯ୍ୟଜନକ ଘଟଣାରେ ବେଆଇନ କାର୍ଯ୍ୟ କରିବାକୁ ସରକାରୀ ଅଧିକାରୀଙ୍କୁ ଯୁବକଙ୍କ ଅନୁରୋଧ
Full News
Share:

ଚାନ୍ଦବାଲି: ସରକାରୀ ଅଫିସ କାର୍ଯ୍ୟାଳୟ ଭିତରେ ପଶି ଆଖିବୁଜା ଅଫିସରଙ୍କୁ ମାଡ଼। ତାହା ପୁଣି ଦିନ ଦିପହରେ ସର୍ବ ସମ୍ମୁଖରେ ଦେଖିବାକୁ ମିଳିଛି। ଏମିତି କି ଅଫିସ ଗୃହରୁଘୋଷାଡ଼ିଘୋଷାଡ଼ି ମାଡ଼ ମାରି ବାହାରେ ମାଡ଼ ମାରିବା ଘଟଣାସିସିଟିଭିକ୍ୟାମେରାରେ ରେକର୍ଡ ହୋଇଥିବା ଦେଖିବାକୁ ମିଳିଛି।ଭଦ୍ରକଜିଲ୍ଲାଚାନ୍ଦବାଲି ତହସିଲ ଅଧିନସ୍ଥ ସାରଣା ନିରୀକ୍ଷକ କାର୍ଯ୍ୟାଳୟରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଆର.ଆଇ ତାପସ ରଞ୍ଜନ ଜେନା ଅଫିସରେ କାର୍ଯ୍ୟ କରୁଥିବା ସମୟରେ ଭୂଇଁବୃତ୍ତି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ସର୍ବେଶ୍ୱର ଦାସଙ୍କ ପୁଅ ସୁବାସ ଦାସ ନାମକ ଜଣେ ଯୁବକ ଆର ଆଇ ଅଫିସକୁ ଯାଇ କିଛି ବେଆଇନ କାର୍ଯ୍ୟ କରିବା ପାଇଁ କହିଥିଲେl କିନ୍ତୁ ଆର.ଆଇ ତାପସ ରଞ୍ଜନ ଜେନା ତାଙ୍କୁ ମନା କରି ଦେବାରୁ ସୁବାସ ଦାସ ଅତର୍କିତ ଭାବେ ଆକ୍ରମଣ କରିଥିଲେl ଆହୁରି ପଢ଼ନ୍ତୁ:War: ଡ୍ରୋନ୍ ଆକ୍ରମଣ ଭୟ: ଦୁବାଇ ସମେତ ୟୁଏଇର ସମସ୍ତ ମସଜିଦ ଭିତରେ ଇଦ୍ ନମାଜ ପାଠ, ନିର୍ଦ୍ଦେଶ ହେଲା ଜାରି ଆର.ଆଇ ତାପସ ରଞ୍ଜନ ଜେନାଙ୍କ ଦେହ ଅସୁସ୍ଥ ହେବାରୁ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତିl ନ୍ୟାୟ ପାଇଁ ଆର.ଇ ଥାନାରେ ଓ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି l ଏହି ଘଟଣାରେ ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍ଲିକ କହିଛନ୍ତି ଏଭଳି କାଣ୍ଡ ଘଟାଇ ଥିବା ବ୍ୟକ୍ତି ଉପରେ ଦୃଢ଼ କାର୍ଯନୁଷ୍ଠାନ ନିଆଯିବ।

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ଆଶ୍ଚର୍ଯ୍ୟଜନକ ଘଟଣାରେ ବେଆଇନ କାର୍ଯ୍ୟ କରିବାକୁ ସରକାରୀ ଅଧିକାରୀଙ୍କୁ ଯୁବକଙ୍କ ଅନୁରୋଧ | Achira News