Achira News Logo
Achira News

ଆସାମର ଅଭିଯୁକ୍ତ ସଂଗଠିତ ଅପରାଧରେ ଦୋଷୀ ସାବ୍ୟସ୍ତ, 10 ବର୍ଷ କାରାଦଣ୍ଡରେ ଦଣ୍ଡିତ

Sambad
ଆସାମର ଅଭିଯୁକ୍ତ ସଂଗଠିତ ଅପରାଧରେ ଦୋଷୀ ସାବ୍ୟସ୍ତ, 10 ବର୍ଷ କାରାଦଣ୍ଡରେ ଦଣ୍ଡିତ
Full News
Share:

ଭୁବନେଶ୍ବର: ୨୦୨୫ ମେ’ରେଲିଙ୍ଗରାଜଥାନା ଅଞ୍ଚଳରେ ଘଟିଥିବା ଏକ ଚୋରି ମାମଲାର ବିଚାର କରି ଭୁବନେଶ୍ବର ଦ୍ୱିତୀୟ ଅତିରିକ୍ତଜିଲ୍ଲାଓ ଦୌରାଜଜ୍ ବନ୍ଦନା କର ମାମଲାର ଅଭିଯୁକ୍ତ ଦୀପକ କୁମାର ସାହୁ ଓରଫ ଦିପୁକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୧ ପ୍ରୟୋଗ କରି ସଂଗଠିତ ଅପରାଧ ପାଇଁ ଆସାମୀକୁ ଦଣ୍ଡବିଧାନ ଓଡ଼ିଶାରେ ପ୍ରଥମ। ଦୀପକକୁ ୧୦ ବର୍ଷ କାରଦଣ୍ଡ ସହ ଏକ ଲକ୍ଷ ଟଙ୍କା ଜରିମାନା ଶୁଣାଇଛନ୍ତି। ଜରିମାନା ଅନାଦେୟ ଆଉ ଏକ ବର୍ଷ କାରାଦଣ୍ଡ ଭୋଗିବାକୁ ହେବ। ଗତ ୨୦୨୫ ଜୁଲାଇ ୨୭ରେ ଅଭିଯୋଗକାରୀ ଶିବପ୍ରସାଦ ସାମଲଙ୍କ ଓଲ୍‌ଡ ଟାଉନ ହାଟସାହି ବନଦୁର୍ଗା ଗଳିରେ ଥିବା ତାଙ୍କ ଘର ସମ୍ମୁଖରୁ ଦୀପକ ବାଇକ୍‌ଟିକୁ ଚୋରି କରିଥିଲା। ଏନେଇ ଶିବପ୍ରସାଦ ଲିଙ୍ଗରାଜ ଥାନାରେ ଦାଏର କରିଥିବା ରିପୋର୍ଟ ଆଧାରରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରି ଡୁମୁଡୁମାର ଏକ ଭଡ଼ା ଘରୁ ଦୀପକକୁ ଗିରଫ କରିବା ସହିତ ଘର ପଛ ପଟୁ ୫ଟି ‌ଚୋରା ବାଇକ୍‌ ଜବତ କରିଥିଲା। Rangeilunda Airport: ରଙ୍ଗେଇଲୁଣ୍ଡା ଏୟାରପୋର୍ଟ ହେବ ଡ୍ରୋନ୍ ବିପ୍ଳବ କେନ୍ଦ୍ର ଅଭିଯୁକ୍ତର ପୂର୍ବ ଅପରାଧ ରେକର୍ଡ଼ ଯାଞ୍ଚ ସମୟରେ ତା ନାମରେ ୨୪ଟି ଚୋରି ମାମଲା ଥିବା ଜଣାପଡ଼ିଥିଲା। ସେ ଏକ ଗ୍ୟାଙ୍ଗ୍‌ କରି ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ବାଇକ୍‌ ଚୋରି କରି ଆଣଉଥିଲା ଓ ଘର ପଛପଟେ ଏକ ସେକେଣ୍ଡ୍‌ ହ୍ୟାଣ୍ଡ୍‌ ବାଇକ୍‌ ସୋ’ରୁମ୍‌ କରି ଗାଡ଼ିଗୁଡ଼ିକୁ ବିକୁୁଥିଲା। ମାମଲାର ବିଚାରଣା ବେଳେ ୫ଜଣ ସାକ୍ଷୀଙ୍କ ଜମାନବନ୍ଦୀ ଓ ଉପଯୁକ୍ତ ଦସ୍ତାବିଜ ଆଧାରରେ ଅଦାଲତ ଦୀପକକୁ ବିଭିନ୍ନ ଦଫାରେ ମୋଟ ୧ ଲକ୍ଷ ୭୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ସାଇରଞ୍ଜନ ମହାନନ୍ଦିଆ ମାମଲା ପରିଚାଳନା କରିଥିଲେ। ଡେପୁଟି ଡାଇରେକ୍ଟର ଅଫ୍‌ ପ୍ରସିକ୍ୟୁସନ ହେମନ୍ତ କୁମାର ସ୍ୱାଇଁ ଏବଂ ପବ୍ଲିକ୍ ପ୍ରସିକ୍ୟୁଟର୍‌ ସିପ୍ରାଞ୍ଜଳି ସ୍ୱାଇଁ ପ୍ରତ୍ୟକ୍ଷ ତତ୍ୱାବଧାନ କରୁଥିଲେ। Odisha Cup 2025 Final: ଦୁବାଇରେ ଆୟୋଜିତ ହେଲା ଓଡ଼ିଶା କପ୍ ୨୦୨୫ର ଗ୍ରାଣ୍ଡ ଫାଇନାଲ ବିଏନଏସ୍ ୧୧୧ ଧାରାରେ ଓଡ଼ିଶାରେ ପ୍ରଥମ ଦଣ୍ଡବିଧାନଆଜି କମିସନରେଟ୍ ପୁଲିସ ପକ୍ଷରୁ ଭାରତୀୟ ନ୍ୟାୟ ସଂହିତାର ସଂଗଠିତ ଅପରାଧ ସମ୍ବନ୍ଧୀୟ ଧାରା–୧୧୧ ଅନୁଯାୟୀ ତଦନ୍ତ ଓ ଚାର୍ଜସିଟ୍‌ ଦାଖଲ ହୋଇଥିବା ରାଜ୍ୟର ପ୍ରଥମ ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ ଓ ଦଣ୍ଡାଦେଶ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଦୀପକ ଜଣେ ପେସାଗତ ଅପରାଧୀ ଓ ସେ ଏବଂ ତା’ର ସହଯୋଗୀ ମାନଙ୍କ ନାମରେ ଭୁବନେଶ୍ବର ସହରାଞ୍ଚଳ ପୁଲିସର ବିଭିନ୍ନ ଥାନାରେ ପ୍ରାୟ ୨୭ରୁ ଅଧିକ ଗାଡ଼ି ଚୋରି ମାମଲା ରହିଛି।ଭାରତୀୟନ୍ୟାୟ ସଂହିତାର ଧାରା–୧୧୧ ଅନୁଯାୟୀ ମାମଲାଟି ସେସନ୍ସ କୋର୍ଟ ଦ୍ୱାରା ବିଚାର କରାଯାଇ ମାତ୍ର ୨୪୯ ଦିନରେ ଦଣ୍ଡବିଧାନ କରାଯାଇଛି। ଏହି ଧାରାରେ ସର୍ବନିମ୍ନ ୫ ବର୍ଷର କାରାଦଣ୍ଡରୁ ଆରମ୍ଭ କରି ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ଦଣ୍ଡବିଧାନ ହୋଇପାରେ। ଏହାସହିତ ସର୍ବାଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ପ୍ରାଧାନ ରହିଛି।

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ଆସାମର ଅଭିଯୁକ୍ତ ସଂଗଠିତ ଅପରାଧରେ ଦୋଷୀ ସାବ୍ୟସ୍ତ, 10 ବର୍ଷ କାରାଦଣ୍ଡରେ ଦଣ୍ଡିତ | Achira News