ଇନ୍ଦୋର : ଇନ୍ଦୋର ବ୍ରଜେଶ୍ୱରୀ ଏନେକ୍ସ କଲୋନୀରେ ହୋଇଥିବା ଭୀଷଣ ଅଗ୍ନିକାଣ୍ଡରେ ଏକ ନୂଆ ମୋଡ ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ନିଜ ପରିବାରର ୮ ଜଣ ସଦସ୍ୟଙ୍କୁ ହରାଇ ଥିବା ସୌରଭ ପୁଗଲିଆ ଗୁରୁବାର ଏକ ନୂଆ ଆଶ୍ଚର୍ଯ୍ୟକର ଦାବି କରିଛନ୍ତି। ଏହି ଭୟଙ୍କର ଅଗ୍ନିକାଣ୍ଡରେ ଜୀବିତ ବ୍ୟକ୍ତି ସୌରଭଙ୍କର କହିବାନୁସାରେ ଦୁର୍ଘଟଣା ପାଇଁ ଇଲେକ୍ଟ୍ରିକ୍ ଗାଡ଼ି (ଇଭି) ର ଚାର୍ଜିଂ ପଏଣ୍ଟ ଦାୟୀ ନୁହେଁ, କାରଣ ଘଟଣା ସମୟରେ ଚାର୍ଜ ଗାଡ଼ି ଚାର୍ଜ ହେଉ ନଥିଲା, ଏବଂ ଏମିତି କି, ଚାର୍ଜର ଏଥିରେ କନେକ୍ଟ ବି ହୋଇ ନଥିଲା। ଏହା ପୂର୍ବରୁ ଉକ୍ତ ଘଟଣା ପାଇଁ ଇଭି କାରରେ ଚାର୍ଜିଂ ବେଳେ ହୋଇଥିବା ସର୍ଟ ସର୍କିଟ୍କୁ ଦାୟୀ କରାଯାଉ ଥିଲା। ଏହାସହ ସୌରଭ ପୁଲିସଙ୍କ ଏହି ସବୁ ଦାବିକୁ ଖଣ୍ଡନ କରି ଦେଇଛନ୍ତି ଯେ, ଯାହା ସବୁ କୁହାଯାଇ ଥିଲା ଘରେ ଇଲେକ୍ଟ୍ରିକ୍ ଲାଗିଥିଲା, ଯେଉଁ କାରଣରୁ ଲୋକଙ୍କୁ ରକ୍ଷା କରିବାରେ ଖୁବ୍ ସମସ୍ୟା ହୋଇଥିଲା। ଏସବୁ ମିଛ କଥା। ସତ ଏହା ନୁହେଁ। ଉଲ୍ଲେଖନୀୟ ଯେ,ସହରର ବଙ୍ଗାଲୀ ସ୍କୋୟାର ନିକଟସ୍ଥ ବ୍ରଜେଶ୍ୱରୀ ଏନେକ୍ସ କଲୋନୀରେ ବୁଧବାର ସକାଳେ ବ୍ୟବସାୟୀ ମନୋଜ ପୁଗଲିଆ( ୬୫)ଙ୍କ ଘରେ ନିଆଁ ଲାଗି ଯିବାରୁ ପୁଗଲିଆ ଓ ତାଙ୍କର ଗର୍ଭବତୀ ବୋହୂ ସିମରନ (୩୦)ଙ୍କ ବ୍ୟତୀତ ତାଙ୍କର ଛଅ ଜଣ ନିକଟତମ ସଂପର୍କୀୟଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ମଧ୍ୟ ଥିଲେ। ପୁଗଲିଆଙ୍କ ପୁଅ ସୌରଭ ମଧ୍ୟ ଅଗ୍ନିକାଣ୍ଡ ସମୟରେ ଥିଲେ , କିନ୍ତୁ ସେ ନିଜର ଅନ୍ୟ ତିନି ଜଣ ପରିଜନଙ୍କ ସହ ଘରୁ ବାହାରିବାରେ ସଫଳ ହୋଇ ଥିଲେ। ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଥିବା ସୌରଭ ଘଟଣାର ସୂଚନା ଦେଇ ମିଡ଼ିଆକୁ କହିଛନ୍ତି – ଅଗ୍ନିକାଣ୍ଡ ପାଇଁ ଇଭି କାରର ଚାର୍ଜିଂ ପଏଣ୍ଟ କାରଣ ନୁହେଁ। ଆମେ ପ୍ରତିଦିନ କାରକୁ ଚାର୍ଜ କରୁଛୁ। କିନ୍ତୁ ସେହି ରାତି(ମଙ୍ଗଳବାର) ସୌଭାଗ୍ୟବଶତଃ ଆମେ କାରକୁ ଚାର୍ଜ କରିବା ପାଇ ବିଦ୍ୟୁତ୍ ଚାର୍ଜିଂ ପଏଣ୍ଟରେ ଯୋଡ଼ି ନଥିଲୁ। ଯେତେବେଳେ କାରରେ କୌଣସି ଚାର୍ଜର ସଂଯୁକ୍ତ ନଥିଲା, ଏହି ସ୍ଥିତିରେ ଏହାର ଚାର୍ଜିଂ ପଏଣ୍ଟରେ ନିଆଁ କେମିତି ଲାଗି ପାରିବ କିମ୍ୱା ଏଥିରେ ସର୍ଟ ସର୍କିଟ୍ କେମିତି ହୋଇପାରେ ? ସୌରଭ କହିଛନ୍ତି ଯେ, ଘର ନିକଟରେ ଥିବା ବିଦ୍ୟୁତ୍ ପୋଲରୁ ସ୍ପାର୍କିଂରୁ ନିଆଁର ଆରମ୍ଭ ହୋଇ ଥିଲା। ନିଜର ଦାବିର ସମର୍ଥନରେ ସେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଦୁର୍ଘଟଣାର ଭିଡ଼ିଓର ଉଲ୍ଲେଖ କରି କହିଥିଲେ , ଇନଷ୍ଟାଗ୍ରାମ୍ରେ ଯେଉଁ ଭିଡ଼ିଓ ଚାଲିଛି, ଏଥିରେ ବି ଆପଣ ଦେଖି ପାରିବେ କି ମୋ ଘର ବାହାରେ ଥିବା ବିଦ୍ୟୁତ୍ ଖୁଣ୍ଟର ଉପରେ ବିସ୍ଫୋରଣ ହେଉଛି ଏବଂ ଏହାର ସ୍ପାର୍କିଂ ତଳକୁ ଖସୁଛି। ଏହାସହ ମଧ୍ୟ ପଢନ୍ତୁ :ପୋଷ୍ଟମର୍ଟମ ଘରୁ ଉଲଗ୍ନ ହୋଇ ଦୌଡ଼ିଲେ ଯୁବକ...
ଇନ୍ଦୋର ଅଗ୍ନିକାଣ୍ଡ ସର୍ଭାଇଭର୍ ମାରାତ୍ମକ ଅଗ୍ନିକାଣ୍ଡ ପାଇଁ ସମୟକୁ ଦାୟୀ କରନ୍ତି, ଚାର୍ଜିଂ ପଏଣ୍ଟ ନୁହେଁ
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.