ଭୋପାଳ: ବୁଧବାର ସକାଳେ ମଧ୍ୟପ୍ରଦେଶରବାଣିଜ୍ୟିକରାଜଧାନୀ ଇନ୍ଦୋରର ତିଲକ ନଗର ଅଞ୍ଚଳରେ ଏକ ଭୟଙ୍କର ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ଆଠ ଜଣ ସଦସ୍ୟ ଜଳିଯାଇଛନ୍ତି। ବ୍ରିଜେଶ୍ୱରୀ ଏନକ୍ଲେଭ୍ କଲୋନିରେ ଘର ବାହାରେ ଏକ ବୈଦ୍ୟୁତିକ ଗାଡ଼ି ଚାର୍ଜ କରିବା ସମୟରେ ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘର ଭିତରେ ଥିବା ଏକାଧିକ ଏଲ୍ପିଜି ସିଲିଣ୍ଡର ବିସ୍ଫୋରଣ ହେବା ପରେନିଆଁବୃଦ୍ଧି ପାଇଥିଲା। Song: ସେପଟେ ପୁଲିସ ଖୋଜୁଛି, ଏପଟେ ଗାଉଛନ୍ତି ଗୀତ! Ravensa Political: ରେଭେନ୍ସା ରାଜନୀତି ବିଜ୍ଞାନ ବିଭାଗର ବାର୍ଷିକ ବକ୍ତୃତା ଇନ୍ଦୋର ପୁଲିସ କମିସନର ସନ୍ତୋଷ ସିଂହଙ୍କ କହିବା ଅନୁସାରେ,ଅଗ୍ନିଶମବାହିନୀ ଓ ସକାଳର ପାଟ୍ରୋଲିଂ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଘରୁ ତିନି ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଛଅ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।ଶ୍ୱାସରୁଦ୍ଧହେତୁ କିଛି ଅଗ୍ନିଶମ କର୍ମଚାରୀ ଏବଂ ପୁଲିସ ସାମାନ୍ୟ ଆହତ ହୋଇଥିଲେ। ଇନ୍ଦୋରର ଏମ୍ ୱାଇ ହସ୍ପିଟାଲ୍ ବର୍ନ ୟୁନିଟ୍ର ସଦ୍ୟତମ ତଥ୍ୟ ଆଠ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି, ଗୋଟିଏ ମୃତଦେହ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ମୃତକଙ୍କ ମଧ୍ୟରେ ବ୍ୟବସାୟୀ ପରିବାରର ମୁଖ୍ୟ ୬୫ ବର୍ଷୀୟ ମନୋଜ ପୁଗାଲିଆ ଓ ତାଙ୍କର ୩୦ ବର୍ଷୀୟ ବୋହୂ ସିମରନ୍ ଅଛନ୍ତି। ପୀଡିତଙ୍କ ମଧ୍ୟରେ ଜଣେ ୧୨ ବର୍ଷରଝିଅଓ ଦୁଇ ଜଣ ମହିଳା ଥିଲେ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି।
ଇନ୍ଦୋର ଅଗ୍ନିକାଣ୍ଡରେ ପରିବାରର 8 ଜଣ ସଦସ୍ୟଙ୍କ ମୃତ୍ୟୁ, ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ
Sambad•
%2Fsambad%2Fmedia%2Fmedia_files%2F2026%2F03%2F19%2Funtitled-6-2026-03-19-07-40-34.jpg&w=3840&q=75)
Full News
Share:
Disclaimer: This content has not been generated, created or edited by Achira News.
Publisher: Sambad
Want to join the conversation?
Download our mobile app to comment, share your thoughts, and interact with other readers.