Achira News Logo
Achira News

ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ ବୃଦ୍ଧି ପାଇଛି ଉପସାଗରୀୟ ପାୱାର ଷ୍ଟେସନଗୁଡ଼ିକୁ ଧ୍ୱଂସକାରୀ ଆକ୍ରମଣରେ ଟାର୍ଗେଟ କରାଯାଇଛି

Sambad
ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ ବୃଦ୍ଧି ପାଇଛି ଉପସାଗରୀୟ ପାୱାର ଷ୍ଟେସନଗୁଡ଼ିକୁ ଧ୍ୱଂସକାରୀ ଆକ୍ରମଣରେ ଟାର୍ଗେଟ କରାଯାଇଛି
Full News
Share:

ଦୋହା/ରିୟାଦ/ୱାସିଂଟନ୍: ଇରାନ-ଆମେରିକା-ଇସ୍ରାଏଲ୍ ଯୁଦ୍ଧ ଥମିବାର ନାଁ ନେଉନି। ଉପସାଗରୀୟ ଶକ୍ତି କେନ୍ଦ୍ର ଉପରେ ଇରାନ ଭୟଙ୍କରଆକ୍ରମଣକରିବା ଯୋଗୁଁ ବିଶ୍ବବ୍ୟାପୀ ହାହାକାର ସୃଷ୍ଟି ହୋଇଛି। ବିଶ୍ୱର ସର୍ବବୃହତ୍‌ ଏଲ୍‌ଏନ୍‌ଜି ରପ୍ତାନି କେନ୍ଦ୍ର କତରର ‘ରାସ ଲାଫାନ୍’ ଉପରେ ଇରାନ ଆକ୍ରମଣ କରି ବିଶ୍ୱ ଅର୍ଥନୀତିକୁ ଅସ୍ତ୍ର ଭାବରେ ବ୍ୟବହାର କରିଛି। ଏହା ସହିତ ସାଉଦି ଆରବ ଓ ୟୁଏଇର ତୈଳ ବିଶୋଧନାଗାରଗୁଡ଼ିକୁ ମଧ୍ୟ ଇରାନ ଟାର୍ଗେଟ୍‌ କରିଛି। ଆକ୍ରମଣରେ ଏଭଳି ପରିବର୍ତ୍ତନ ସୂଚାଉଛି ଯେ ଆମେରିକାର ଆକ୍ରମଣକୁ ସମର୍ଥନ କରୁଥିବା କୌଣସି ମଧ୍ୟସ୍ଥ ଦେଶ ଏବେ ସୁରକ୍ଷିତ ନୁହନ୍ତି। ଆଜି ସକାଳେ ଇରାନର ଏକାଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଦୂରଗାମୀ ଡ୍ରୋନ୍ କତରର ରାସ୍‌ ଲାଫାନ୍ ଶିଳ୍ପ ସହର ଉପରେ ମାଡ଼ ହୋଇଥିଲା। କତରର ମୁଖ୍ୟ ଶକ୍ତି କେନ୍ଦ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ ଏଲ୍‌ଏନ୍‌ଜି ରପ୍ତାନି ସ୍ଥଗିତ ରଖାଯାଇଛି। ଲୋହିତ ସାଗର କୂଳରେ ଥିବା ସାଉଦି ଆରାମକୋର ସାମ୍‌ରେପ୍‌ ରିଫାଇନାରି ଉପରେ ମଧ୍ୟ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏହି ଆକ୍ରମଣ ପୂର୍ବରୁ ଇରାନର ଇସଲାମିକ ରିଭୋଲ୍ୟୁସନାରି ଗାର୍ଡ କର୍ପସ (ଆଇଆର୍‌ଜିସି) ସାଉଦି ଆରବ, ୟୁଏଇ ଏବଂ କତରର ବିଭିନ୍ନ ତୈଳ ପ୍ରତିଷ୍ଠାନକୁ ଖାଲି କରିବା ପାଇଁ ଚେତାବନୀ ଦେଇଥିଲା। War: ରୁବିଓ ଓ ହେଗ୍‌ସେଥ ରହୁଥିବା ଆମେରିକା ଘାଟି ଉପରେ ରହସ୍ୟମୟ ଡ୍ରୋନ୍, ସତର୍କତା ବଢ଼ିଲା ତୈଳ ଓ ଗ୍ୟାସ୍‌ ଭଣ୍ଡାର ଉପରେ ଆକ୍ରମଣ ଯୋଗୁ କୂଟନୈତିକସ୍ତରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କତର, ସାଉଦି ଆରବ, ୟୁଏଇ, ଇଜିପ୍‌ଟ, ଜୋର୍ଡାନ, କୁଏତ, ଲେବାନନ୍, ପାକିସ୍ତାନ, ସିରିଆ, ତୁର୍କୀ ସମେତ ୧୨ଟି ଦେଶର ବୈଦେଶିକ ମନ୍ତ୍ରୀମାନେ ରିୟାଦରେ ଏକତ୍ରିତ ହୋଇ ଇରାନ ବିରୋଧରେ ମିଳିତ ବିବୃତି ଜାରି କରିଛନ୍ତି। ସେମାନେ ଇରାନକୁ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧରୁ ଓହରିଯିବାକୁ କହିଛନ୍ତି। ସାଉଦି ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ତେହେରାନ ସହିତ କୂଟନୈତିକ ସ୍ତରରେ ‘ବିଶ୍ୱାସ’ ଏବେ ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯାଇଛି। ଉପସାଗରୀୟ ଶକ୍ତି କେନ୍ଦ୍ର ଉପରେ ଭୟାନକ ଆକ୍ରମଣକତରର ଏଲ୍‌ଏନ୍‌ଜି ରପ୍ତାନି କେନ୍ଦ୍ର, ସାଉଦି ରିଫାଇନାରି ଉପରେ କ୍ଷେପଣାସ୍ତ୍ର ମାଡ଼ଇରାନର ଗ୍ୟାସ୍ କ୍ଷେତ୍ରକୁ ଧ୍ୱଂସ କରିବାକୁ ଟ୍ରମ୍ପଙ୍କ ଚେତାବନୀଇରାନ ବିରୋଧରେ ବିବୃତି ଜାରି କଲେ ୧୨ ମୁସଲିମ୍‌ ରାଷ୍ଟ୍ର ଅନ୍ୟପକ୍ଷରେ ଯୁଦ୍ଧ ଏକାଧିକ ସ୍ଥାନରେ ଭୟଙ୍କର ରୂପ ନେଇଛି। ଦକ୍ଷିଣ ଲେବାନନ୍‌ରେ ହେଜବୁଲ୍ଲା ୬ଟି ଇସ୍ରାଏଲୀ ମେରକାଭା ଟ୍ୟାଙ୍କ୍ ଧ୍ୱଂସ କରିଥିବା ଦାବି କରିଥିବା ବେଳେ ଇସ୍ରାଏଲୀ ସେନା ୨୦ରୁ ଅଧିକ ହେଜବୁଲ୍ଲା ଯୋଦ୍ଧାଙ୍କୁ ନିପାତ କରିଥିବା ଦାବି କରିଛି। ଏହି ସଂଘର୍ଷ ଯୋଗୁଁ ପ୍ରାୟ ଏକ ନିୟୁତରୁ ଅଧିକ ଲେବାନନ୍ ବାସିନ୍ଦା ବିସ୍ଥାପିତ ହୋଇଛନ୍ତି। ଇରାନର କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ସମଗ୍ର ଇସ୍ରାଏଲରେ ସାଇରନ୍ ବାଜୁଥିବା ବେଳେ ବାଗଦାଦ ନିକଟସ୍ଥ ଏକ ଆମେରିକୀୟ ଶିବିର ଓ ଇରାକର ‘ଉମ୍‌ କସର’ ନୌସେନା ଘାଟି ଉପରେ ଡ୍ରୋନ୍ ଆକ୍ରମଣ ହୋଇଛି। War: ଟ୍ରମ୍ପଙ୍କ ସେନା ଇରାନ ଯୁଦ୍ଧରୁ ପଳାୟନ କରିବାକୁ ଚିନ୍ତା କରୁଛନ୍ତି! ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି, ଯଦି କତର ମାଟିରେ ଆଉ ଗୋଟିଏ ବି କ୍ଷେପଣାସ୍ତ୍ର ପଡ଼େ, ତେବେଆମେରିକାଇରାନର ଅଂଶବିଶେଷ ଥିବା ସାଉଥ୍ ପାର୍ସ ଗ୍ୟାସ୍ ଫିଲ୍ଡକୁ ସମ୍ପୂର୍ଣ୍ଣ ଉଡ଼ାଇ ଦେବ। ଅନ୍ୟପକ୍ଷରେ ଆର୍ଥିକ ବିଶ୍ଳେଷକମାନେ ଚେତାବନୀ ଦେଇଛନ୍ତି ଯେ ଯଦି ହର୍ମୁଜ ପ୍ରଣାଳୀ ବନ୍ଦ ରହିବ, ତା‌’ହେଲେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ୍‌ ପିଛା ୧୫୦ ଡଲାର ଅତିକ୍ରମ କରିବ, ଯାହା ବିଶ୍ୱ ଅର୍ଥନୀତି ପାଇଁ ଏକ ବଡ଼ ବିପତ୍ତି ହେବ।

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ ବୃଦ୍ଧି ପାଇଛି ଉପସାଗରୀୟ ପାୱାର ଷ୍ଟେସନଗୁଡ଼ିକୁ ଧ୍ୱଂସକାରୀ ଆକ୍ରମଣରେ ଟାର୍ଗେଟ କରାଯାଇଛି | Achira News