ନୂଆଦିଲ୍ଲୀ, ୧୯/୦୩: ଇରାନ-ଇସ୍ରାଏଲ୍ ଓ ଆମେରିକା ଭୀଷଣ ଯୁଦ୍ଧ । ମଧ୍ୟପ୍ରାଚ୍ୟ ଆକାଶରୁ ଦିନ ରାତି ବରୁଦା ବର୍ଷା । ତେଲ୍ ଅଭିଭ୍ ଓ ପେଣ୍ଟାଗନର ମିସାଇଲ ମାଡ଼କୁ ଟକ୍କର ଦେଉଛି ତେହରାନର ଶସ୍ତା ଡ୍ରୋନ୍ । ଶୀର୍ଷ ନେତା ମୃତ୍ୟୁ ପରେ ପଛଘୁଞ୍ଚା ଦେଉନାହିଁ ଇରାନ । ତେହରାନର ଟାର୍ଗେଟରେ କେବଳ ଓ୍ବାଶିଂଟନ କିମ୍ବା ତେଲଅଭିଭ୍ ନୁହେଁ, ଉପ-ସାଗରୀୟ ଦେଶ ମଧ୍ୟ ରହିଛନ୍ତି । କତର, ୟୁଏଏଇ, ସାଉଦ ଆରାବ, ଓମାନ ଆଦି ଦେଶମାନଙ୍କ ଉପରେ ବୋମା ବର୍ଷା କରୁଛି ଇରାନ । ଏହା ସହିତ ସବୁଠୁ ବଡ଼ ସାମୁଦ୍ରିକ ବାଣିଜ୍ୟ ମାର୍ଗ ହର୍ମୁଜ୍ ପ୍ରଣାଳୀକୁ ମଧ୍ୟ ଚୋକ୍ କରିଦେଇଛି । ଯାହା ଫଳରେ ବିଭିନ୍ନ ଦେଶରେ ଆଶୋଧିତ ତୈଳ ଦେଖା ଦେଇଛି । ଭାରତ ମଧ୍ୟ ଏଥିରେ ପ୍ରଭାବିତ ହୋଇଛି । ଏହାକୁ ସୁଧାରିବା ପାଇଁ ଭାରତୀୟ ନୌସେନା ଓମାନ ସମୁଦ୍ରରେ ଏବଂ ଆରବ ସାଗରରେ ଅତିରିକ୍ତ ଯୁଦ୍ଧପୋତ ମୁତୟନ କରିବ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତ ଆସୁଥିବା ବାଣିଜ୍ୟିକ ଜାହାଜକୁ ସୁରକ୍ଷା ଦେବା ଏବଂ ହର୍ମୁଜ ପ୍ରଣାଳୀରୁ ଅଧିକକୁ ଅଧିକ ମାତ୍ରରେ ତୈଳ ଜାହାଜ ବାହାର କରିବା । ନୌସେନା ମୁତୟନ ଏବଂ ରଣନୀତି: ବ୍ଲୁମବର୍ଗ ରିପୋର୍ଟ ମୁତାବକ, ଭାରତୀୟ ନୌସେନା ଏକ ଐତିହାସିକ ପଦକ୍ଷେପ ନେଇଛି । ଭାରତ ମହାସାଗରର ଏହି କ୍ଷେତ୍ରରେ ଲଜିଷ୍ଟିକ୍ସ ଜାହାଜ ସହିତ ଅଧା ଡଜନରୁ ଅଧିକ ଯୁଦ୍ଧପୋତ ମୁତୟନ କରାଯିବ । ଏହି ସବୁ ଜାହାଜ ଗୁଡ଼ିକ ହର୍ମୁଜ ପ୍ରଣାଳୀର ପୂର୍ବ ଦିଗରେ ମୁତୟନ ହେବ କିନ୍ତୁ ଭିତରକୁ ପ୍ରବେଶ କରିବେ ନାହିଁ । ଏହା ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତୀୟ ବାଣିଜ୍ୟିକ ଜାହାଜକୁ ସୁରକ୍ଷା ପ୍ରଦାନ କରିବା ଏବଂ ଉତ୍ତର ଆରବ ସାଗରକୁ ଏକ ସୁରକ୍ଷିତ ଜଳମାର୍ଗରେ ପରିଣତ କରିବା । ଏଲପିଜି ସଙ୍କଟ ଏବଂ ଇରାନ ସହ ଆଲୋଚନା: ଦୁଇ ଦିନ ପୂର୍ବରୁ ଭାରତ ସରକାର ଗୋଟିଏ ଅଶୋଧିତ ତୈଳ ଜାହାଜ ଏବଂ ଗୋଟିଏ ଏଲପିଜି ଟାଙ୍କରକୁ ସୁରକ୍ଷିତ ଆଣିବାରେ ସଫଳ ହୋଇଛନ୍ତି । ଏହାଛଡ଼ା ଅନେକ ଇନ୍ଧନ ନେଇ ଆସୁଥିବା ଜାହାଜକୁ ହର୍ମୁଜ ପ୍ରଣାଳୀରୁ ବାହାର କରିବାରେ ଇରାନ ସହ କୂଟନୈତିକ ଆଲୋଚନା କରୁଛନ୍ତି । ଫେବ୍ରୁଆରୀ ମାସ ଶେଷ ବେଳକୁ ଆମେରିକା ଏବଂ ଇସ୍ରାଏଲ, ଇରାନ ଉପରରେ ଆକାଶ ମାର୍ଗରୁ ଆକ୍ରମଣ କରିବା ପରେ ହର୍ମୁଜ ପ୍ରଣାଳୀ ବନ୍ଦ ହୋଇ ପଡ଼ିଛି । ଯାହା ଫଳରେ ଭାରତରେ ଗ୍ୟାସ୍ ସଂକଟ ଦେଖା ଦେଇଛି । କାରଣ ଭାରତ ନିଜର ଆବଶ୍ୟକତାର ୯୦ ପ୍ରତିଶତ ଏଲପିଜି ମଧ୍ୟପୂର୍ବ ଦେଶରୁ ଆମଦାନୀ କରିଥାଏ । ଆମେରିକା ଦାବି ଉପରେ ଭାରତର ଶକ୍ତ ନିଷ୍ପତ୍ତି: ହର୍ମୁଜ ପ୍ରଣାଳୀରୁ ବିଭିନ୍ନ ଦେଶର ବାଣିଜ୍ୟିକ ଜାହାଜକୁ ବାହାର କରିବାକୁ ଭାରତ ସରକାରଙ୍କୁ ଅପିଲ୍ କରିଥିଲା ଆମେରିକା । ହର୍ମୁଜରେ ଯୁଦ୍ଧପୋତ ମୁତୟନ କରିବାକୁ କହିଥିଲେ ଡୋନାଲ୍ଡ ଟ୍ରମ୍ପ । ହେଲେ ଭାରତ ସରକାର ଏହା ଉପରେ କୌଣସି ସିଧା ଜବାବ ରଖିନାହାନ୍ତି । ଭାରତୀୟ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୈସ୍ବାଲ୍ ଏହି ସପ୍ତାହର ଆରମ୍ଭରେ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ଆମେରିକା ସହିତ ଦ୍ବିପାକ୍ଷିକ ଚର୍ଚ୍ଚାରେ ହର୍ମୁଳ ପ୍ରଣାଳୀକୁ ନେଇ କୌଣସି ଆଲୋଚନା ହୋଇ ନାହିଁ । ବିଦେଶ ମାନ୍ତ୍ରାଳୟ ଏବଂ ଭାରତୀୟ ନୌସେନା ପକ୍ଷରୁ ଏଯାଏଁ କୌଣସି ସରକାରୀ ଟିପ୍ପଣୀ ଦେଇନାହିଁ।... ଅଧିକ ପଢ଼ନ୍ତୁ-ଇରାନ ଏହି ଯୁଦ୍ଧ ହାରିବନି, ଭାରତ ସମର୍ଥନ କରିବା ଦରକାର : ପୂର୍ବତନ RAW ମୁଖ୍ୟ ଏଏସ୍ ଦୁଲାଟଙ୍କ ଭବିଷ୍ୟବାଣୀ
ଇରାନ-ଇସ୍ରାଏଲ ଯୁଦ୍ଧ ତୀବ୍ର ଜାହାଜ ଚଳାଚଳ ଓ ତୈଳ ଉତ୍ତୋଳନ ସୁରକ୍ଷା ପାଇଁ ନୌସେନା ମୁତୟନ କଲା ଭାରତ
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.