ପୁରୀ, ୦୫/୦୫: ୨୦୨୬ ମସିହା ଅର୍ଥାତ୍ ଚଳିତ ବର୍ଷ ଆହୁରି ୬୧ ଜାଗାରେ ତିଥି ବିହୀନ ବା ଅଦିନିଆ ରଥଯାତ୍ରା କରିବକୁ ପ୍ରସ୍ତୁତି କରିଛି ଇସ୍କନ । ୟୁଏସ୍ଏ ଓ କାନାଡ଼ାର ୨୮ଟି ସ୍ଥାନରେ, ୟୁକେ ଏବଂ ୟୁରୋପର ୨୮ଟି, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡର ୨ଟି ଏବଂ ଆଫ୍ରିକା, ଏସିଆ ଓ ରୁଷିଆର ଗୋଟିଏ ଲେଖାଏଁ ସ୍ଥାନରେ ଅଦିନିଆ ରଥଯାତ୍ରା କରିବ ଇସ୍କନ । ଅଦିନିଆ ରଥଯାତ୍ରାକୁ କଡ଼ା ବିରୋଧ ସତ୍ତେ୍ୱ ୨୦୨୫ରୁ ଏଯାବତ୍ ବିଦେଶରେ ୨୯ ସ୍ଥାନରେ ଅଦିନିଆ ରଥଯାତ୍ରା କରିସାରିଛି ଇସ୍କନ । ସେହିପରି ୨ଟି ଅଦିନିଆ ସ୍ନାନ ପୂର୍ଣ୍ଣିମା ମଧ୍ୟ କରିଛି । ଆଗକୁ ଆହୁରି ୮ଟି ଅଦିନିଆ ସ୍ନାନ ପୂର୍ଣ୍ଣିମା କରିବାକୁ ପ୍ରସ୍ତୁତି କରିଛି । ଅଦିନରେ ସ୍ନାନଯାତ୍ରା ଓ ରଥଯାତ୍ରା ପାଳନ କ୍ଷତିକାରଣ ହେବା ସହ ଏନେଇ ଶାସ୍ତ୍ରୀୟ ନିର୍ଦ୍ଦେଶ ନଥିବା ବାରମ୍ବାର ଶ୍ରୀମନ୍ଦିର ପ୍ରଶାସନ ଓ ପଣ୍ଡିତମାନେ ମତ ଦେଉଛନ୍ତି । ଗଜପତି ମଧ୍ୟ ଏନେଇ ଇସ୍କନକୁ ଚିଠି କରି ଜଣାଇଛନ୍ତି। ତଥାପି ଇସ୍କନ ବିଦେଶରେ ଅଦିନରେ ଏହି ଉତ୍ସବ ପାଳନରୁ ବିରତ ହେଉନି । ଏନେଇ ସୂଚନା ପହଞ୍ଚିବା ପରେ ବିରୋଧ ଜୋର୍ଦାର୍ କରିବାକୁ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି ।
ଇସକନ୍ 2026 ମସିହାରେ 61ଟି ସ୍ଥାନରେ ବିଶ୍ୱସ୍ତରୀୟ ରଥଯାତ୍ରା ଆୟୋଜନ କରିବ
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.