ଭୁବନେଶ୍ୱର: ଭାରତର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ବିବିଧତା ଯାହା ମଧ୍ୟରେ ଶକ୍ତିଶାଳୀ ଏକତା ରହିଛି। ଏହି ବିବିଧ ସଂସ୍କୃତି ଓ ପରମ୍ପରାର ସହାବସ୍ଥାନ ହିଁ ଆମ ଦେଶର ପ୍ରକୃତ ସୌନ୍ଦର୍ଯ୍ୟ ବୋଲି ରାଜ୍ୟପାଳ ଡ.ହରିବାବୁକମ୍ଭମପାଟି କହିଛନ୍ତିI ଆଜି ଲୋକଭବନର ନ୍ୟୁ ଅଭିଷେକ ହଲଠାରେ ଅନୁଷ୍ଠିତ ଉଗାଦି (ତେଲୁଗୁ ନବ ବର୍ଷ) ଓ ଗୁଡ଼ି ପାଡ଼ୱା (ମରାଠୀ ନବ ବର୍ଷ) ଉତ୍ସବ ପାଳନ ଅବସରରେ ରାଜ୍ୟପାଳ ଏହି ବାର୍ତ୍ତା ଦେଇଛନ୍ତିI ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦୀଙ୍କର ପ୍ରେରଣାଦାୟୀ ଦୃଷ୍ଟିକୋଣ "ଏକ ଭାରତ ଶ୍ରେଷ୍ଠ ଭାରତ" ଆଧାରରେ ଏହି ଉତ୍ସବର ପାଳନ ଦ୍ୱାରା ବିଭିନ୍ନ ଗୋଷ୍ଠୀର ଲୋକମାନେ ଏକତ୍ରିତ ହୋଇ ପରସ୍ପରର ପରମ୍ପରାକୁ ବୁଝି ଦେଶର ଭାବନାତ୍ମକ ଓ ସାଂସ୍କୃତିକ ବନ୍ଧନକୁ ଆହୁରି ଦୃଢ଼ କରିଥାନ୍ତି ବୋଲି ରାଜ୍ୟପାଳ ଅବତାରଣା କରିଥିଲେ। ଏହି ଅବସରରେ ରାଜ୍ୟର ପ୍ରଥମ ମହିଳା ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେI ଏହି ଅବସରରେ ଉପସ୍ଥିତ ତେଲୁଗୁ ଓ ମରାଠୀ ଗୋଷ୍ଠୀର ଆମନ୍ତ୍ରିତ ଅତିଥିଙ୍କୁ ରାଜ୍ୟପାଳ ସ୍ୱାଗତ ଜଣାଇବା ସହ ସେମାନଙ୍କୁ ଉଗାଦି ଓ ଗୁଡ଼ି ପାଡ଼ୱା ର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଏହିପରି ଉତ୍ସବ କେବଳ ସାଂସ୍କୃତିକ ଉତ୍ସବ ପାଳନ ନୁହେଁ ବରଂ ଏହା ଆମର ଆତ୍ମାର ଜାଗରଣ, ବନ୍ଧନକୁ ଦୃଢ଼ ଏବଂ ଆଶା ସହିତ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଏ ବୋଲି ରାଜ୍ୟପାଳ ନିଜ ଉଦବୋଧନରେ କହିଥିଲେ। ଉଗାଦି ଉତ୍ସବ ସମ୍ପର୍କରେ ରାଜ୍ୟପାଳ କହିଥିଲେ ଯେ ଏହା ତେଲୁଗୁ ନୂଆ ବର୍ଷର ଆରମ୍ଭ। ଚୈତ୍ର ମାସର ପ୍ରଥମ ଦିନରେ ଏହା ପାଳନ କରାଯାଏ ଏବଂ ବସନ୍ତର ଆଗମନ ଓ ଜୀବନର ନୂତନ ଚକ୍ରର ଆରମ୍ଭକୁ ସୂଚିତ କରେ। 'ଉଗାଦି' ଶବ୍ଦଟି ସଂସ୍କୃତ ଶବ୍ଦ 'ଯୁଗ' ଓ 'ଆଦି'ରୁ ଉତ୍ପନ୍ନ ହୋଇଛି ଯାହା ଆମ ଜୀବନରେ ନୂତନ ଯୁଗ ଆରମ୍ଭର ପ୍ରତୀକ। ଉଗାଦିର ସବୁଠାରୁ ସୁନ୍ଦର ପରମ୍ପରା ହେଉଛି ଉଗାଦି ପାଚ୍ଚଡ଼ି ପ୍ରସ୍ତୁତି ଯାହା ଛଅ ପ୍ରକାରର ଉପାଦାନ (ମିଠା, ଖଟା, ତିକ୍ତ, ରାଗ, ଲୁଣିଆ ଓ କଷା) ରୁ ତିଆରି ହୋଇଥାଏ। ଏହି ଛଅ ସ୍ୱାଦ ଜୀବନର ବିଭିନ୍ନ ଭାବନା ଓ ଅନୁଭୂତି ଯଥା ଆନନ୍ଦ, ଦୁଃଖ, କ୍ରୋଧ, ଆଶ୍ଚର୍ଯ୍ୟ, ଭୟ ଓ ଶାନ୍ତିକୁ ବ୍ୟାଖ୍ୟା କରେ। ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ ଏହି ସରଳ କିନ୍ତୁ ଗଭୀର ପରମ୍ପରା ଆମକୁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦିଏ ଯେ, ଜୀବନ ଅନେକ ଅନୁଭୂତିର ମିଶ୍ରଣ । ପ୍ରକୃତ ଜ୍ଞାନ ହେଉଛି ଏହି ସମସ୍ତ ଭାବନାକୁ ଶାନ୍ତ ଓ ସନ୍ତୁଳିତ ଭାବରେ ଗ୍ରହଣ କରିବା। ନୂଆ ବର୍ଷ ଆରମ୍ଭରେ ଉଗାଦି ପର୍ବ ଆମକୁ ସାହସ, ଧୈର୍ଯ୍ୟ ଓ ଆଶା ସହିତ ଜୀବନର ପ୍ରତ୍ୟେକ କ୍ଷଣକୁ ସ୍ୱାଗତ କରିବାକୁ ମାନେ ପକାଇ ଦିଏ। ଆହୁରି ପଢ଼ନ୍ତୁ:UCC: ମୁସଲମାନ ମହିଳାଙ୍କୁ ହଲାଲାରୁ ମୁକ୍ତି, ଦ୍ୱିତୀୟ ବିବାହ ପାଇଁ ୭ ବର୍ଷ ଜେଲ! ରାଜ୍ୟପାଳ କହିଥିଲେ ଯେ ତାଙ୍କ ସହିତ ଏହି ଉତ୍ସବର ବିଶେଷ ଭାବନାତ୍ମକ ମହତ୍ୱ ରହିଛି। ଏହି ଉତ୍ସବ ସମସ୍ତ ପରିବାରକୁ ଏକତ୍ରିତ କରାଇ ସାଂସ୍କୃତିକ ପରମ୍ପରାର ଗଭୀର ଅନୁଭୂତିକୁ ମାନେ ପକାଇ ଦେଇଥାଏ। ଓଡ଼ିଶାରେ ବିଭିନ୍ନ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ଉଗାଦି ପାଳନ କରିବା ଆମ ଦେଶର ସମାବେଶୀ ଆତ୍ମାକୁ ସୁନ୍ଦର ଭାବରେ ପ୍ରତିଫଳିତ କରେ ବୋଲି ରାଜ୍ୟପାଳ ମତ ପ୍ରକାଶ କରିଥିଲେ। ସେହିପରି ମରାଠୀ ନବ ବର୍ଷ ଗୁଡ଼ି ପାଡ଼ୱା ଗଭୀର ସାଂସ୍କୃତିକ ଓ ଐତିହାସିକ ମହତ୍ୱ ବହନ କରେ ବୋଲି ରାଜ୍ୟପାଳ ନିଜ ଉଦବୋଧନରେ କହିଥିଲେ। ଏହା ହିନ୍ଦୁ ପଞ୍ଜିକା ଅନୁଯାୟୀ ନୂଆ ବର୍ଷର ଆରମ୍ଭ ଏବଂ ନବୀକରଣ, ସମୃଦ୍ଧି ଓ ବିଜୟର ପ୍ରତୀକ। ଏହି ଦିନ ପରିବାରବର୍ଗ ଘର ବାହାରେ ଗୁଡ଼ି ଉତ୍ତୋଳନ କରନ୍ତି ଯାହା ବିଜୟ, ପବିତ୍ରତା ଓ ଆଗାମୀ ବର୍ଷରେ ସମୃଦ୍ଧିର ଆଶାକୁ ପ୍ରତିଫଳନ କରେ। ପରମ୍ପରା ଅନୁଯାୟୀ ଏହି ଦିନ ଭଗବାନ ରାମଙ୍କର ରାବଣ ଉପରେ ବିଜୟ ସହିତ ମଧ୍ୟ ଜଡ଼ିତ ଯାହା ଧର୍ମର ଅଧର୍ମ ଉପରେ ବିଜୟର ପ୍ରତୀକକୁ ସୂଚିତ କରେ।
ଉଗାଦି ଏବଂ ଗୁଡି ପଡୱା ଅବସରରେ ଭାରତର ବିବିଧତା ପାଳନ
Sambad•
%2Fsambad%2Fmedia%2Fmedia_files%2F2026%2F03%2F19%2Fwhatsapp-image-2026-03-19-21-34-10.jpeg&w=3840&q=75)
Full News
Share:
Disclaimer: This content has not been generated, created or edited by Achira News.
Publisher: Sambad
Want to join the conversation?
Download our mobile app to comment, share your thoughts, and interact with other readers.