ଥୁଆମୂଳ ରାମପୁର, ୨।୨ (ଦୁର୍ଗା କୀର୍ତ୍ତି)-କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ ଉଡ଼ାନ-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ଶନିବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ମହୁଲପାଟଣା ଗ୍ରାମ ପଞ୍ଚାୟତ ସରପଞ୍ଚ ରତନି ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସ୍ଥାନୀୟ ଏସ୍ଏମ୍ସି ଅଧ୍ୟକ୍ଷ ସୋମନାଥ ନାଏକ, ବିଶିଷ୍ଟ ସମାଜସେବୀ ଚନ୍ଦନ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଅତିଥିମାନେ କ୍ରୀଡ଼ା ପତାକା ଉତ୍ତୋଳନ କରିବା ସହ ‘ପରିଶ୍ରମ ହିଁ ସଫଳତାର ଚାବିକାଠି’ ବୋଲି କହି ଛାତ୍ରୀଛାତ୍ରଙ୍କୁ ଶୃଙ୍ଖଳିତ ଜୀବନ ଗଠନ ପାଇଁ ଉତ୍ସାହିତ କରିଥିଲେ। କ୍ରୀଡ଼ା ଶିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ଓ ଅକ୍ଷୟ କୁମାର ପାତ୍ରଙ୍କ ସୁପରିଚାଳନାରେ ଶିଶୁ ବାଟିକା ଠାରୁ ଆରମ୍ଭ କରି ଉଚ୍ଚ ମାଧ୍ୟମିକ ବିଭାଗ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଯାହାକି ଆଥଲେଟିକ୍ସ ବିଭାଗରେ ଦୌଡ଼, ଉଚ୍ଚ ଡିଆଁ ଓ ଲମ୍ବ ଡିଆଁ, କ୍ଷେପଣ ବିଭାଗରେ ସର୍ଟପୁଟ ଓ ଡିସ୍କସ ଥ୍ରୋ, ମନୋରଞ୍ଜନ ଧର୍ମୀ ବିଭାଗରେ ଚାମଚ ଦୌଡ଼ ଓ ବେଙ୍ଗ ଡିଆଁ ଆଦି ଏହି ସମସ୍ତ କ୍ରୀଡ଼ାରେ ବିଦ୍ୟାର୍ଥୀମାନେ ନିଜର ଶାରୀରିକ ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ଏଥି ସହିତ ପାରମ୍ପରିକ ଓଡ଼ିଶୀ ଓ ଆଦିବାସୀ ନୃତ୍ୟ କାର୍ଯ୍ୟକ୍ରମକୁ ଅଧିକ ରୁଦ୍ଧିମନ୍ତ କରିଥିଲା। କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷକ ସନ୍ତୋଷ କୁମାର ପାତ୍ର, ପ୍ରଦୀପ ପାଟ ମାଝୀ, ବିନନ୍ତ ମାଝୀ, ନୀତେଶ ଠାକୁର, ଗୌରୀ ନାଏକ, କବିତା ମାଝୀ ଓ ପ୍ରତିମା ଛତ୍ରିଆ ପ୍ରମୁଖ ସହଯୋଗ କରିଥିଲେ। ସେହିପରି ଅଧ୍ୟାପକ ପୁଷ୍ଟମ ବଣିଆ, ରଞ୍ଜନ କୁମାର ନାଏକ, ମଦନ ହଂସ ଏବଂ ଅଧ୍ୟାପିକା ରିନା ସାହୁ, ସ୍ନେହାରାଣୀ ଧଙ୍ଗଡ ମାଝୀ ଓ ସାରାଣି ନାଏକ ପ୍ରମୁଖ କାର୍ଯ୍ୟନିର୍ବାହ କରିଥିଲେ। ସୂଚନାଯୋଗ୍ୟ, ଆସନ୍ତା ଫେବୃଆରୀ ୪ରେ ବିଦ୍ୟାଳୟର ମୁଖ୍ୟ ବାର୍ଷିକ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଦିନ କ୍ରୀଡ଼ା ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ଛାତ୍ରୀଛାତ୍ରଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରାଯିବ ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ ଜଣାଇଛନ୍ତି।
ଉଡାନ-2026: ମାହୁଲପାଟନା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ରୀଡ଼ା ଏବଂ ସଂସ୍କୃତିର ଏକ ଉତ୍ସବ
Dharitri•

Full News
Share:
Disclaimer: This content has not been generated, created or edited by Achira News.
Publisher: Dharitri
Want to join the conversation?
Download our mobile app to comment, share your thoughts, and interact with other readers.