କଟକ,୦୫/୦୫: ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି ଛାତ୍ରାବାସ ଓ ଛାତ୍ରୀ ନିବାସର ଅଣମେସ୍ କର୍ମଚାରୀଙ୍କ ପେନ୍ସନ୍ ମାମଲାରେ ବାରମ୍ବାର ନିର୍ଦ୍ଦେଶ ସତ୍ତେ୍ୱ ଜବାବ ଦାଖଲ ନକରିବାରୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସଚିବ ଓ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ଜବାବ ରଖିବାକୁ ରାଜ୍ୟ ମାନବାଧିକାର କମିସନ୍ (ଓଏଚ୍ଆର୍ସି ) ନୋଟିସ୍ ଜାରି କରିଛନ୍ତି । କମିସନ୍ ସଦସ୍ୟ ଚିତ୍ତରଞ୍ଜନ ମହାପାତ୍ର ଏଭଳି ନୋଟିସ୍ ଜାରି କରିବା ସହ ପରବର୍ତ୍ତୀ ଶୁଣାଣି ମେ ୧୫ ତାରିଖକୁ ଧାର୍ଯ୍ୟ କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ରାବାସ ଓ ଛାତ୍ରୀନିବାସର ୬୭ ଜଣ ଅଣମେସ୍ କର୍ମଚାରୀଙ୍କ ଚାକିରି ୨୦୦୪ ନଭେମ୍ବର ୨୭ରେ ନିୟମିତ ହୋଇଥିଲା । ତେଣୁ ସେମାନେ ପେନ୍ସନ୍ ପାଇବାକୁ ଯୋଗ୍ୟ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୨୦୨୨ ମସିହା ଅଗଷ୍ଟ ୮ରେ ଏକ ଆଦେଶ ଦେଇଥିଲେ । ମାତ୍ର ଏପର୍ଯ୍ୟନ୍ତ ଏହି କର୍ମଚାରୀମାନେ ପେନ୍ସନ୍ ତଥା ଗ୍ରାଚ୍ୟୁଇଟି ପାଇବାରୁ ବଞ୍ଚିତ ହୋଇଛନ୍ତି । ଏନେଇ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା ଆଇନଜୀବୀ ପ୍ରବୀର କୁମାର ଦାସ ଓଏଚ୍ଆରସିଙ୍କ ଦ୍ୱାରସ୍ଥ ହୋଇଥିଲେ । କମିସନ ଗତବର୍ଷ ଫେବ୍ରୁଆରି ୨୦ରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବଙ୍କୁ ରିପୋର୍ଟ ତଲବ କରିଥିଲେ । ଅଧିକ ପଢ଼ନ୍ତୁ :-Untimely Rath Yatra: ୬୧ ସ୍ଥାନରେ ଅଦିନିଆ ରଥଯାତ୍ରା ପ୍ରସ୍ତୁତି କରିଛି ଇସ୍କନ, ୨ଟି ଅଦିନିଆ ସ୍ନାନ ପୂର୍ଣ୍ଣିମା ପାଇଁ ଯୋଜନା ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ଦର୍ଶାଯାଇଥିଲା ଯେ ଉକ୍ତ କର୍ମଚାରୀମାନେ ବ୍ଲକ୍ଗ୍ରାଣ୍ଟରୁ ଦରମା ପାଉଥିଲେ ସୁଦ୍ଧା ସେମାନଙ୍କୁ ପେନ୍ସନ୍ ବିଶ୍ୱବିଦ୍ୟାଳୟର ନିଜସ୍ୱ ପାଣ୍ଠିରୁ ଦେବାକୁ ଉଚ୍ଚଶିକ୍ଷା ବିଭାଗ କହିଥିଲେ । କିନ୍ତୁ ସେମାନଙ୍କୁ ବ୍ଲକଗ୍ରାଣ୍ଟରୁ ପେନ୍ସନ୍ ଦେବା ପାଇଁ ପୁନର୍ବିଚାର କରିବାକୁ ବିଶ୍ୱବିଦ୍ୟାଳୟ ତରଫରୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଏନେଇ କମିସନ ଉଚ୍ଚଶିକ୍ଷା ସଚିବଙ୍କୁ ରିପୋର୍ଟ ତଲବ କରିଥିଲେ । କିନ୍ତୁ ବାରମ୍ବାର ରିପୋର୍ଟ ତଲବ ସତ୍ତେ୍ୱ ବିଭାଗ ପକ୍ଷରୁ କୌଣସି ଜବାବ ଦାଖଲ କରାଯାଇନାହିଁ ।
ଉତ୍କଳ ବିଶ୍ୱବିଦ୍ୟାଳୟ ଅଣ-ଶିକ୍ଷକ କର୍ମଚାରୀ ପେନସନ ବିବାଦ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କଲା ଓଏଚଆରସି
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.