Achira News Logo
Achira News

ଉତ୍ତର କୋରିଆର ଶାସକ ଦଳ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି

Prameya
ଉତ୍ତର କୋରିଆର ଶାସକ ଦଳ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି
Full News
Share:

ନୂଆଦିଲ୍ଲୀ,୨୦/୦୩: ଉତ୍ତର କୋରିଆରେ ଦୁଇଦିନ ତଳେ ନିର୍ବାଚନ ସରିଛି । ଏଥିରେ କିମ୍ ଜଙ୍ଗ ଉନ୍ ଭାରି ବହୁମତରେ ଜିତିଛନ୍ତି । ତାଙ୍କର ୱର୍କର୍ସ ପାର୍ଟି ଅଫ୍ କୋରିଆ ଓ ତାଙ୍କ ସହଯୋଗୀମାନେ ୯୯.୯୩ ପ୍ରତିଶତ ମତ ଓ ସମସ୍ତ ଉପଲବ୍ଧ ସିଟକୁ କବ୍ଜା କରିଛନ୍ତି । ୟୋନହାପ ନ୍ୟୁଜ୍ ଏଜେନ୍ସି ଅନୁସାରେ, ୧୫ତମ ସର୍ବୋଚ୍ଚ ଜନସଭାର ପ୍ରତିନିଧିଙ୍କ ଚୟନ ଲାଗି ଗତ ୧୫ ତାରିଖରେ ମତଦାନ ହୋଇଥିଲା । ଏଥିରେ ୯୯.୯୯ ପ୍ରତିଶତ ମତଦାନ ରେକର୍ଡ ହେଲା । ନିର୍ବାଚନରେ କିମଙ୍କ ଭଉଣୀ ୟୋ-ଜୋଙ୍ଗ ଓ ବିଦେଶ ମନ୍ତ୍ରୀ ଚୋ ସୋନ ମଧ୍ୟ ସାମିଲ ଥିଲେ । ଉତ୍ତର କୋରିଆ ନିର୍ବାଚନରେ ଭୋଟରଙ୍କ ପାଖରେ ସୀମିତ ବିକଳ୍ପ ଥାଏ । ନିର୍ବାଚନ ପୂର୍ବରୁ ସେଠାକାର ରାଜନୈତିକ ଦଳମାନେ ପ୍ରାର୍ଥୀ ଚୟନ କରନ୍ତି । ସେଠାରେ ଶାସକ ୱର୍କର୍ସ ପାର୍ଟି ସହ ସମସ୍ତ ଦଳର ମେଣ୍ଟ ହୋଇଛି । ଏହି ସ୍ଥିତିରେ ନିର୍ବାଚନରେ କିମ୍ ଜଙ୍ଗ୍ ଉନଙ୍କ ୱର୍କର୍ସ ପାର୍ଟି କିମ୍ବା ଏହାର ସହଯୋଗୀ ଦଳମାନେ ହିଁ ସାମିଲ ହୁଅନ୍ତି ଏବଂ ଏମାନଙ୍କ ପ୍ରତିନିଧିଙ୍କ ଚୟନ ପୂର୍ବରୁ ହୋଇଯାଏ । ସେଥିପାଇଁ ଯେତେବେଳେ ସାଧାରଣ ନିର୍ବାଚନ ହୁଏ, ଭିନ୍ନ ଭିନ୍ନ ନିର୍ବାଚନ କ୍ଷେତ୍ରରୁ କେବଳ ଜଣେ ପ୍ରତିଦ୍ୱନ୍ଦ୍ୱୀ ପ୍ରତିଯୋଗିତା କରନ୍ତି ଏବଂ ବାଲଟ ପେପର୍ରେ ସେହି ଜଣେ ପ୍ରାର୍ଥୀଙ୍କ ନାମ ଥାଏ । ଏହି ସ୍ଥିତିରେ ଭୋଟରଙ୍କ ପାଖରେ ତାଙ୍କୁ ଭୋଟ୍ ଦେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥାଏ । ଯଦି କୌଣସି ଭୋଟର ଭୋଟ୍ ନ ଦିଅନ୍ତି, ତାକୁ ରାଜଦ୍ରୋହ କୁହାଯାଏ । ଆହୁରି ପଢନ୍ତୁ-'ଇରାନକୁ ପରମାଣୁ ଅସ୍ତ୍ର ତିଆରି କରିବାରେ ସଫଳ ହେବାକୁ ଦେବୁନି'; ମଧ୍ୟପ୍ରାଚ୍ୟ ଯୁଦ୍ଧ ନେଇ ନେତାନ୍ୟାହୁଙ୍କ ବୟାନ ଭୋଟିଂରେ ଅନୁପସ୍ଥିତ ରହିବା ମଧ୍ୟ ରାଜଦ୍ରୋହ ଶ୍ରେଣୀଭୁକ୍ତ । ତେଣୁ ଏକମାତ୍ର ପ୍ରାର୍ଥୀଙ୍କୁ ଭୋଟ୍ ନ କରିବାର ପ୍ରଶ୍ନ ଉଠୁନାହିଁ । ନିର୍ବାଚନରେ ଅନ୍ୟ କୌଣସି ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁନଥିବା ବେଳେ ନିର୍ବାଚନର ଆବଶ୍ୟକ କ’ଣ ବୋଲି ପ୍ରଶ୍ନ ଉଠେ । ଏହାର ଉତ୍ତର ଦେଶର ନାମରେ ରହିଛି । ଉତ୍ତର କୋରିଆର ପୂରା ନାଁ- ଡେମୋକ୍ରାଟିକ୍ ପିପୁଲ୍ସ ରିପବ୍ଲିକ୍ ଅଫ୍ କୋରିଆ (ଡିପିଆର୍କେ) । ସ୍ଥାନୀୟ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ କହିବା ଅନୁସାରେ, ନିର୍ବାଚନରେ ୱର୍କର୍ସ ପାର୍ଟି ଅଫ୍ ନର୍ଥ କୋରିଆ ସମେତ ଅନ୍ୟ ଦଳ ବି ସାମିଲ ହୁଅନ୍ତି । କିନ୍ତୁ ସମସ୍ତ ଦଳ ଶାସକ ଦଳକୁ ସହଯୋଗ କରନ୍ତି । ତଥାପି ଲୋକେ ଭୋଟ୍ ଦିଅନ୍ତି । ଏହା ଜରିଆରେ ଅନୌପଚାରିକ ରୂପେ ଜନଗଣନା ହୋଇଯାଏ ।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ଉତ୍ତର କୋରିଆର ଶାସକ ଦଳ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି | Achira News