Achira News Logo
Achira News

ଉନ୍ନତ ସ୍ୱାସ୍ଥ୍ୟ ଟ୍ରାକିଂ ବୈଶିଷ୍ଟ୍ୟ ସହିତ ଭାରତୀୟ ବଜାରରେ ଆଉରା ରିଙ୍ଗ 4 ଲଞ୍ଚ ହେଲା

Sambad
ଉନ୍ନତ ସ୍ୱାସ୍ଥ୍ୟ ଟ୍ରାକିଂ ବୈଶିଷ୍ଟ୍ୟ ସହିତ ଭାରତୀୟ ବଜାରରେ ଆଉରା ରିଙ୍ଗ 4 ଲଞ୍ଚ ହେଲା
Full News
Share:

ଫନ୍‌ଲାଣ୍ଡର ସ୍ବାସ୍ଥ୍ୟଭିତ୍ତିକ ସ୍ମାର୍ଟମୁଦି (ସ୍ମାର୍ଟ ରିଂ) ତିଆରି ପାଇଁଜଣାଶୁଣାକମ୍ପାନି ଔରା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଔରା ରିଂ4 ଭାରତୀୟ ବଜାରକୁ ପ୍ରବେଶ କରିଛି। ପ୍ରାୟ ଦୁଇବର୍ଷ ତଳେ ସାରା ପୃଥିବୀରେ ଲଞ୍ଚ୍‌ ହୋଇଥିବା ଏହି ମୁଦି ଚଳିତ ମାସ ୧୮ ତାରିଖରୁ ଭାରତରେ ଉପଲବ୍‌ଧ ହେଉଛି। ଆମାଜନ୍‌ ଓ କ୍ରୋମା ଭଳି ଲୋକପ୍ରିୟ ଇ-କମର୍ସପ୍ଲାଟ୍‌ଫର୍ମରୁ ଏହାକୁ କିଣାଯାଇପାରିବ। Iran launches massive attack on Qatar: କତାରରେ ବଡ଼ ଧରଣର ଆକ୍ରମଣ କଲା ଇରାନ: ଏଲ୍‌ଏନ୍‌ଜି ପ୍ଲାଣ୍ଟ୍ ଉପରେ କ୍ଷେପଣାସ୍ତ୍ର ମାଡ଼, ଭାରତର ବଢ଼ିଲା ଚିନ୍ତା ସାମ୍‌ସଙ୍ଗର ଗ୍ୟାଲାକ୍ସି ରିଂ ଭଳି ଔରା ରିଂ4 ଆପଣଙ୍କ ନିଦ ଟ୍ରାକ୍‌ କରିବା ସହ ହୃତ୍‌ସ୍ପନ୍ଦନର ବେଗ ଜଣାଇଦେଇ ପାରିବ। ସେହିପରି ଆପଣଙ୍କର କେତେରକ୍ତଚାପଅଛି, ତା’ର ସୂଚନା ଦେବାସହ ଆପଣଙ୍କ ଦୈନନ୍ଦିନ କାର୍ଯ୍ୟକଳାପ ଉପରେ ମଧ୍ୟ ସୂଚନା ପ୍ରଦାନ କରିପାରିବ।ଏହି ରିଂରେ ଥିବା ସେନ୍‌ସର୍‌ଗୁଡ଼ିକ ଏହା ପିନ୍ଧିଥିବାବ୍ୟକ୍ତିଙ୍କ ପାଇଁ କାର୍ଯ୍ୟ କରିଥାଏ, ଯାହା ଫଳରେ ରକ୍ତଚାପ ଭଳି ବିଭିନ୍ନ ସୂଚନା ମିଳିଥାଏ। Lidar Boe: ପାଣିପାଗ ପୂର୍ବାନୁମାନକୁ ସହଜ କରିବ ଲିଡାର୍‌ ବୋଏ ଟିଟାନିୟମ୍‌ରେ ଏହି ରିଂ ନିର୍ମିତ ହୋଇଥିବାବେଳେ ଏହାରଆକାରଅନୁସାରେ ଏହାର ଓଜନ ୫.୨ ଗ୍ରାମ୍‌ ପର୍ଯ୍ୟନ୍ତ ରଖାଯାଇଛି। ଏହା ସହିତ ଆପଣ ନିଜ ସ୍ମାର୍ଟଫୋନ୍‌କୁ ମଧ୍ୟ ସଂଯୋଗ କରିପାରିବେ। ଉଭୟ ରୁପେଲି ଓ କଳାରଙ୍ଗରଏହି ମୁଦିର ଦାମ୍‌ ୨୮,୯୦୦ ଟଙ୍କା ରଖାଯାଇଥିବାବେଳେ ସୁନେଲି ରଙ୍ଗର ମୁଦି ୩୯,୯୦୦ ଟଙ୍କାରେ ବିକ୍ରି ହେଉଛି।

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ଉନ୍ନତ ସ୍ୱାସ୍ଥ୍ୟ ଟ୍ରାକିଂ ବୈଶିଷ୍ଟ୍ୟ ସହିତ ଭାରତୀୟ ବଜାରରେ ଆଉରା ରିଙ୍ଗ 4 ଲଞ୍ଚ ହେଲା | Achira News