Achira News Logo
Achira News

ଏଫ୍ଆଇଏଚ୍ ହକି ବିଶ୍ୱକପ୍ ଡ୍ର ସମାନ ଗ୍ରୁପ୍ରେ ପାକିସ୍ତାନକୁ ଭେଟିବ ଭାରତୀୟ ପୁରୁଷ ଦଳ

Prameya
ଏଫ୍ଆଇଏଚ୍ ହକି ବିଶ୍ୱକପ୍ ଡ୍ର ସମାନ ଗ୍ରୁପ୍ରେ ପାକିସ୍ତାନକୁ ଭେଟିବ ଭାରତୀୟ ପୁରୁଷ ଦଳ
Full News
Share:

ନୂଆଦିଲ୍ଲୀ,୧୮/୦୩;ଆଗାମୀ ଏଫ୍ଆଇଏଚ୍ ହକି ବିଶ୍ୱକପ୍ (ପୁରୁଷ ଓ ମହିଳା) ପାଇଁ ଆଜି ଡ୍ର’ ଘୋଷଣା ହୋଇଛି । ପୁରୁଷ ବିଭାଗରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ସମାନ ଗ୍ରୁପ୍ (ଡି)ରେ ସ୍ଥାନ ପାଇଛନ୍ତି । ସେହିପରି ମହିଳା ବିଭାଗରେ ମଧ୍ୟ ଭାରତୀୟ ଦଳ ଗ୍ରୁପ୍-ଡି’ରେ ସ୍ଥାନ ପାଇଛି । ଏଥର ବେଲଜିୟମ ଓ ନେଦରଲାଣ୍ଡ୍ସ ମିଳିତ ଭାବେ ହକି ବିଶ୍ୱକପ୍ ଆୟୋଜନ କରିବେ । ଆଗାମୀ ଅଗଷ୍ଟ ୧୪ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ୩୦ ତାରିଖରେ ଶେଷ ହେବ । ପୁରୁଷ ବିଭାଗରେ ଭାରତ ସହଜ ଗ୍ରୁପ ସ୍ଥାନ ପାଇଛି । ଏହି ଗ୍ରୁପ ପାକିସ୍ତାନ, ଇଂଲଣ୍ଡ ଓ ୱେଲ୍ସ ରହିଛନ୍ତି । ଭାରତୀୟ ଦଳ ଅଗଷ୍ଟ ୧୬ ତାରିଖରେ ୱେଲ୍ସକୁ, ୧୮ ତାରିଖରେ ଇଂଲଣ୍ଡକୁ, ୨୦ ତାରିଖରେ ପାକିସ୍ତାନକୁ ଭେଟିବ । ସେହିପରି ଗ୍ରୁପ୍-ଏ’ରେ ଆୟୋଜକ ନେଦରଲାଣ୍ଡ୍ସ ସମେତ ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ, ଜାପାନ ରହିଥିବାବେଳେ ଗ୍ରୁପ୍-ବି’ରେ ବେଲଜିୟମ, ଜର୍ମାନୀ, ଫ୍ରାନ୍ସ, ମାଲେସିଆ ଏବଂ ଗ୍ରୁପ୍-ସି’ରେ ଅଷ୍ଟ୍ରେଲିଆ, ସ୍ପେନ, ଆୟର୍ଲାଣ୍ଡ, ଦକ୍ଷିଣ ଆଫ୍ରିକା ସ୍ଥାନ ପାଇଛନ୍ତି । ମହିଳା ବିଭାଗରେ ଭାରତୀୟ ଦଳ ଗ୍ରୁପ୍ଡି’ରେ ଚୀନ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ସହ ସ୍ଥାନ ପାଇଛି । ଦଳ ଅଗଷ୍ଟ ୧୬ରେ ଚୀନକୁ, ୧୮ରେ ଦକ୍ଷିଣ ଆଫ୍ରିକାକୁ, ୨୦ରେ ଇଂଲଣ୍ଡକୁ ଭେଟିବ । ​​​​​​​ ଗ୍ରୁପ୍ଏ’ରେ ନେଦରଲାଣ୍ଡ୍ସ, ଅଷ୍ଟ୍ରେଲିଆ, ଚିଲି, ଜାପାନ³ ଗ୍ରୁପ୍-ବି’ରେ ଆର୍ଜେଣ୍ଟିନା, ଜର୍ମାନୀ, ଆମେରିକା, ସ୍କଟଲାଣ୍ଡ ଏବଂ ଗ୍ରୁପ୍-ସି’ରେ ବେଲଜିୟମ, ସ୍ପେନ, ନ୍ୟୁଜିଲାଣ୍ଡ ଓ ଆୟର୍ଲାଣ୍ଡ ରହିଛନ୍ତି । ପ୍ରତି ଗ୍ରୁପ୍‌ରୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ୨ଟି ଲେଖାଏଁ ଦଳ ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହେବେ । ଏହି ରାଉଣ୍ଡରେ ୨ଟି ଗ୍ରୁପ୍ (ଇ ଓ ଏଫ୍)ରେ ୮ଟି ଦଳ ଭାଗ ନେବେ । ସେହିପରି ଉଭୟ ଗ୍ରୁପ୍‌ର ଶ୍ରେଷ୍ଠ ପ୍ରଦର୍ଶନକାରୀ ୨ଟି ଲେଖାଏଁ ଦଳ ସେମି ଫାଇନାଲ୍‌କୁ ଉନ୍ନୀତ ହେବେ ।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ଏଫ୍ଆଇଏଚ୍ ହକି ବିଶ୍ୱକପ୍ ଡ୍ର ସମାନ ଗ୍ରୁପ୍ରେ ପାକିସ୍ତାନକୁ ଭେଟିବ ଭାରତୀୟ ପୁରୁଷ ଦଳ | Achira News