Achira News Logo
Achira News

ଏଲପିଜି ସଙ୍କଟ ମଧ୍ୟରେ ଭାରତ ସରକାର ତୈଳ ଏବଂ ଗ୍ୟାସ ଯୋଗାଣ ଶୃଙ୍ଖଳା ଉପରେ କଡ଼ା ନଜର ରଖିଛନ୍ତି

Sambad
ଏଲପିଜି ସଙ୍କଟ ମଧ୍ୟରେ ଭାରତ ସରକାର ତୈଳ ଏବଂ ଗ୍ୟାସ ଯୋଗାଣ ଶୃଙ୍ଖଳା ଉପରେ କଡ଼ା ନଜର ରଖିଛନ୍ତି
Full News
Share:

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଦେଶରେ ଏଲ୍‌ପିଜି ସଂକଟ ଦେଖାଦେଇଛି। ଏଭଳି ସ୍ଥିତିରେ ସରକାର ଶକ୍ତି ତଥ୍ୟକୁ ଜାତୀୟ ସୁରକ୍ଷା ବର୍ଗରେ ସାମିଲ କରିଛନ୍ତି। ଦେଶରେ ତୈଳ ଏବଂ ଗ୍ୟାସ ବ୍ୟବସାୟ ଶୃଙ୍ଖଳରେ ଥିବା ସମସ୍ତ ସଂସ୍ଥା ବିସ୍ତୃତ ତଥ୍ୟ ଦାଖଲ କରିବା ପାଇଁ ନି‌ର୍ଦ୍ଦେଶ ଦିଆଯାଇଛି। ଯୋଗାଣ ବ୍ୟବସ୍ଥା ଉପରେ ନିରୀକ୍ଷଣକୁ କଡ଼ାକଡ଼ି କରିବା ଲକ୍ଷ୍ୟରେ ସରକାର ଏହା କରିଛନ୍ତି। ତୈଳ ମନ୍ତ୍ରାଳୟ ପକ୍ଷରୁ ଏଥିପାଇଁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ (ସୂଚନା ପ୍ରଦାନ) ଅର୍ଡର ୨୦୨୬ ଜାରି କରାଯାଇଛି। ଏଥିରେ ଉଭୟ ସରକାରୀ ଓ ଘରୋଇ ବିଶୋଧନକାରୀ, ଏଲ୍‌ଏନ୍‌ଜି ଆମଦାନିକାରୀ, ପାଇପଲାଇନ୍‌ ଅପରେଟର୍‌, ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁଟର ଏବଂ ପେଟ୍ରୋକେମିକାଲ୍‌ କମ୍ପାନିଗୁଡ଼ିକ ନିୟମିତଭାବେ ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ୍‌ ଆନାସିଲିସ୍‌ ସେଲ୍‌କୁ ବାସ୍ତବ ସମୟର ତଥ୍ୟ ଦେବାକୁ କୁହାଯାଇଛି। କେତେକ ତଥ୍ୟ ଦୈନିକ ଭିତ୍ତିରେ ଦେବାକୁ କୁହାଯାଇଛି। ୧୮ ତାରିଖରେ ଜାରି ହୋଇଥିବା ଗେଜେଟ୍‌ ବିଜ୍ଞପ୍ତି ଅନୁଯାୟୀ, ସଂସ୍ଥାଗୁଡ଼ିକ ଉତ୍ପାଦନ, ଆମଦାନି, ମହଜୁଦ ପରିମାଣ ଏବଂ ବ୍ୟବହାର ଆଦି ତଥ୍ୟ ପ୍ରଦାନ କରିବେ। ସଂସ୍ଥାଗୁଡ଼ିକର ଗୋପନୀୟତା କ୍ଲଜ୍‌ କାର୍ଯ୍ୟ କରିବ ନାହିଁ। ଅର୍ଥାତ୍‌ ବାଣିଜ୍ୟିକ ଦୃଷ୍ଟିରୁ ସମ୍ବେଦନଶୀଳ କହି କୌଣସି ତଥ୍ୟ ଦେବାକୁ ମନା କରିପାରିବେ ନାହିଁ। ଅତ୍ୟାବଶ୍ୟ ସାମଗ୍ରୀ ଆଇନ ୧୯୫୫ ଆଧାରରେ ସରକାର ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଧିକପଢ଼ନ୍ତୁ:୫.୫୬କୋଟି ଆତ୍ମସାତ ମାମଲା: ପୂର୍ବତନ ପ୍ରଧାନଶିକ୍ଷକ, ପତ୍ନୀ ଓ କନିଷ୍ଠ କିରାଣି ଗିରଫ ଏହା ହେଲେ କେନ୍ଦ୍ରୀୟ ସ୍ତରରେ ଗୋଟିଏ ସ୍ଥାନରେ ବାସ୍ତବ ସମୟର ତଥ୍ୟ ଉପଲବ୍ଧ ହେବ। ଫଳରେ ଯେଉଁଠି ଯୋଗାଣ ବ୍ୟାହତ ହୋଇଥିବ ସେଠାରେ ତୁରନ୍ତ ଏହାର ସମାଧାନ ପାଇଁ ପଦକ୍ଷେପ ନିଆଯାଇ ପାରିବ। ସେହିଭଳି ବିଦ୍ୟୁତ୍‌, ସାର, ଘରୋଇ ଏଲ୍‌ପିଜି ଯୋଗାଣ ଭଳି ଅଗ୍ରାଧିକାର କ୍ଷେତ୍ର ପାଇଁ ଗ୍ୟାସ ଯୋଗାଣ ସଂପର୍କରେ ଉତ୍ତମ ନିଷ୍ପତ୍ତି ନେଇପାରିବ। କେବଳ ସେତିକି ନୁହେଁ, ସଂକଟ ସମୟରେ କେଉଁଠାରୁ ଏସବୁ ସାମଗ୍ରୀ ସଂଗ୍ରହ କରାଯିବ ତାହା କାର୍ଯ୍ୟକାରୀ କରିବା ସହଜ ହେବ।ମଧ୍ୟପ୍ରାଚ୍ୟ ଯୁଦ୍ଧ ଫଳରେ ଭାରତକୁ ଅଶୋଧିତ ତେଲ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି। ଭାରତ ଏହାର ମୋଟ ଆବଶ୍ୟକତାର ପ୍ରାୟ ୮୮ ପ୍ରତିଶତ ଅଶୋଧିତ ତେଲ, ୫୦ ପ୍ରତିଶତ ପ୍ରାକୃତିକ ଗ୍ୟାସ ଏବଂ ୬୦ ପ୍ରତିଶତ ଏଲ୍‌ପିଜି ଆମଦାନି କରିଥାଏ। ଯୁଦ୍ଧ ପୂର୍ବରୁ ଭାରତ ଏହାର ମୋଟ ଅଶୋଧିତ ତେଲ ଆମଦାନିର ଅଧାରୁ ଅଧିକ ସାଉଦି ଆରବ, ଇରାକ ଏବଂ ୟୁଏଇରୁ ହର୍ମୁଜ୍‌ ପ୍ରଣାଳୀ ଦେଇ ଆଣୁଥିଲା। ସେହିଭଳି ୮୫ରୁ ୯୫ ପ୍ରତିଶତ ଏଲ୍‌ପିଜି ଏବଂ ପ୍ରାୟ ୩୦ ପ୍ରତିଶତ ଗ୍ୟାସ୍‌ ଏହି ମାର୍ଗ ଦେଇ ଆସୁଥିଲା। ଯୁଦ୍ଧ ଫଳରେ ଏହା ଗୁରୁତର ପ୍ରଭାବିତ ହୋଇଛି। ରୁଷ୍‌, ପଶ୍ଚିମ ଆଫ୍ରିକା, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଲାଟିନ ଆମେରିକା ଭଳି ବିକଳ୍ପ ସ୍ଥାନରୁ ଅଶୋଧିତ ତେଲ ଆମଦାନି ହେଉଛି। କିନ୍ତୁ ଏଲ୍‌ପିଜି ଅଭାବ ପାଇଁ ଭାରତରେ ବାଣିଜ୍ୟିକ ଯୋଗାଣ ଉପରେ କଟକଣା ଲଗାଯାଇଛି। ଅଧିକପଢ଼ନ୍ତୁ:ଇନ୍ଦିରା-ମୁଜିବୁରଙ୍କ ମଧ୍ୟରେ ଏକ ଗୁପ୍ତ ଚୁକ୍ତି ହୋଇଥିଲା

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ଏଲପିଜି ସଙ୍କଟ ମଧ୍ୟରେ ଭାରତ ସରକାର ତୈଳ ଏବଂ ଗ୍ୟାସ ଯୋଗାଣ ଶୃଙ୍ଖଳା ଉପରେ କଡ଼ା ନଜର ରଖିଛନ୍ତି | Achira News