Achira News Logo
Achira News

ଏସୀୟ ଲନବଲ ଚାମ୍ପିଅନସିପରେ ଭାରତର ପ୍ରତିନିଧିତ୍ୱ କରିବାରେ ଓଡ଼ିଶାର ରାଜେଶ୍ୱରୀ ସେଠ ପ୍ରଥମ ମହିଳା ଭାବରେ ଇତିହାସ ସୃଷ୍ଟି କରିଛନ୍ତି।

Prameya
ଏସୀୟ ଲନବଲ ଚାମ୍ପିଅନସିପରେ ଭାରତର ପ୍ରତିନିଧିତ୍ୱ କରିବାରେ ଓଡ଼ିଶାର ରାଜେଶ୍ୱରୀ ସେଠ ପ୍ରଥମ ମହିଳା ଭାବରେ ଇତିହାସ ସୃଷ୍ଟି କରିଛନ୍ତି।
Full News
Share:

ବଲାଙ୍ଗିର,୧୯/୦୩: ଆସନ୍ତା ଏପ୍ରିଲ ୫ତାରିଖରୁ ଦିଲ୍ଲୀଠାରେ ୧୭ତମ ଏସିଆନ ଲନବଲ୍ ଚାମ୍ପିଅନସିପ ହେବାକୁ ଯାଉଛି । ଏଥିରେ ଏସିଆର ପ୍ରାୟ ୧୩ଟି ଦେଶର କ୍ରୀଡ଼ାବିତ ଭାଗ ନେବାକୁ ଯାଉଛନ୍ତି । ତେବେ, ଭାରତୀୟ ଦଳରେ ବଲାଙ୍ଗିରର ରାଜେଶ୍ୱରୀ ସେଠ୍ ସ୍ଥାନ ପାଇଛନ୍ତି । ଲନବଲ କ୍ରୀଡ଼ାରେ ରାଜେଶ୍ୱରୀ ଓଡ଼ିଶାର ପ୍ରଥମ ଥର ମହିଳା ଭାବରେ ଜାତୀୟ ଦଳରେ ରହି ଏସିଆନ କ୍ରୀଡ଼ା ଖେଳିବାକୁ ସୁଯୋଗ ପାଇଛନ୍ତି । ଏସିଏନ ଚାମ୍ପିଅନସିପରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ଖେଳାଳିଙ୍କ ତାଲିକା ଚୂଡ଼ାନ୍ତ ହେବା ପରେ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି । ଅପରପକ୍ଷେ, ରାଜେଶ୍ୱରୀଙ୍କ ସଫଳତାକୁ ନେଇ ରାଜ୍ୟ ଲନବଲ ସଂଘ ଏବଂ ତାଙ୍କ ପରିବାରରେ ମଧ୍ୟ ଖୁସିର ମାହୋଲ ଦେଖାଦେଇଛି । ସୂଚନାଯୋଗ୍ୟ ଯେ, ସ୍ଥାନୀୟ ୧୭ତମ ଏସିଆନ ଲନ୍ବଲ ଚାମ୍ପିଅନସିପ୍ ପ୍ରତିଭା ଦେଖାଇବେ ରାଜେଶ୍ୱରୀ ରାଧାରାଣୀ ପଡ଼ା ବାସିନ୍ଦା ଯଦୁମଣି ସେଠ୍ ଏବଂ ମନୋରମା ସେଠ୍ଙ୍କ ଝିଅ ରାଜେଶ୍ୱରୀ ୨୦୨୩ରେ ଲନବଲ୍ କ୍ରୀଡ଼ାରେ ସାମିଲ ହେଲେ । ଜଣେ ବାନ୍ଧବୀଙ୍କ ସହ ଖେଳ ଦେଖୁଦେଖୁ ସେ ଏହି କ୍ରୀଡ଼ା ପ୍ରତି ଆଗ୍ରହୀ ହୋଇଥିଲେ । ପ୍ରଥମେ ସାଧାରଣ ଖେଳ, ପରେ ବେଷୟିକ ଟ୍ରେନିଂ ଏବଂ ଶେଷରେ ଏକାଧିକ ରାଜ୍ୟ, ଜାତୀୟ କ୍ରୀଡ଼ାରେ ପାରଦର୍ଶିତା ଦେଖାଇ ଏବେ ଏସିଆନ ଖେଳିବାକୁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଗତ ୨୦୨୫ ମସିହାରେ ଉତ୍ତରାଖଣ୍ଡଠାରେ ଅନୁଷ୍ଠିତ ୩୮ତମ ଜାତୀୟ କ୍ରୀଡ଼ାରେ ସେ ରୌପ୍ୟ ପଦକ ପାଇଥିଲେ । ହେଲେ ରୌପ୍ୟ ପଦକ ପାଇଥିଲେ ହେଁ ସେ ତଥା ତାଙ୍କର ସହଯୋଗୀ ଅଣ୍ଡର-୨୫ ବର୍ଗରେ ଥିଲେ । ତେଣୁ ତାଙ୍କୁ ଏପ୍ରିଲରେ ହେବାକୁ ଥିବା ଏସିଏନ ଚାମ୍ପିଅନସିପ ଚୟନ ଶିବିରରେ ସାମିଲ ହେବାକୁ ଅନୁମତି ମିଳିଗଳା । ସୌଭାଗ୍ୟକୁ ଗତ ୧୨ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ଦିଲ୍ଲୀଠାରେ ହୋଇଥିବା ଚୟନ ଶିବିରରେ ମଧ୍ୟ ଦୁହେଁ ଭାଗ ନେଲେ । ହେଲେ ରାଜେଶ୍ୱରୀ ଭଲ ପଏଣ୍ଟ ପାଇ ଯୋଗ୍ୟ ବିବେଚିତ ହେବା ସହ ଭାରତ ଟିମରେ ଖେଳିବାକୁ ଅନୁମତି ପାଇଛନ୍ତି । ତାଙ୍କୁ ଶୀଘ୍ର ଚାମ୍ପିଅନସିପର ପୂର୍ବ ପ୍ରଶିକ୍ଷଣ ଶିବିରରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରକାଶ ଯେ, ରାଜେଶ୍ୱରୀ ପୂର୍ବରୁ ୨୦୨୩ରେ ପ୍ରଥମ ଅଲ ଓଡ଼ିଶା ଆନ୍ତଜିଲ୍ଲା ଲନବଲ ଚାମ୍ପିଅନସିପର ଟ୍ରିପଲ ମହିଳା ବର୍ଗରେ ଭାଗ ନେଇ ବ୍ରୋଞ୍ଚ ପଦକ ପାଇଥିଲେ । ସେହିବର୍ଷ ଆନ୍ତର୍ଜାତିକ ମିଲେଟ ମିଶନ ଅବସରରେ ଆୟୋଜିତ ଚାମ୍ପିଅନସିପରେ ପୁଣି ଟ୍ରିପଲ ମହିଳା ବର୍ଗରେ ଭାଗ ନେଇ ରୌପ୍ୟ ପଦକ ପାଇଥିଲେ । ପୁଣି ଗୌଆହାଟୀଠାରେ ହୋଇଥିବା ୮ମ ସିନିୟର ଏବଂ ଅଣ୍ଡର ୨୬ ଜାତୀୟ ଲନବଲ ଚାମ୍ପିଅନସିପରେ ଭାଗ ନେଇ ଦୁଇଟି ବର୍ଗରେ ବ୍ରୋଞ୍ଜ ପଦକ ପାଇଥିଲେ । ଏହାବାଦ୍ ସେହିବର୍ଷ ଗୋଆଠାରେ ଅନୁଷ୍ଠିତ ୩୭ତମ ଜାତୀୟ କ୍ରୀଡ଼ାରେ ବ୍ରୋଞ୍ଜ ଏବଂ ୨୦୨୪ରେ ଦ୍ୱିତୀୟ ଅଲ ଓଡ଼ିଶା ଆନ୍ତ ଜିଲ୍ଲା ଲନବଲ ଚାମ୍ପିଅନସିପିର ଦୁଇଟି ବର୍ଗରେ ଭାଗ ନେଇ ଦୁଇଟି ସ୍ୱର୍ଣ୍ଣ ହାସଲ କରିଥିଲେ । ଏହାବାଦ୍ ୨୦୨୪ରେ ଦିଲ୍ଲୀଠାରେ ଅନୁଷ୍ଠିତ ଅଣ୍ଡର-୨୫ ଜାତୀୟ ଲନବଲ ଚାମ୍ପିଅନସିପ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଅଧିକ ପଢ଼ନ୍ତୁ :-ଜବରଦଖଲ କୌଣସି ଦୃଷ୍ଟିରୁ ଗ୍ରହଣୀୟ ନୁହେଁ : ପିଟିସନ୍ ଖାରଜ; ରାସ୍ତା ସଂପ୍ରସାରଣ ପାଇଁ ଅନୁମତି

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ଏସୀୟ ଲନବଲ ଚାମ୍ପିଅନସିପରେ ଭାରତର ପ୍ରତିନିଧିତ୍ୱ କରିବାରେ ଓଡ଼ିଶାର ରାଜେଶ୍ୱରୀ ସେଠ ପ୍ରଥମ ମହିଳା ଭାବରେ ଇତିହାସ ସୃଷ୍ଟି କରିଛନ୍ତି। | Achira News