Achira News Logo
Achira News

ଓ. ସି. କ୍ଲବ୍ ଲିଗ୍ ଜଗତପୁର, ସନରାଇଜ, ଆମେଚର ଏବଂ ସନଶାଇନ କ୍ଲବ୍ ମ୍ୟାଚ୍ ଜିତିଲେ

Sambad
ଓ. ସି. କ୍ଲବ୍ ଲିଗ୍ ଜଗତପୁର, ସନରାଇଜ, ଆମେଚର ଏବଂ ସନଶାଇନ କ୍ଲବ୍ ମ୍ୟାଚ୍ ଜିତିଲେ
Full News
Share:

କଟକ:ଓସିଏକ୍ଲବ୍‌ ଲିଗ୍‌ର ତୃତୀୟ ଦିବସରେ ଅନୁଷ୍ଠିତ ୪ଟି ମ୍ୟାଚ୍‌ରେ ଜଗତପୁର ଆଥଲେଟିକ୍‌ ଆସୋସିଏସନ, ସନ୍‌ରାଇଜ୍‌ କ୍ଲବ, ଆମେଚର କ୍ରିକେଟ୍‌ କ୍ଲବ୍‌ ଓ ସନ୍‌ସାଇନ୍‌ କ୍ଲବ୍‌ ବିଜୟୀ ହୋଇଛନ୍ତି। ତୃତୀୟ ଦିବସରେ ଜଗତପୁରର ଆଦିତ୍ୟ ଚୌଧୁରୀ ଓ ସନ୍‌ରାଇଜ୍‌ର ଶୁବାଶିଷ ମଲ୍ଲିକଙ୍କ ଶତକ ସହ ସନ୍‌ସାଇନ୍‌ର ଶୁଭମ ବିସ୍ତ ୫ୱିକେଟ୍‌ ଅକ୍ତିଆର କରିବା ଉଲ୍ଲେଖନୀୟ ବିଷୟ। ଜଗତପୁର ଆଥଲେଟିକ୍‌ ଆସୋସିଏସନ୍‌ ୫ୱିକେଟ୍‌ରେ ସହିଦ ସ୍ପୋର୍ଟିଂ କ୍ଲବ୍‌କୁ ପରାସ୍ତ କରିଛି। ସହିଦ୍‌ ସ୍ପୋର୍ଟିଂ ୭ୱିକେଟ୍‌ ହରାଇ ୩୪୨ରନ୍‌ କରିଥିଲା। ଅପୂର୍ବ ୱାଙ୍ଖେଡ଼ ୫୬, ଏମ୍‌ଜି ଗୋପାଳ ୫୩ ଓ ଓମ୍‌ଟି ମୁଣ୍ଡେ ୫୧ରନ୍‌ କରିଥିଲେ। ହର୍ଷିତ ମାଲହୋତ୍ରା ୩ଟି ଓ୍ବିକେଟ୍‌ ନେଇଥିଲେ। ଜବାବରେ ଜଗତପୁର ୫ୱିକେଟ୍‌ ହରାଇ ୩୪୫ରନ୍‌ କରି ମ୍ୟାଚ୍‌ ଜିତିଥିଲା। ଆଦିତ୍ୟ ଚୌଧୁରୀ ୧୧୫ ଓ ଗିରିଜା ରାଉତ ୮୬ରନ କରିଥିବା ବେଳେ ସହିଦ ସ୍ପୋର୍ଟିଂ ପକ୍ଷରୁ ଅପୂର୍ବ ୱାଙ୍ଖେଡ଼ ୨ଟି ୱିକେଟ ନେଇଥିଲେ। ଆଦିତ୍ୟଙ୍କୁ ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା। ସନ୍‌ରାଇଜ କ୍ଲବ୍ ୭ ଓ୍ବିକେଟ୍‌ରେ ଏଲ୍‌ଆଇସି ସ୍ପୋର୍ଟସ୍‌ କ୍ଲବ୍‌କୁ ପରାସ୍ତ କରିଛି। ଆହୁରି ପଢ଼ନ୍ତୁ:Murder Attempt: ଶିକ୍ଷୟତ୍ରୀ ସ୍ତ୍ରୀ’କୁ ହତ୍ୟା ଉଦ୍ୟମ କରି ସଫ୍ଟୱେର ଇଞ୍ଜିନିୟର ସ୍ବାମୀ ଗରିଫ ଏଲ୍‌ଆଇସି ଆଶିଷ ଗୌତମଙ୍କ ୫୯ରନ୍‌ ବଳରେ ୧୯୨ରନ୍‌ କରିଥିଲା। ଅମ୍ରିତ ଉପାଧ୍ୟାୟ, ବିଶ୍ବଜିତ ମଲ୍ଲିକ ଓ ନିରଞ୍ଜନ ଗୌଡ଼ ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ସନ୍‌ରାଇଜ୍‌ କ୍ଲବ୍ ୩୦ଓଭର ଓ ୩ ୱିକେଟ ବିନିମୟରେ ୧୯୬ରନ୍‌ କରି ଜିତିଥିଲା। ଶୁଭାଶିଷ ମଲ୍ଲିକ ଶତକ (୧୧୩ରନ) କରିଥିବା ବେଳେ ଶୁଭମ ଶତ୍ରୁଜିତ ୨ଟି ୱିକେଟ୍‌ ନେଇଥିଲେ। ଶୁବାଶିଷଙ୍କୁ ‌ଶ୍ରେଷ୍ଠ ‌ଖେଳାଳି ବିବେଚିତ କରାଯାଇଥିଲା। ଆମେଚର୍‌ କ୍ରିକେଟ୍‌ କ୍ଲବ୍‌ ୬ ୱିକେଟ୍‌ରେ ରୋଭର୍ସ ଆଥଲେଟିକ୍‌ କ୍ଲବ୍‌କୁ ପରାସ୍ତ କରିଛି। ରୋଭର୍ସ କ୍ଲବ୍‌ ୧୯୪ରନ୍‌ କରିଥିଲା। ମହମ୍ମଦ ଅନସ ୩୫ରନ୍‌ କରିଥିବା ବେଳେ ସାଇ ପଟ୍ଟନାୟକ ୩ଟି ୱିକେଟ୍‌ ନେଇଥିଲେ। ଜବାବରେ ଆମେଚର କ୍ଲବ୍ ୩୨ଓଭର ଓ ୪ୱିକେଟ୍‌ ବିନିୟମରେ ୧୯୯ ରନ୍‌ କରି ମ୍ୟାଚ ଜିତିଥିଲା। ରମଣୀ ଜେନା ୭୪ନ ଓ ଆଶୁତୋଷ ରାୟ ୫୭ରନ୍‌ କରିଥିବା ବେଳେ ଅର୍ଣ୍ଣବ ମଜୁମଦାର ୨ଟି ୱିକେଟ୍‌ ଅକ୍ତଆର କରିଥିଲେ। ରମଣୀ ଶ୍ରେଷ୍ଠ‌ ଖେଳାଳି ବିବେଚିତ ହୋଇଥିଲେ। ସେହିଭଳି ସନ୍‌ସାଇନ୍‌ କ୍ଲବ ୧୨୦ରନ୍‌ରେ ଏସ୍‌ବି ସ୍ପୋର୍ଟସ କ୍ଲବକୁ ପରାସ୍ତ କରିଛି। ସନ୍‌ସାଇନ୍‌ ୨୮୨ରନ୍‌ କରିଥିଲା। ଆର୍ଯ୍ୟଶ୍ରୀ ଭଟ୍ଟ ୮୫ ଓ ବିଶ୍ବଭୂଷଣ ବିହାରୀ ୫୦ରନ୍‌ କରିଥିବା ବେଳେ ଗୌତମ ସୁନା ୨ଟି ୱିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ଏସ୍‌ବି ସ୍ପୋର୍ଟିଂ ୧୬୨ରନ୍‌ କରିଥିଲା। ଆକାଶ ମହାପାତ୍ର ୪୯ରନ୍‌ କରିଥିବା ବେଳେ ଶୁଭମ ବିସ୍ତ ୫ଟି ଓ ସାଇଦୀପ ମହାପାତ୍ର ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ। ଶୁଭମ ବିସ୍ତ ଶ୍ରେଷ୍ଠ ‌ଖେଳାଳି ବିବେଚିତ ହୋଇଥିଲେ।

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ଓ. ସି. କ୍ଲବ୍ ଲିଗ୍ ଜଗତପୁର, ସନରାଇଜ, ଆମେଚର ଏବଂ ସନଶାଇନ କ୍ଲବ୍ ମ୍ୟାଚ୍ ଜିତିଲେ | Achira News