କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଓଡ଼ିଶା-ଝାଡ଼ଖଣ୍ଡ ସିମା ଟାଙ୍କୁରା ଜଙ୍ଗଲରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରକୁ ବଡ଼ବିଲ ପୁଲିସ୍ ଏନକାଉଣ୍ଟର କରିଛି। ଜଙ୍ଗଲରେ ସିପୁ ଲୁଚିଥିବା ଖବର ପାଇ ପୁଲିସ୍ ଅପରେସନ ଆରମ୍ଭ କରିଥିଲା। ସିପୁର ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ବଡବିଲ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ସିପୁ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି। ଗତ କିଛି ଦିନ ତଳେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଞ୍ଚଳରେ ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ବଡ଼ଧରଣର ଡକାୟତି ହୋଇଥିଲା। ଏହି ଘଟଣାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ ସିପୁ କୁମାର ଖସିଯାଇଥିଲା। ସିପୁ ଘର ବିହାରର ପାଟଣା ଜିଲ୍ଲା ପିପରା ଗାଁରେ। ମୋଷ୍ଟ ୱାଣ୍ଟେଡ ଆନ୍ତଃରାଜ୍ୟ ଏହି ସିପୁ ନାଁରେ ଅନେକ ମାମଲା ରହିଛି।
ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ପୁଲିସ ଏନକାଉଣ୍ଟରରେ କୁଖ୍ଯାତ ଡକାୟତ ସିପୁ କୁମାର ନିହତ
Samaja•

Full News
Share:
Disclaimer: This content has not been generated, created or edited by Achira News.
Publisher: Samaja
Want to join the conversation?
Download our mobile app to comment, share your thoughts, and interact with other readers.