Achira News Logo
Achira News

ଓଡ଼ିଶା ସରକାର ଚାରୋଟି ନୂତନ ହୋଟେଲ ପ୍ରକଳ୍ପ ଏବଂ 25ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି।

Sambad
ଓଡ଼ିଶା ସରକାର ଚାରୋଟି ନୂତନ ହୋଟେଲ ପ୍ରକଳ୍ପ ଏବଂ 25ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି।
Full News
Share:

ଭୁବନେଶ୍ବର: ରାଜ୍ୟରେ ଆଉ ଚାରିଟି ନୂଆ ତାରକା ହୋଟେଲ୍‌ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି। କୋରାପୁଟରେ ଅଗ୍ରବଂଶୀ ପ୍ରାଇଭେଟ୍‌ ଲିମିଟେଡ୍‌ ୫୨ କୋଟି ଟଙ୍କା ନିବେଶରେ ଏକ ୪- ତାରକା ହୋ‌ଟେଲ୍‌ ଓ ବଲାଙ୍ଗୀରରେ ସଗୁନ୍‌ ରିଟ୍ରିଟ୍ ୫୪.୯୪ କୋଟି ଟଙ୍କା ନିବେଶରେ ଏକ ତିନି ତାରକାହୋଟେଲ୍‌ନିର୍ମାଣ କରିବେ। ଭୁବନେଶ୍ବରରେ ଆର୍ଯ୍ୟପ୍ରାଇଡ୍‌ ହୋଟେଲ୍‌ ଆଣ୍ଡ୍‌ କନ୍‌ଭେନ୍‌ସନ୍‌ ୧୫୦.୬୯ କୋଟି ଟଙ୍କା ଓ ଆରମ୍ୟ ପକ୍ଷରୁ ପୁରୀରେ ୬୦ କୋଟି ଟଙ୍କା ନିବେଶରେ ୪-ତାରକା ହୋଟେଲ୍‌ ନିର୍ମାଣ କରାଯିବ। ଏହି ହୋଟେଲ୍‌ ପ୍ରକଳ୍ପ ସମେତ ୪୫୧୦ କୋଟି ଟଙ୍କା‌ ନିବେଶର ସ୍ଥାପନ ହେବାକୁ ଥିବା ୨୫ଟି ଶିଳ୍ପ ପ୍ରକଳ୍ପକୁ ମଙ୍ଗଳବାର ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ୍‌ ୱିଣ୍ଡୋ ୧୪୫ତମ ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। ୧୧ଟି ଜିଲ୍ଲାରେ ସ୍ଥାପନ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟରେ ୧୦,୦୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। Hotel Owner Murder: ହୋଟେଲ୍‌ ମାଲିକଙ୍କୁ ଗଳାକାଟି ହତ୍ୟା ବୈଠକରୁ ଜଣାପଡ଼ିଛି ଯେ କୋରାପୁଟ ଜିଲ୍ଲାରେ ସେଞ୍ଚୁରି ପ୍ଲାଏବୋର୍ଡସ୍‌ ଏକ କାରଖାନା ସ୍ଥାପନ କରିବ। ସେଥିରେ କମ୍ପାନି ୮୭୦.୮୨ କୋଟି ଟଙ୍କା ନିବେଶ କରିବ। ‌ସେହିପରି ପିଡିଲାଇଟ୍‌ ଇଣ୍ଡଷ୍ଟ୍ରିଜ୍‌ ବାଲେଶ୍ବରରେ ଏକ ଟାଇଲ୍‌ ଯୋଡ଼େଇ ଅଠା ଉତ୍ପାଦନ ପ୍ରକଳ୍ପ ବସାଇବ। ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସଂସ୍ଥା ପ୍ରାଇସ୍‌ୱାଟର୍‌ହାଉସ୍‌ କୁପର୍ସ (ପିଡବ୍ଲ୍ୟୁସି) ସର୍ଭିସେସ୍‌ ଖୋର୍ଦ୍ଧାରେ ୬୦ କୋଟି ଟଙ୍କା ନିବେଶରେ ଏକ ଟେକ୍ନୋଲୋଜି ଡେଲିଭରି ସେଣ୍ଟର ସ୍ଥାପନ କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସବୁ ଜିଲ୍ଲାରେ ଶିଳ୍ପ ସ୍ଥାପନ ଉପରେ ଗୁରୁତ୍ବ ଦେଉଛନ୍ତି। ତାହାକୁ ଦୃଷ୍ଟିରେ ରଖି ଏଥର ବୈଠକରେବଲାଙ୍ଗୀର,କଳାହାଣ୍ଡି, କୋରାପୁଟ ଭଳି ପଛୁଆ ଜିଲ୍ଲାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ସେଞ୍ଚୁରି, ପିଡିଲାଇଟ୍‌ ବସାଇବେ କାରଖାନାପିଡବ୍ଲ୍ୟୁସି କରିବ ଟେକ୍ନୋଲୋଜି ଡେଲିଭରି ସେଣ୍ଟର୪୫୧୦ କୋଟିର ୨୩ ପ୍ରକଳ୍ପକୁ ମଞ୍ଜୁରି୧୦,୦୦୦ ଲୋକଙ୍କୁ ମିଳିବ କର୍ମନିଯୁକ୍ତି ଖୋର୍ଦ୍ଧାରେ ସୋନାସିଲେକ୍ସନ୍‌ ଇଣ୍ଡିଆ ଓ ଆଲ୍‌ଫାଟେକ୍ସ ସ୍ଥାପନ କରିବାକୁ ଥିବା ବୟନ ଓ ଟେକ୍ନିକାଲ୍ ଟେକ୍ସଟାଇଲ୍‌ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଫାର୍ମା ଓ ମେଡିକାଲ୍‌ ଡିଭାଇସ୍‌ କ୍ଷେତ୍ରରେ ଆଲ୍‌ଟିଅସ୍‌ ଲାଇଫ୍‌ ପକ୍ଷରୁ କଟକରେ ୨୩୬.୯୦ କୋଟି ଟଙ୍କା ଓ ଶ୍ରୀଜୀ ଇମେଜିଂ ଆଣ୍ଡ୍‌ ଡାଏଗ୍ନୋଷ୍ଟିକ୍‌ ତରଫରୁ ଖୋର୍ଦ୍ଧାରେ ୫୩.୫୫ କୋଟି ଟଙ୍କା ନିବେଶ କରାଯିବ। ପାରାଦୀପ ଫସ୍‌ଫେଟ୍‌ସ ଲିମିଟେଡ୍‌ ଜଗତସିଂହପୁରରେ ୪୨୫ କୋଟି ଟଙ୍କା ନିବେଶରେ ଏକ ସଲ୍‌ଫ୍ୟୁରିକ୍‌ ଏସିଡ୍‌ କାରଖାନା ବସାଇବ। ନିଫା ଲିମିଟେଡ୍‌ ଖୋର୍ଦ୍ଧାରେ ୧୬୪ କୋଟି ଟଙ୍କା ନିବେଶ କରିବାକୁ ଯାଉଛି। ଆଲୁମିନିୟମ ଓ ଧାତବ କ୍ଷେତ୍ରରେ ଓଡ଼ିଶା ସ୍ପେସିଆଲ୍‌ ଗ୍ରେଡ୍‌ ଆଲୁମିନା ତରଫରୁ କୋରାପୁଟରେ ୮୮.୧୬ କୋଟି ଟଙ୍କା, ସୁନ୍ଦର ଷ୍ଟିଲ୍ ତରଫରୁ କଟକରେ ୭୫.୪୬ କୋଟି ଟଙ୍କା, ନବପ୍ରକୃତି ଗ୍ରିନ୍ ଏନର୍ଜିସ୍‌ ତରଫରୁ ବାଲେଶ୍ବରରେ ୧୦୫ କୋଟି ଟଙ୍କା ଓ ଲେନ୍‌ରକ୍‌ ଭେଞ୍ଚର୍ସ ପକ୍ଷରୁ ସୁନ୍ଦରଗଡ଼ରେ ୫୫.୪୦ କୋଟି ଟଙ୍କା ନିବେଶ କରାଯିବ। Hotel Owner Died With Heart Attack:ଚୌକିରେ ବସି ଫୋନ ଦେଖୁଥିବା ବେଳେ ଉଡ଼ିଗଲା ହୋଟେଲ ମାଲିକଙ୍କ ପ୍ରାଣବାୟୁ ସ୍କାନ୍‌ ଷ୍ଟିଲ୍‌ସ ସୁନ୍ଦରଗଡ଼ରେ ୨୫୫.୧୦ କୋଟି ଟଙ୍କା ଓ ସିଦ୍ଧିରିଦ୍ଧି ଇଣ୍ଟରନ୍ୟାସନାଲ୍ କେନ୍ଦୁଝରରେ ୬୧୦ କୋଟି ଟଙ୍କା ନିବେଶ କରିବେ। ସେହିପରି ଚଲାହ ଇନ୍‌ଫ୍ରାଟେକ୍‌ ତରଫରୁ ସମ୍ବଲପୁରରେ ୧୭୪.୧୦ କୋଟି ଟଙ୍କାରେ ଏକ ଲଜିଷ୍ଟିକ୍ସ ପାର୍କ, କୋଷ୍ଟାଲ୍‌ ବାୟୋଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ କଳାହାଣ୍ଡିରେ ୩୫୦ କୋଟି ଟଙ୍କା ନିବେଶରେ ଏକ ଇଥାନଲ୍‌ କାରଖାନା ଓ ଅଭିଷେକ କନ୍‌ଟେକ୍‌ ଇଣ୍ଡିଆ ପକ୍ଷରୁ ଖୋର୍ଦ୍ଧାରେ ୫୫.୦୩ କୋଟି ଟଙ୍କା ନିବେଶରେ ଏକ ପଲିମର୍‌ ଇନ୍‌ସୁଲେଟର୍‌ ଉତ୍ପାଦନ କାରଖାନା ସ୍ଥାପନ କରାଯିବ। ନୁଭୋ ଏଅନ୍‌ ଡାଇମଣ୍ଡ୍‌ ଆଣ୍ଡ ଜୁଏଲାରି ପକ୍ଷରୁ ଖୋର୍ଦ୍ଧାରେ ଥିବା ଲ୍ୟାବ୍‌ ପ୍ରସ୍ତୁତହୀରାଗହଣା ଉତ୍ପାଦନ କାରଖାନାର କ୍ଷମତା ସମ୍ପ୍ରସାରଣରେ ୨୪୩.୫୦ କୋଟି ଟଙ୍କା ନିବେଶ କରାଯିବ ବୋଲି ଆଜିର ବୈଠକରୁ ଜଣାପଡ଼ିଛି।

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ଓଡ଼ିଶା ସରକାର ଚାରୋଟି ନୂତନ ହୋଟେଲ ପ୍ରକଳ୍ପ ଏବଂ 25ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି। | Achira News