Achira News Logo
Achira News

ଓଡ଼ିଶା ହୀରା ଏବଂ ସୁନା ଖଣି ଆବିଷ୍କାର କଲା; ବିଶେଷଜ୍ଞମାନେ ଅନୁସନ୍ଧାନର ଫଳାଫଳ ଅଧ୍ୟୟନ କରନ୍ତି

Sambad
ଓଡ଼ିଶା ହୀରା ଏବଂ ସୁନା ଖଣି ଆବିଷ୍କାର କଲା; ବିଶେଷଜ୍ଞମାନେ ଅନୁସନ୍ଧାନର ଫଳାଫଳ ଅଧ୍ୟୟନ କରନ୍ତି
Full News
Share:

ଭୁବନେଶ୍ବର: ରତ୍ନଗର୍ଭାଓଡ଼ିଶାରମାଟି ତଳେ କେବଳ ଲୁହାପଥର, ବକ୍ସାଇଟ୍‌, ମାଙ୍ଗାନିଜ ନୁହେଁ, ସୁନା ଓ ହୀରା ସମେତ ଅନେକ ମୂଲ୍ୟବାନ ରତ୍ନ ମଧ୍ୟ ରହିଛି। ବିଧାନସଭାରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଦେଇଥିବା ସୂଚନା ଅନୁସାରେ ରାଜ୍ୟରେ ହୀରା ଖଣିର ସନ୍ଧାନ ମିଳିଛି। ନୂଆପଡ଼ା ବ୍ଲକ୍‌ର କଲମିଦାଦର ଅଞ୍ଚଳରେ ହୀରା ଥିବା ପଥରର ସନ୍ଧାନ କରାଯାଇଛି। ବିଶେଷଜ୍ଞମାନେ ବର୍ତ୍ତମାନ ତାହାର ବୈଷୟିକ, ଅର୍ଥନୈତିକ ଓ ଅନ୍ୟାନ୍ୟ ଦିଗର ଅନୁଶୀଳନ କରୁଛନ୍ତି। ମନ୍ତ୍ରୀଙ୍କ ଉତ୍ତର ଅନୁସାରେକଳାହାଣ୍ଡିଜିଲ୍ଲାଜୁନାଗଡ଼ ବ୍ଲକ୍‌ ଅନ୍ତର୍ଗତ ହିଞ୍ଜିଳିବାହାଳ-ଜିଲିଙ୍ଗବରରେ ମାଣିକର ସନ୍ଧାନ ମିଳିଛି। କିନ୍ତୁ ରାଜ୍ୟରେ ଏପର୍ଯ୍ୟନ୍ତ କୌଣସି ମୋତି ଖଣି ସନ୍ଧାନ କରାଯାଇନଥିବା ସେ ସ୍ପଷ୍ଟ କରିଛନ୍ତି। ଦେବଗଡ଼ର ରିଆମାଳ ବ୍ଲକ୍‌ରେ ତମ୍ବାପଥର, ଗ୍ରାଫାଇଟ୍‌ ଓ ନିକେଲ୍‌ ଠାବ କରାଯାଇଛି। ସେହିପରି ଅଡସ-ରାମପଲ୍ଲୀ ଅଞ୍ଚଳରେ ସୁନା ଖଣିର ସନ୍ଧାନ କରାଯାଇଛି। BJD: ସୁବାସିନୀଙ୍କୁ ଟାର୍ଗେଟ୍ କଲା ବିଜେଡି: ବାସଭବନ ସମ୍ମୁଖରେ ମହିଳା ଶାଖାର ଆନ୍ଦୋଳନ ମୟୂରଭଞ୍ଜଜିଲ୍ଲାର କୁଳିଅଣା ବ୍ଲକ୍‌ର ମଦନସାହି-କାଞ୍ଜିଆରେସୁନାଓ ତମ୍ବା ଥିବା ପଥର ଠାବ କରାଯାଇଛି। କେନ୍ଦୁଝରର ବାଂଶପାଳ ବ୍ଲକ୍‌ ଅନ୍ତର୍ଗତ ଗୋପୁର-ଜଳଡ଼ିହରେ ସୁନା ଖଣିର ସନ୍ଧାନ ମିଳିଛି। ମନ୍ତ୍ରୀ ଶ୍ରୀ ଜେନାଙ୍କ ପୂର୍ବ ସୂଚନା ଅନୁସାରେ ରାଜ୍ୟ ମାଟି ତଳେ ୧୫୮୬ କେଜି ସୁନା ଗଚ୍ଛିତ ଥିବା ଆକଳନ କରାଯାଇଛି। ଏହି ସମ୍ପଦରଅନୁସନ୍ଧାନଓ ବାଣିଜ୍ୟିକ ବ୍ୟବହାର ପାଇଁ ରାଜ୍ୟ ସରକାର ନକ୍ସା ପ୍ରସ୍ତୁତ କରୁଛନ୍ତି। Iran: ଇରାନ ସବୁଠୁ ଭୟଙ୍କର ଆକ୍ରମଣ ଦେଖିବ: ହେଗସେଥ ସୁନା ଖଣି ନିଲାମ କରିବା ଉପରେ ମଧ୍ୟ ରାଜ୍ୟସରକାରବିଚାର କରୁଛନ୍ତି। ରାଜ୍ୟରେ ଗ୍ରାଫାଇଟ, ତମ୍ବା, ନିକେଲ, ରୁପା, ଟାଇଟାନିୟମ, ଭାନାଡିୟମ ଓ ଟିନ୍‌ ଭଳି ବିରଳ ମୃତ୍ତିକା ଖଣିଜ ପଦାର୍ଥ ମଧ୍ୟ ଠାବ କରାଯାଇଛି। ଏହି ଖଣିଜ ପଦାର୍ଥରୁ ପ୍ରସ୍ତୁତ ଉପାଦାନଗୁଡ଼ିକୁ ଇଭି ନିର୍ମାଣ କରାଯାଇଥାଏ। କଳାହାଣ୍ଡି, ରାୟଗଡ଼ା,ବଲାଙ୍ଗୀର, ନୟାଗଡ଼ ଓଦେବଗଡ଼ଜିଲ୍ଲାରେ ଗ୍ରାଫାଇଟ୍‌ ଠାବ କରାଯାଇଛି। ଅଧିକାଂଶ ସ୍ଥାନରେ ଜି୨ ଓ ଜି୩ ସ୍ତରର ଅନୁସନ୍ଧାନ ଜାରି ରହିଛି।

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ଓଡ଼ିଶା ହୀରା ଏବଂ ସୁନା ଖଣି ଆବିଷ୍କାର କଲା; ବିଶେଷଜ୍ଞମାନେ ଅନୁସନ୍ଧାନର ଫଳାଫଳ ଅଧ୍ୟୟନ କରନ୍ତି | Achira News