ଭୁବନେଶ୍ୱର, ୫ା୫(ବନ୍ଦନା ସେଠୀ):ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ ଅଧିକାଂଶ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। କେବଳ ବୌଦ୍ଧ ଜିଲାରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ରହିଥିବାବେଳେ ଝାରସୁଗୁଡାରେ ୪୦.୬ ଡିଗ୍ରୀ ଏବଂ ତାଳଚେରରେ ୪୦.୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ବାକି ସ୍ଥାନଗୁଡିକରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଥିଲା। ତେବେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତଘଡ଼ଘଡ଼ି ସହ ବର୍ଷା ଓ ପବନ ଲାଗି ରହିବ। ମଙ୍ଗଳବାର ସାରା ରାଜ୍ୟରେ ପ୍ରବଳ ବର୍ଷା ହେବା ସହିତ ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ଅନୁଗୋଳ, ବୌଦ୍ଧ, କନ୍ଧମାଳ ଜିଲାର କିଛି ସ୍ଥାନରେ ପ୍ରବଳ ଓ ପବନ ବର୍ଷା ସହିତ ଘଡ଼ଘଡ଼ି ବିଜୁଳି ନେଇ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ତେବେ ସୁନ୍ଦରଗଡ଼ ଜିଲାରେ କୁଆପଥର ବୃଷ୍ଟିପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଏହାବାଦ୍ ରାଜ୍ୟର ଅନ୍ୟ ଜିଲା ଯଥା ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଝାରସୁଗୁଡା, ବରଗଡ଼, ସୋନପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲାକୁ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। କାଳବୈଶାଖୀ ସମୟରେ ବାହାରକୁ ନ ବାହାରି ଘରେ ସୁରକ୍ଷିତ ରହିବା ପାଇଁ ବିଭାଗ ପରାମର୍ଶ ଦେଇଛି। ସେହିପରି ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି।
ଓଡ଼ିଶାରେ ଅପ୍ରତ୍ୟାଶିତ ବର୍ଷା ଜାରି, ସାରା ରାଜ୍ୟରେ ତାପମାତ୍ରା ହ୍ରାସ
Dharitri•

Full News
Share:
Disclaimer: This content has not been generated, created or edited by Achira News.
Publisher: Dharitri
Want to join the conversation?
Download our mobile app to comment, share your thoughts, and interact with other readers.