କେନ୍ଦ୍ରାପଡା,୧।୨(ଜଗନ୍ନାଥ ଧଳ ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଚଳିତ ବର୍ଷର ବଜେଟ ରବିବାର ଉପସ୍ଥାପନ କରିଛନ୍ତି । ଏଥିରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥ ବ୍ୟବସ୍ଥା କରାଯାଇଛି। କେନ୍ଦ୍ରାପଡା ଜିଲାରେ ଏହି ବଜେଟକୁ ନେଇ କେତେକ ବୁଦ୍ଧିଜୀବୀ ସକରାତ୍ମକ ମନ୍ତବ୍ୟ ଦେଇଥିବା ବେଳେ ଅନ୍ୟ କେତେକ ବ୍ୟକ୍ତି ଯୋଜନାର ଲାଭ ଉଠାଇବା ପାଇଁ ଏହି ଜିଲାରେ ଭିତ୍ତିଭୂମା ନାହିଁ ବୋଲି ମତ ରଖିଛନ୍ତି । ଆଗକୁ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ଆସୁଛି । ଭାଜପା ସର୍ବଦା ନିର୍ବାଚନ ଇସ୍ତାହାରରେ କୃଷକଙ୍କ ଉତ୍ପାଦ ଓ ଆୟ ବୃଦ୍ଧି ହେବ ବୋଲି ଉଲ୍ଲେଖ କରାଯିବା ସହ ନେତୃମଣ୍ଡଳୀ ବୟାନବାଜି କରୁଛନ୍ତି । ଯାହା କେନ୍ଦ୍ରାପଡାରେ ସମ୍ଭବପର ନୁହେଁ । ଏବେବି ସରକାରୀ ମଣ୍ଡିରେ ୯୦ ପ୍ରତିଶତ ଖରିଫ ଧାନ ବିକ୍ରୟ ହୋଇନାହିଁ । ଏହି ପ୍ରାକୃତିକ ବିପର୍ଯ୍ୟୟ ଭରା ଜିଲାରେ କୃଷି ପାଇଁ ଜଳ ପରିଚାଳନା ଏକ ମୁଖ୍ୟ ସମସ୍ୟା ହୋଇଛି । ବନ୍ୟା, ବାତ୍ୟା, ମରୁଡି, ଜଳସେଚନ ଓ ନିଷ୍କାସନ ପର ବିପର୍ଯ୍ୟୟ କ୍ଷତିକୁ ଭରଣା ପାଇଁ କୌଣସି ସ୍ବତନ୍ତ୍ର ଯୋଜନା ନାହିଁ । ପୂର୍ବ ବଜେଟରେ କୃଷି ଉତ୍ପାଦକୁ ଗୁରୁତ୍ବ ଦିଆଯିବାକୁ ପ୍ରତିଶ୍ରୁତି ମିଳିଥିଲା । ଗ୍ରାମାଂଚଳରେ ଏବେବି ଜମି ଭାଗବଂଟାକୁ ନେଇ ହଣାକଟା ଚାଲିଛି । ଏହି ଜିଲାର ଭିତିଭିମୀ ଅଭାବରୁ ଯୁବବର୍ଗ କୃଷିକୁ ଛାଡି ଜିଲା ବାହାରକୁ କର୍ମନିଯୁକ୍ତି ପାଇଁ ଯାଉଛନ୍ତି ବୋଲି କୃଷକ ନେତା ଗୟାଧର ଧଳ କହିଛନ୍ତି । ଚଳିତ ବଜେଟରେ ଆତ୍ମନିର୍ଭର ହେବା ପାଇଁ ପ୍ରେରଣା ଯୋଗାଇଛି । ସରକାରୀ କର୍ମଚାରୀ ନିଯୁକ୍ତି ଅପେକ୍ଷା ଯୁବ ପୁବବର୍ଗଙ୍କୁ ଘରୋଇ ଉତ୍ପାଦନ ପାଇଁ ପ୍ରୋତ୍ସାହିତ କରାଯାଇଛି । ମହିଳା ସଶକ୍ତିକରଣ, ପର୍ଯ୍ୟଟନ ଶିଳ୍ପ, ରେଳ ବଜେଟ ଆଦି ସାଧା ଧାରଣ ଜନତାଙ୍କ ପାଇଁ ହିତକାରୀ ସାବ୍ୟସ୍ତ ହେବ । କେନ୍ଦ୍ରାପଡା ଜିଲାରେ କୃଷି, ଶିଳ୍ପ, ପର୍ଯ୍ୟଟନ ଶିଳ୍ପ ପାଇଁ ଯଥେଷ୍ଟ ଭିତିଭୂମୀ ଅଛି। ବଜେଟରେ ଏହି ଜିଲାର ଗହୀରମଥାରେ ଅଲିଭ ରିଡଲେଙ୍କ ପ୍ରଜନନସୁଳୀର ଉନ୍ନତି କରଣ ପାଇଁ ବ୍ୟବସ୍ଥା ହେବ । ଏଥିସହ ଜାତୀୟ ଜଳପଥ ୫କୁ ଗୁରୁତ୍ବ ମିଳିବ ବୋଲି କୁହାଯାଇଛି । ଗହୀରମଥା ସାମୁଦ୍ରିକ ଅଂଚଳର ତଟକ୍ଷୟ ସମସ୍ୟାର ସମାଧାନ ନିହାତି ଜରୁରୀ ହୋଇଛି । । ସେହିପରି ଜାତ ଜାତୀୟ ଜଳପଥ ୫ର ଜଳସ୍ରୋତ ଖରାଦିନ ପୂର୍ବରୁ କମିଲାଣି । ବଜେଟ ଅର୍ଥ ଏହ ଏହାକୁ ସୁହାଇବ । ମାତ୍ର ଶୀତ ତଳଭଣ୍ଡାର, ମଣ୍ଡି, ତାଲିମ, ପ୍ରାକୃତିକ ବିପର୍ଯ୍ୟୟ ସହନକାରୀ ଉନ୍ନତ ବିହନ, ତାଲିମ ତାଲିମ ଆଦି କୃଷି ଦି କୃଷି ବଜେଟକୁ ମଳିନ କରିବ । ସେହିପରି ଜାତୀୟ ଉଦ୍ୟାନ ଭିତରକନିକା, ତୁଳସୀକ୍ଷେତ୍ର ପରି ସ୍ଥାନକୁ ଛୋଟ ଛୋଟ ବଡ ପ୍ରକଳ୍ପ ଦ୍ବାରା ପରିପୃଷ୍ଟ କରିହେବ । କେନ୍ଦ୍ର ସରକାରଙ୍କ ଏହି ବଜେଟରେ କେନ୍ଦ୍ରାପଡା ଯୁବବର୍ଗଙ୍କ ପାଇଁ ଏତେ ଉତ୍ସହଜନକ ନୁହେଁ । ସରକାରୀ ପଦବୀ ପୂରଣ ରଣ ପାଇଁ କୌଣସି ଗୁରୁତ୍ବ ଦିଆଯାଇ ନାହିଁ । ଶିକ୍ଷା, ସ୍ବାସ୍ଥ୍ୟ, ତାଲିମ ଆଦି ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି। ଅଦ୍ୟାବଧି ପ୍ରତିପଡା ଗ୍ରାମକୁ ରାସ୍ତା, ପାନ ପାନୀୟ ଜଳ, ନେଟୱର୍କ ସମସ୍ୟା ଆଦି ଲାଗି ରହିଛି। ଆର୍ଥିକ ଅନଗ୍ରସର ଜିଲାରେ ମୋବାଇଲ କିଣିବା ସମସ୍ତଙ୍କ ପାଇଁ ଅପହଞ୍ଚ । ସେହିପରି ଯୁବଦ୍ୟୋଗୀଙ୍କୁ ତାଲିମ,କର୍ମ ନିଯୁକ୍ତି ପଦକ୍ଷେପ ନିରୁତ୍ସାହଜନକ ବୋଲି ଜଣେ ସାଧାରଣ ଜନତା କହିଛନ୍ତି ।
ଓଡ଼ିଶାର କେନ୍ଦ୍ରାପଡ଼ା ଭିତ୍ତିଭୂମି, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ପାଇଁ ବଜେଟ୍ ପ୍ରୋତ୍ସାହନ ପାଇଛି
Dharitri•

Full News
Share:
Disclaimer: This content has not been generated, created or edited by Achira News.
Publisher: Dharitri
Want to join the conversation?
Download our mobile app to comment, share your thoughts, and interact with other readers.