ଭଦ୍ରକ,୫।୫ : ପ୍ରେମ ପାଇଁ ପିଟି ପିଟି ହତ୍ୟା । ଘରୁ ହାତ ଗୋଡ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଲେ । ପିଟି ପିଟି ମାରିଦେଲେ । ଏମିତି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନ ପୁରୁଷୋତ୍ତମପୁର ଗାଁରେ । ମୃତକ ଜଣକ ହେଲେ ସୁବାସ ସୂତାର। ଅଭିଯୋଗ ଅନୁଯାୟୀ ସୁବାସ ସୂତାରଙ୍କ ଜନୈକ ଯୁବତୀଙ୍କ ସହ ସମ୍ପର୍କ ଥିଲା । ପୂର୍ବରୁ ଥାନା ରେ ଆପୋଷ ବୁଝାମଣା ହୋଇଥିଲା । କିନ୍ତୁ ପୁଣି ଥରେ ସମାନ ଘଟଣାକୁ ନେଇ ଯୁବତୀଙ୍କ ବାପା ଓ ଅନ୍ୟ ଜଣେ ସମ୍ପର୍କୀୟ ସୁବାସଙ୍କ ଘରକୁ ଆସି ତାଙ୍କୁ ଘର ସାମ୍ନାରେ ହାତ ଗୋଡ ବାନ୍ଧି ଦେଇଥିଲେ । ପରେ ରାସ୍ତାରେ ଘୋଷାରି ଘୋଷାରି ନେଇଥିଲେ । ପରେ ସୁବାସଙ୍କୁ ନିସ୍ତୁକ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗ ହୋଇଛି । ସୁବାସଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସିମୁଳିଆ ଓ ପରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରି ଛାଡି ପଳାଇଥିଲେ । ଘଟଣା ଜାଣିବା ପରେ ମୃତକଙ୍କ ସମ୍ପର୍କୀୟ ସିମୁଳିଆ ଥାନାରେ ଅଭିଯୋଗ କରିବା ପରେ ସିମୁଳିଆ ପୋଲିସ ଭଦ୍ରକ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆହୁରି ପଢନ୍ତୁ :ପ୍ରେମିକର ଘର ଆଗରେ ଧାରଣାରେ ବସିଥିବା ପ୍ରେମିକାକୁ ଟାଙ୍ଗିଆରେ ହାଣି ହତ୍ୟା
ଓଡ଼ିଶାରେ ଗର୍ଲଫ୍ରେଣ୍ଡଙ୍କ ବାପା ଏବଂ ସମ୍ପର୍କୀୟଙ୍କ ଦ୍ୱାରା ପୁରୁଷଙ୍କୁ ପିଟି ପିଟି ହତ୍ୟା
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.