କାମାକ୍ଷାନଗର/ଭୁବନ: କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ନିକଟ ଜଙ୍ଗଲରୁ ଗୁରୁବାର ଜଣେ କଲେଜ ଛାତ୍ରୀଙ୍କମୃତଦେହ ମିଳିଛି। ପାରିପାର୍ଶ୍ୱିକ ସ୍ଥିତିରୁ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଲୋକେ ସନ୍ଦେହ କରୁଛନ୍ତି। ସୂଚନା ଅନୁସାରେ, ଛାତ୍ରୀଙ୍କ ଅଜାଙ୍କ ଘର କାମାକ୍ଷାନଗର ଅଞ୍ଚଳରେ ହୋଇଥିବାବେଳେ ସେ ସେଠାରେ ରହି ଏକ କଲେଜରେ ଯୁକ୍ତ୨ ପ୍ରଥମ ବର୍ଷରେ ଅଧ୍ୟୟନ କରୁଥିଲେ। ମଝିରେ ମଝିରେ ସେ ନିଜ ଗାଁକୁ ଯାଇଥାନ୍ତି। ଗତକାଲି କଲେଜରେ ପରୀକ୍ଷା ଦେବା ପରେ ସେ ଘରକୁ ଫେରି ନ ଥିଲେ। ରାତିରେ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ତାଙ୍କୁ ପାଇ ନ ଥିଲେ। ଆଜି ସକାଳୁ ଛାତ୍ରୀଙ୍କ ମୃତଦେହ ସାରୁଆଳି ଗାଁ ରାସ୍ତାକଡ଼ ଜଙ୍ଗଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଗାଁର କିଛି ବ୍ୟକ୍ତି ଏ ସଂପର୍କରେ ପୁଲିସକୁ ଖବର ଦେଇଥିଲେ। ଛାତ୍ରୀ ଜଣକ କଲେଜ ୟୁନିଫର୍ମରେ ଥିବାବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। Dead: ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ଡାଟା ଏଣ୍ଟ୍ରି ଅପରେଟର ଦୁଷ୍କର୍ମ ପରେ ହତ୍ୟା ସନ୍ଦେହପୁଲିସ, ସାଇଣ୍ଟିଫିକ୍ ଟିମ୍ର ତନାଘନା ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପରୀକ୍ଷା ଦେଇସାରି କଲେଜରୁ ଫେରୁଥିବା ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଜଙ୍ଗଲରୁ ମିଳିବା ଘଟଣା କାମାକ୍ଷାନଗର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଙ୍ଗଲରେ ଏକ ଗଛମୂଳେ ମୃତଦେହ ପାଖରେ ତାଙ୍କ ବ୍ୟାଗ୍ ମଧ୍ୟ ପଡ଼ିଥିଲା।ଛାତ୍ରୀଙ୍କୁ ଅପହରଣ କରି କିମ୍ବା କୌଣସି ପ୍ରକାର ପ୍ରଲୋଭନ ଦେଖାଇ ଜଙ୍ଗଲକୁ ନିଆଯାଇଥିବା ସନ୍ଦେହ କରାଯାଉଛି। ପରିବାର ଓ ସମ୍ପର୍କୀୟ ଏ ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି। ଖବରପାଇ ଢେଙ୍କାନାଳ ଏସ୍ପି ଅଭିନବ ସୋନକର, କାମାକ୍ଷାନଗର ଏସ୍ଡିପିଓ ରଜନୀକାନ୍ତ ସାମଲ, ଥାନା ଅଧିକାରୀ ଜିତେନ୍ଦ୍ର ମଲ୍ଲିକ, ଫରେନ୍ସିକ୍ ଟିମ୍, ଡଗ୍ ସ୍କ୍ବାର୍ଡ ଏବଂଜିଲ୍ଲାସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଢେଙ୍କାନାଳ ଏସ୍ପି କହିଛନ୍ତି, ପୁଲିସ ପକ୍ଷରୁ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ଖୁବ୍ଶୀଘ୍ର ଅଭିଯୁକ୍ତକୁ ଧରାଯିବ। Dead: ମାର୍ଚ୍ଚ ୧୯ରେ କେରଳରୁ ଟ୍ରେନ୍ରେ ଘରକୁ ଆସିଥାନ୍ତେ ୨ ଓଡ଼ିଆ ଯୁବକ, ଆସୁଛି ମୃତଦେହ
ଓଡ଼ିଶାର ଜଙ୍ଗଲରେ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
Sambad•
%2Fsambad%2Fmedia%2Fmedia_files%2F2026%2F03%2F20%2Ffshfhsbxbxv-2026-03-20-01-01-43.jpg&w=3840&q=75)
Full News
Share:
Disclaimer: This content has not been generated, created or edited by Achira News.
Publisher: Sambad
Want to join the conversation?
Download our mobile app to comment, share your thoughts, and interact with other readers.