ଭୁବନେଶ୍ୱର: ରାଜ୍ୟର ପ୍ରାୟ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି। କନ୍ଧମାଳ ଜିଲାର ଘୁ.ଉଦୟଗିରିରେ ପାରଦ ୯.୪ଡିଗ୍ରୀ ରହିଛି। ଭୁବନେଶ୍ବରରେ ୧୫.୮ ଏବଂ କଟକରେ ୧୪.୪ ଡିଗ୍ରୀ ରହିଛି। ଗତକାଲି ଅପେକ୍ଷା ଦ୍ବୖତନଗରୀରେ ରାତି ତାପମାତ୍ରା କମିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବା ସମ୍ଭାବନା ନାହିଁ। ଖୋର୍ଦ୍ଧା, ଅନୁଗୋଳ, ଛତ୍ରପୁର, କୋରାପୁଟ, ଗୋପାଳପୁର ଏବଂ ଭବାନୀପାଟଣାରେ କୁହୁଡ଼ି ଦୃଶ୍ୟମାନ ହୋଇଥିବା ବେଳେ ମଙ୍ଗଳବାର ସକାଳେ ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଏବଂ ନୟାଗଡ଼ ଜିଲାର କିଛି ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହେବା ସମ୍ଭାବନା ରହିଛି। ଏଥିସହିତ ବାଲେଶ୍ବର, ଭଦ୍ରକ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଜିଲାର କିଛି ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି।
ଓଡ଼ିଶାରେ ତାପମାତ୍ରା ହ୍ରାସ; ସାରା ରାଜ୍ୟରେ କୁହୁଡ଼ି ପରିସ୍ଥିତି ଆଶଙ୍କା
Samaja•

Full News
Share:
Disclaimer: This content has not been generated, created or edited by Achira News.
Publisher: Samaja
Want to join the conversation?
Download our mobile app to comment, share your thoughts, and interact with other readers.