Achira News Logo
Achira News

ଓଡ଼ିଶାରେ ପୋଲିସ ସହ ଗୁଳିବିନିମୟ ପରେ କୁଖ୍ୟାତ ଅପରାଧୀ ସିପୁ କୁମାର ଗିରଫ ହୋଇଛନ୍ତି।

Prameya
ଓଡ଼ିଶାରେ ପୋଲିସ ସହ ଗୁଳିବିନିମୟ ପରେ କୁଖ୍ୟାତ ଅପରାଧୀ ସିପୁ କୁମାର ଗିରଫ ହୋଇଛନ୍ତି।
Full News
Share:

କେନ୍ଦୁଝର/ବଡ଼ବିଲ, ୧।୨: ଗତ କିଛି ଦିନ ତଳେ ବଡ଼ବିଲ ଥାନା ଅଞ୍ଚଳରେ ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ବଡ଼ ଧରଣର ଡକାୟତି ହୋଇଥିଲା । ଯାହା କେସ ନମ୍ବର ୨୯/୨୬ ଥିଲା । ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ ସିପୁ କୁମାର ଖସିଯାଇଥିଲା । ସିପୁ ଘର ବିହାର, ପାଟଣା ଜିଲ୍ଲା ପିପରା ଗାଁରେ । ମୋଷ୍ଟ ୱାଣ୍ଟେଡ୍ ଆନ୍ତଃରାଜ୍ୟ ଏହି ସିପୁ ନାଁରେ ଏକାଧିକ ମାମଲା ରହିଛି । ବହୁ ହତ୍ୟା, ବେଆଇନ ଅସ୍ତ୍ରଶସ୍ତ୍ର, ଡକାୟତି ଓ ଜୋର ଜବରଦସ୍ତ ବଟି ଆଦାୟ ଭଳି ସଙ୍ଗିନ ମାମଲା ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡରେ ରହିଛି । ଗତ ଏକ ସପ୍ତାହରୁ ସିପୁକୁ ଅଧିକ ଦିନ ହେବ ପୁଲିସ ଖୋଜିଖୋଜି କରି ନାକେଦମ ହୋଇ ପଡ଼ିଥିଲା । ଓଡ଼ିଶା ଝାଡ଼ଖଣ୍ଡ ସୀମାସ୍ଥିତ ଟାଙ୍କୁରା ଜଙ୍ଗଳରେ ସିପୁ ଥିବା ଖବର ପାଇ ରାତିରେ ଜଙ୍ଗଲରେ ଅପରସନ ଆରମ୍ଭ କରିଥିଲା ବଡ଼ବିଲ ପୁଲିସ । ଯେଉଁଥିରେ ସିପୁ ଖସିଯିବା ପାଇଁ ପୁଲିସ ଉପରକୁ ଗୁଳି ଚଳାଇଥିଲା । ପୁଲିସ ପାଲଟା ଗୁଳି ଚାଳନା କରିଥିଲା, ଫଳରେ ସିପୁ ଗୋଡ଼ରେ ଗୁଳି ବାଜିଥିଳା । ତାକୁ ପୁଲିସ କାବୁ କରି ଗୁରୁତର ଅବସ୍ଥାରେ ବଡ଼ବିଲ ମେଡିକାଲରେ ଭର୍ତ୍ତି କରିଛି । ପୁଲିସ ସିପୁ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରିଛି । ଆହୁରି ପଢ଼ନ୍ତୁ...​​​​​​​ଅଖା ଦେଉନାହାନ୍ତି ମିଲର୍ସ, ଚିରାଫଟା ଦେଇ ଚାଷୀଙ୍କଠୁ ଅସୁଲ କରୁଛନ୍ତି

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ଓଡ଼ିଶାରେ ପୋଲିସ ସହ ଗୁଳିବିନିମୟ ପରେ କୁଖ୍ୟାତ ଅପରାଧୀ ସିପୁ କୁମାର ଗିରଫ ହୋଇଛନ୍ତି। | Achira News