ଓଡିଶା ଭାସ୍କର:ଏକ ୧୩ ବର୍ଷର ବାଳକର ସାହସ ଏବେ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଏତେ ଛୋଟ ବୟସର ପିଲା ହୋଇ ମଧ୍ୟ ସେ ତିନୋଟି ଜୀବନ ବଞ୍ଚାଇ ଉଦାହରଣ ପାଲଟି ଯାଇଛି। ଏହି ବାଳକଟି ୪ ଘଣ୍ଟା ଧରି ଲଗାତାର ସମୁଦ୍ର ସହ ସଙ୍ଘର୍ଷ କରି ନିଜ ପରିବାର ଲୋକଙ୍କ ଜୀବନ ବଞ୍ଚାଇଛି। ସମୁଦ୍ରରେ ବୁଡ଼ିଯାଉଥିବା ତାଙ୍କ ଛୋଟ ଭାଇଭଉଣୀ ଏବଂ ମାଆଙ୍କ ଜୀବନ ବଞ୍ଚାଇଛି। ଏହା ପରେ ସେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ହିରୋ ପାଲଟିଛନ୍ତି। ତାଙ୍କ ପରିବାର ସମୁଦ୍ରରେ ବୁଡ଼ିଯାଉଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କୁ ୪ ଘଣ୍ଟା ଧରି ପହଁରି କୂଳରେ ପହଞ୍ଚିବା ପରେ ସେ ପରିବାର ଲୋକେ ବିପଦରେ ଥିବା ସୂଚନା ଦେଇଥିଲେ। କୂଳରେ ପହଞ୍ଚିବା ପରେ ସେ କର୍ତ୍ତୃପକ୍ଷଙ୍କୁ ଜଣାଇଲେ, ଯାହା ଫଳରେ ପରିବାରକୁ ରକ୍ଷା କରାଯାଇପାରିଲା। ଏହି ଦେଶରେ ଏଯାଏଁ ପହଞ୍ଚିନି ଇଣ୍ଟରନେଟ୍,… ବର୍ଡରରେ ଲାଗିଥିବା କଣ୍ଟା ତାରରେ କାହିଁକି… ପୁରା ଘଟଣା ଜାଣିବା ପରେ ପରିବାର ଲୋକ ଚକିତ ହୋଇଗଲେ: ପିଲାଟିର ଘଟଣା ବିଷୟରେ ବର୍ଣ୍ଣନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା। ପର୍ଥରୁ ଆସିଥିବା ପରିବାର ସକାଳେ ଏକ ହୋଟେଲରୁ ପ୍ୟାଡଲବୋର୍ଡ ଭଡା ନେଇଥିଲେ। ମଧ୍ୟାହ୍ନ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପ୍ରବଳ ପବନ ଏବଂ ଉଠୁଥିବା ଢେଉ ଯୋଗୁଁ ବିପଦପୂର୍ଣ୍ଣ ହୋଇଗଲା ଏବଂ ସେମାନେ ସମୁଦ୍ର ଭିତରକୁ ଭାସିଯାଇଥିଲେ। ତେର ବର୍ଷୀୟ ଅଷ୍ଟିନ ଆପଲବି ତା’ପରେ କୂଳକୁ ପହଁରକି ଆସିଥିଲେ ଓ ଉଦ୍ଧାରକାରୀ ଦଳଖୁ ଏବାବଦରେ ସୂଚନା ଦେଇଥିଲେ। ଏପରିକି ସେ ସମୟରେ ତାଙ୍କ ପାଖରେ ଲାଇଫ ଜ୍ଯାକେଟ ମଧ୍ୟ ନଥିଲା। ସେ କେବଳ ନିଜ ମନକୁ ଦୃଢ କରିଥିଲେ ଓ ନିଜ ପରିବାରକୁ ଉଦ୍ଧାର କରିବା ପାଇଁ ଭାବୁଥିବା କହିଥିଲେ।ଓ ସେ ସଫଳ ହୋଇଥିଲେ। ଏହି ପୁରା ଘଟଣା ଜଣାପଡିବା ପରେ ଉଦ୍ଧାରକାରୀ ଦଳ ସମୁଦ୍ର ଭିତରକୁ ଯାଇ ଖୋଜାଖୋଜି କରିଥିଲେ ଓ ତାଙ୍କ ମା, ଭଉଣୀ ଏବଂ ସାନ ଭାଇଙ୍କୁ ସେଠାରୁ ଉଦ୍ଦାର କରି ଆଣିଥିଲେ। ଅଷ୍ଟିନ କଣ କହିଥିଲା:ଅଷ୍ଟିନ୍ କହିଥିଲେ, “ଏହା ମୋ ଜୀବନର ସବୁଠାରୁ କଠିନ ନିଷ୍ପତ୍ତି ମଧ୍ୟରୁ ଗୋଟିଏ ଥିଲା।” ଯେତେବେଳେ ତାଙ୍କ ମାଆ କହିଲେ, “କୂଳକୁ ଯାଅ ଏବଂ ଆମକୁ ସାହାଯ୍ଯ ଦରକାର। ଏହା ବହୁତ ଗମ୍ଭୀର ଥିଲା ମୋ ପାଇଁ ତଥାପି ଆମେ ସାହାସ କରିଥିଲୁ।ଓ ମୁଁ କୁଳକୁ ଆସି ମୋର ପୁରା ପରିବାରକୁ ବଞ୍ଚାଇ ପାରିଛି।ମୋତେ ଅତ୍ଯନ୍ତ ଖୁସି ଲାଗୁଛି।
ଓଡ଼ିଶାର ବାଳକର ବୀରତ୍ୱପୂର୍ଣ୍ଣ ଉଦ୍ଧାର ବୁଡ଼ି ଯିବାରୁ ପରିବାରକୁ ବଞ୍ଚାଇଲା 13 ବର୍ଷୀୟ ବାଳିକା
Odisha Bhaskar•

Full News
Share:
Disclaimer: This content has not been generated, created or edited by Achira News.
Publisher: Odisha Bhaskar
Want to join the conversation?
Download our mobile app to comment, share your thoughts, and interact with other readers.