Achira News Logo
Achira News

ଓଡ଼ିଶାରେ ମର୍ମନ୍ତୁଦ ଘଟଣାରେ ନିଶାସକ୍ତଙ୍କ ବାପାଙ୍କ ମୃତ୍ୟୁ

Dharitri
ଓଡ଼ିଶାରେ ମର୍ମନ୍ତୁଦ ଘଟଣାରେ ନିଶାସକ୍ତଙ୍କ ବାପାଙ୍କ ମୃତ୍ୟୁ
Full News
Share:

ଆଠଗଡ,୨।୫(ସତ୍ୟ ପ୍ରସାଦ ରଥ): ଆଠଗଡ ଥାନା ଅନ୍ତର୍ଗତ ଜାଗିଆପଡା ଗ୍ରାମ ତଅଁଳା ସାହିରେ ଶନିବାର ସକାଳୁ ଘଟିଯାଇଛି ଅଘଟଣ।ନିଶାଶକ୍ତ ପୁଅ ବିଭୂତି ନାଏକ(୪୦)ର ଶିଳପୁଆ ମାଡରେ ବାପା ବିକଳ ନାଏକଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିବା ପରେ ଗ୍ରାମବାସୀ ବିଭୂତିକୁ କାବୁ କରି ପୋଲିସର ଜିମା ଦେଇଛନ୍ତି। ଆଠଗଡ ପୋଲିସ ବିଭୂତିଙ୍କୁ ଅଟକ ରଖିବା ସହିତ ମୃତ ବାପାଙ୍କ ମୃତଦେହକୁ ଜବତ କରି ଆଠଗଡ ଡାକ୍ତରଖାନାକୁ ଆଣିଛି। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ। ତେବେ ଖବର ଲେଖା ହେଲା ବେଳକୁ ଥାନାରେ କୌଣସି ଏତଲା ହୋଇନଥିବା ଥାନା ଅଧିକାରିଣୀ ସୁମତି କୁମାରୀ ମହାନ୍ତି ସୂଚନା ଦେଇଛନ୍ତି।

Disclaimer: This content has not been generated, created or edited by Achira News.
Publisher: Dharitri

Want to join the conversation?

Download our mobile app to comment, share your thoughts, and interact with other readers.

ଓଡ଼ିଶାରେ ମର୍ମନ୍ତୁଦ ଘଟଣାରେ ନିଶାସକ୍ତଙ୍କ ବାପାଙ୍କ ମୃତ୍ୟୁ | Achira News