ରାୟଗଡା (ଶିବ ପ୍ରସାଦ ଦୋରା):ଯେଉଁ ସମାଜରେ ମହିଳା ଆଗକୁ ବଢ଼ନ୍ତି ସେଇଠି ଉନ୍ନତି ହୋଇଥାଏI ରାଜ୍ୟରେ ଯଦି ମହିଳାମାନେ ଆଗକୁ ବଢ଼ିବେ ଉନ୍ନତି ଆସିବ। ସେହି ଧାରାରେ ରାୟଗଡ଼ା ଜିଲ୍ଳାର ୧୨୭୮୩ ଏସ୍ଏଚ୍ଜିରେ ୧ ଲକ୍ଷ ୫୨ ହଜାର ମହିଳା ଯୋଡ଼ି ହୋଇ ରହିଛନ୍ତିI ମହିଳା ଓ ଶିଶୁମାନଙ୍କ ବିକାଶ ପାଇଁ ବଜେଟରେ ପ୍ରାଥମିକତା ଦିଆଯାଇଛିI ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀର କେବଳ ଲାଭାର୍ଥୀ ନୁହନ୍ତି, ସେମାନେ ଓଡ଼ିଶା ବିକାଶ ଯାତ୍ରାରେ ଅଂଶୀଦାର ହୋଇ ରୋଜଗାରକ୍ଷମ ହେବା ସହ ଖୁବ ଶୀଘ୍ର ନିଯୁକ୍ତି ପ୍ରଦାନ ମଧ୍ୟ କରିବେ। ସେମାନଙ୍କ କଠିନ ପରିଶ୍ରମ, ଶୃଙ୍ଖଳା ଏବଂ ଉଦ୍ୟୋଗୀ ମନୋଭାବ ଗ୍ରାମୀଣ ଅର୍ଥନୀତିରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାୟଗଡ଼ା ଜିଆଏସିଆର ନିକଟସ୍ଥ ଜେଏସକୋ ପଡ଼ିଆ ଠାରେ ଆୟୋଜିତ ସୁଭଦ୍ରା ଶକ୍ତିମେଳା କାର୍ଯ୍ୟକ୍ରମରେ କହିଛନ୍ତି। ରାୟଗଡ଼ା ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ କହିଥିଲେ ଯେ ସ୍ବାଧୀନତା ପାଇଁ ବଳୀଦାନ ଦେଇଥିବା ରାୟଗଡ଼ା ଜିଲ୍ଲାର ସହିଦ୍ମାନଙ୍କ ପ୍ରମୁଖ ଭୂମିକା ରହିଛି I ରାୟଗଡ଼ା ଜିଲ୍ଲାରେ ବଡ଼ବଡ଼ ଶିଳ୍ପ ପ୍ରତିଷ୍ଠା ହେବ। ସେଠାରେ ଅଶି ପ୍ରତିଶତ ସ୍ଥାନୀୟ ଲୋକଙ୍କୁ ବିଭିନ୍ନ କମ୍ପାନି ନିଯୁକ୍ତି ଦେବେI ଯଦି ନିଯୁକ୍ତି ଦେବାରେ କମ୍ପାନି ଅବହେଳା କରନ୍ତି ତେବେ କମ୍ପାନି ଆରମ୍ଭ କରିବା ପାଇଁ ଏନ୍ଓସି ଦିଆଯିବନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦୃଢ଼ ଭାବରେ କହିଛନ୍ତିI ମୁଖ୍ୟମନ୍ତ୍ରୀ ୩୪୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ୨୧୦ କୋଟି ଟଙ୍କା ମୂଲ୍ୟର ୪୧ଟି ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିଥିବା ବେଳେ ଓ ୬୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଥିରେ ୩୪୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ। ଏସବୁ ପ୍ରକଳ୍ପ ଗୁଡ଼ିକ ସଡ଼କ, ପାନୀୟ ଜଳ, ଜଳ ସେଚନ, ଶିକ୍ଷା, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗ୍ରାମୀଣ ବିକାଶ ଏବଂ ସହରାଞ୍ଚଳ ବିକାଶ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୁଭଦ୍ରା ଶକ୍ତି ମେଳା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ମହିଳାମାନଙ୍କୁ କେବଳ ଲକ୍ଷପତି ଦିଦି କିମ୍ବା ସୁଭଦ୍ରା ଯୋଜନାରେ ଲାଭାର୍ଥୀ କରିବା ଲକ୍ଷ ନୁହେଁ। ସେମାନଙ୍କ ସମ୍ମାନକୁ ରକ୍ଷା କରିବା ସରକାରଙ୍କ ପ୍ରଥମିକତା। ଏହି ଆର୍ଥିକ ସହାୟତା ମହିଳା ନେତୃତ୍ୱାଧୀନ ଉଦ୍ୟୋଗ ଗୁଡ଼ିକ ଆହୁରି ମଜବୁତ୍ କରିବ, ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବ ଓ ସେମାନଙ୍କର ଜୀବିକା ବୃଦ୍ଧି କରିବ ବୋଲି ସେ କହିଛନ୍ତି । ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ବିକାଶ ପ୍ରକ୍ରିୟାରେ ସବୁ ବର୍ଗର ଲୋକ ସାମିଲ ହେଉଛନ୍ତି। ଗରିବ, ଆଦିବାସୀ, ମହିଳା ଓ ଯୁବବର୍ଗ ସମସ୍ତଙ୍କର ସଶକ୍ତୀକରଣ ହେଉଛି। ବିକାଶ ଯେପରି ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିବ ତାହା ଆମେ ସୁନିଶ୍ଚିତ କରୁଛୁ। ଗ୍ରାମାଞ୍ଚଳ ପାଇଁ ଆମେ ରାସ୍ତା, ପାନୀୟ ଜଳ ଯୋଗାଣ, ଜଳ ସେଚନ ଓ ଗୃହ ସୁବିଧାକୁ ଉନ୍ନତ କରୁଛୁ। ସହରାଞ୍ଚଳ ପାଇଁ ଆମେ ନାଗରିକ ସୁବିଧା ଓ ସାର୍ବଜନୀନ ସେବାକୁ ଉନ୍ନତ କରୁଛୁ। ରାୟଗଡ଼ା ଜିଲ୍ଲାରେ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କାର ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ରାୟଗଡ଼ା ଜିଲ୍ଲାରେ କୃଷି, ହସ୍ତତନ୍ତ, ଗାର୍ମେଣ୍ଟ ଇଣ୍ଡଷ୍ଟ୍ରୀ, ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ଅପାର ସମ୍ଭାବନା ରହିଛି। ଏହି ସମ୍ଭାବନାକୁ ସଦୁପଯୋଗ କରି ଜିଲ୍ଲାରେ ସ୍ଥାୟୀ ସମୃଦ୍ଧି ଆଣିବା ପାଇଁ ଆମ ସରକାର ଉଦ୍ୟମ ଜାରି ରଖିବ। ଆହୁରି ପଢ଼ନ୍ତୁ:Security Review Puri President’s Visit ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ସୁରକ୍ଷା ସମୀକ୍ଷା କଲେ ପୁଲିସ ଆଇଜି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ରାୟଗଡ଼ା ବିଧାୟକ ଆପଲସ୍ୱାମୀ କାଡ଼ରIକା, ବିଷମକଟକ ବିଧାୟକ ନୀଳମାଧବ ହିକକା ଓ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଉପସ୍ଥିତ ରହି ନିଜନିଜ ବକ୍ତବ୍ୟ ରଖିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଉପସ୍ଥାପନା କରିଥିଲେl ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଏବଂଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଅକ୍ଷୟ କୁମାର ଖେମୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ, ବରିଷ୍ଠ ନେତା ଶିବ ଶଙ୍କର ଉଲାକା, ସଂପାଦକ ଦେବାଶିଷ ପଣ୍ଡା, କାଳୀରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ୧୦ହଜାରରୁ ଉର୍ଧ୍ବ ମହିଳା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଡ଼ଙ୍ଗରିଆ କନ୍ଧଙ୍କ କପଡାଗୁନ୍ଦା ଶାଲ ଓ ଲାଞ୍ଜିଆ ସୌରାଙ୍କ ଇଡ଼ିଟାଲ ଚିତ୍ରକଳା ସ୍ମୃତିର ସନ୍ତକ ରୂପେ ପ୍ରଦାନ କରାଯାଇଥିଲାI ଆହୁରି ପଢ଼ନ୍ତୁ:Low visibility Ajit's Plane Crash: କମ୍ ଦୃଶ୍ୟମାନତା ନଥିଲା ଅଜିତଙ୍କ ବିମାନ ଦୁର୍ଘଟଣାର କାରଣ: ଅନିଲ ଦେଶମୁଖ ଉଠାଇଲେ ପ୍ରଶ୍ନ
ଓଡ଼ିଶାର ମହିଳା ସଶକ୍ତୀକରଣ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିଲେ
Sambad•
%2Fsambad%2Fmedia%2Fmedia_files%2F2026%2F02%2F02%2Funtitled-15jpg-2026-02-02-15-56-34.jpeg&w=3840&q=75)
Full News
Share:
Disclaimer: This content has not been generated, created or edited by Achira News.
Publisher: Sambad
Want to join the conversation?
Download our mobile app to comment, share your thoughts, and interact with other readers.