Achira News Logo
Achira News

ଓଡ଼ିଶାରେ ରାଜ୍ୟସଭା ଆସନ ଖାଲି, ରାଜନୈତିକ ବିଶ୍ଳେଷକମାନେ ଆଶ୍ଚର୍ଯ୍ୟ

Prameya
ଓଡ଼ିଶାରେ ରାଜ୍ୟସଭା ଆସନ ଖାଲି, ରାଜନୈତିକ ବିଶ୍ଳେଷକମାନେ ଆଶ୍ଚର୍ଯ୍ୟ
Full News
Share:

ଭୁବନେଶ୍ୱର, ୦୩/୦୨: ଆଗକୁ ରାଜ୍ୟସଭା ନିର୍ବାଚନ। ରାଜ୍ୟରେ ୪ଟି ଆସନ ଖାଲି ହେଉଛି । ଏଥିମଧ୍ୟରୁ ଦୁଇଟି ସିଟ୍ ବିଜେପିର ଏବଂ ଗୋଟିଏ ଆସନ ବିଜେଡି ସୁନିଶ୍ଚିତ ଥିବା ବେଳେ ବାକି ଆସନ ପାଇଁ ଅଙ୍କ ଛିଡ଼ୁନି । କଂଗ୍ରେସ ପାଖରେ ସଂଖ୍ୟା ଗରିଷ୍ଠତା ନଥିଲେ ବି ପ୍ରାର୍ଥୀ ଛିଡ଼ା କରିବ ବୋଲି ଏକ ପ୍ରକାର ସୂଚନା ଦେଇଛି । ଏଥିପାଇଁ ବିଜେଡିର ସହଯୋଗ ନେବ ଦଳ । ଏନେଇ ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ ବୋଲି କହିଛନ୍ତି । ପିସିସି ସଭାପତି କହିଛନ୍ତି, ରାଜ୍ୟର ବୃହତର ସ୍ୱାର୍ଥ ପାଇଁ ନବୀନଙ୍କ ସହ ଆଲୋଚନା ଜରୁରୀ । ବିଜେଡି ଓ କଂଗ୍ରେସର ବିଧାୟକଙ୍ଗକ ସଂଖ୍ୟାକୁ ମିଶାଇଲେ ସମ୍ଭାବନା ଦେଖାଦେଉଛି । ସମ୍ଭାବନାକୁ ନେଇ ରାଜନୀତିରେ ଚେଷ୍ଟା କରିବା ଅପରାଧ ନୁହଁ । ତେଣୁ ଦଳର ମର୍ଯ୍ୟାଦା ପାଇଁ କଂଗ୍ରେସ ଲଢ଼େଇ କରିବା ବୋଲି ଭକ୍ତ ଚରଣ ଦାସ କହିଛନ୍ତି ।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ଓଡ଼ିଶାରେ ରାଜ୍ୟସଭା ଆସନ ଖାଲି, ରାଜନୈତିକ ବିଶ୍ଳେଷକମାନେ ଆଶ୍ଚର୍ଯ୍ୟ | Achira News