ରାଉରକେଲା,୦୫/୦୫: ନିଶା କବଳିତ ହେଉଛି ସୁନ୍ଦରଗଡ଼ । ବୌଦ୍ଧ, କନ୍ଧମାଳ ଓ କୋରାପୁଟରୁ ଗଳାବାଟ ଦେଇ ଜିଲ୍ଲାକୁ ପଶୁଛି ଗଞ୍ଜେଇ । ରାଉରକେଲା ଭଳି ସହରର ଗଳିକନ୍ଦିରେ ବ୍ରାଉନସୁଗର ଭାସୁଛି । ସ୍ଲିପର ସେଲ୍ ମାଧ୍ୟମରେ ମାଫିଆମାନେ ଲକ୍ଷ ଲକ୍ଷ ଟଙ୍କାର ବେପାର କରୁଛନ୍ତି । ହେଲେ ଅବକାରୀ ବିଭାଗ କିମ୍ବା ପୁଲିସ୍ ଜାଣିପାରୁନି । ଶିଥିଳ ଚଢ଼ଉ ପାଇଁ ଗତ ୭ବର୍ଷରେ ମାତ୍ର ୬ କ୍ୱିଣ୍ଟାଲ ଗଞ୍ଜେଇ ଧରାପଡ଼ିବା ଏହାକୁ ସ୍ପଷ୍ଟ କରୁଛି । କେବଳ ଏତିକି ନୁହେଁ³ ସହରର ନାଲାରୋଡ୍ ବ୍ରାଉନ୍ସୁଗର କାରବାରର ପେଣ୍ଠସ୍ଥଳୀ ପାଲଟିଛି । ସେଠାରୁ ସହରର ବିଭିନ୍ନ ଅଞ୍ଚଳକୁ ପାଉଡର ଚାଲାଣ ହେଉଛି । ଏହି କାର୍ଯ୍ୟରେ ସ୍ୱତନ୍ତ୍ର ଏଜେଣ୍ଟ ନିୟୋଜିତ ହେଉଛନ୍ତି । ଏକଥା ଊଣା ଅଧିକେ ସମସ୍ତେ ଜାଣିଛନ୍ତି । ଅଥଚ ବ୍ରାଉନସୁଗର ଜବତ ପରିମାଣ ଅତି ନଗଣ୍ୟ । ଗତ ୭ବର୍ଷରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୭ କ୍ୱିଣ୍ଟାଲ ୮୭ କେଜି ଗଞ୍ଜେଇ ଜବତ କରାଯାଇଛି । ଏହି ତଥ୍ୟ ବୟାନ କରୁଛି ଜିଲ୍ଲାରେ ସବୁଜ ଜହର କିଭଳି କାୟାବିସ୍ତାର କରିବାରେ ଲାଗିଛି । ତଥ୍ୟ ଅନୁସାରେ, ୨୦୧୮-୧୯ ଆର୍ଥିକ ବର୍ଷରେ ୭୪.୫ କେଜି ଗଞ୍ଜେଇ ଜବତ ହୋଇଥିଲା । ୨୦୧୯-୨୦ରେ ୯୮.୭ କେଜି, ୨୦୨୦-୨୧ରେ ୨୭.୮ କେଜି ଗଞ୍ଜେଇ ଜବତ କରାଯାଇଛି । ୨୦୨୧-୨୨ ୬୫.୪ କେଜି, ୨୦୨୨-୨୩ରେ ୧୪୧.୨ କେଜି ଗଞ୍ଜେଇ ଜବତ ହୋଇଥିଲା । ୨୦୨୩-୨୪ ଆର୍ଥିକ ବର୍ଷରେ ସୁନ୍ଦରଗଡ଼ ଜିଲ୍ଲାରୁ ୧୮୩.୪ କେଜି, ୨୦୨୪-୨୫ରେ ୫୧.୮ କେଜି ଏବଂ ୨୦୨୫-୨୬ ଆର୍ଥିକ ବର୍ଷର ଅକ୍ଟୋବର ସୁଦ୍ଧା ୭୨.୧ କେଜି ଗଞ୍ଜେଇ ଜବତ କରାଯାଇଥିବା ସରକାରୀ ତଥ୍ୟରେ ଉଲ୍ଳେଖ ରହିଛି । ଏହି ୭ବର୍ଷରେ ଜିଲ୍ଲାର କୌଣସି ଅଞ୍ଚଳରୁ ବ୍ରାଉନ୍ସୁଗର ଜବତ ହୋଇ ନ ଥିବା ସରକାରୀ ତଥ୍ୟ କହୁଛି । ଚଳିତ ବର୍ଷ ଏପ୍ରିଲ ୧୦ରେ ଗୋପବନ୍ଧୁପାଲି ଅଞ୍ଚଳରୁ ପ୍ଲାଣ୍ଟସାଇଟ୍ ଥାନା ପୁଲିସ୍ ୨୭ ଗ୍ରାମ ୭୪ମିଲିଗ୍ରାମ ବ୍ରାଉନ୍ସୁଗର ଜବତ କରିଥିଲା । ଦୁଇ ମାସ ପୂର୍ବେ ସେକ୍ଟର-୭ ପୁଲିସ୍ ୭.୧୨ ଗ୍ରାମ ବ୍ରାଉନସୁଗର ଜବତ କରିବା ସହିତ ଜଣଙ୍କୁ ଗିରଫ କରିଥିଲା । ବ୍ରାଉନ୍ସୁଗର ବିକ୍ରି କରିବା ଅଭିଯୋଗରେ ସେକ୍ଟର-୩ ଥାନା ପୁଲିସ୍ ଆଜି(ସୋମବାର) ଜଣଙ୍କୁ କୋର୍ଟ ଚାଲାଣ କରିଛି । ଗତକିଛି ଦିନ ପୂର୍ବ ରାଉରକେଲା ରେଲୱେ ଷ୍ଟେସନର ପାର୍ସଲ କାର୍ଯ୍ୟାଳୟ ପରିସରରୁ ଗଞ୍ଜେଇ ଜବତ କରିଥିଲା ଜିଆର୍ପି । ବାହାର ଜିଲ୍ଲାରୁ ବସ୍, ଟ୍ରେନ୍ ମାଧ୍ୟମରେ ସହରକୁ ଗଞ୍ଜେଇ ଆସୁଛି । ଆହୁରି ପଢନ୍ତୁ-ମଣିଷଙ୍କ ଭଳି ପ୍ରାଣୀଧନଙ୍କୁ ବି ମିଳିବ ହୋମିଓପାଥି ଚିକିତ୍ସା,ଓୟୁଏଟି-ସିସିଆରଏଚ୍ ପ୍ରୟାସରେ ୩ ଗବେଷଣାକୁ ଅନୁମତି ମହଜୁଦ୍ ଗଞ୍ଜେଇ ରାଜ୍ୟ ବାହାରକୁ ଚାଲାଣ ହେଉଛି । ସେହିପରି ସହରର ବିଭିନ୍ନ ଅଞ୍ଚଳରେ ଖୋଲାଖୋଲି ବିକ୍ରି ହେଉଛି ବ୍ରାଉନ୍ସୁଗର । କୋଲକାତାରୁ ଗଳାବାଟ ଦେଇ ବ୍ରାଉନ୍ସୁଗର ସହରକୁ ଆସୁଛି । ହେଲେ ଆଖିଦୃଶିଆ ଚଢ଼ଉ ହେଉନି କିମ୍ବା ଧରାପଡୁନି । ଡ୍ରଗ୍ସ ଓ ଗଞ୍ଜେଇ କାରବାରକୁ ବନ୍ଦ କରିବା ପାଇଁ ସରକାର ନିରନ୍ତର ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ଦୃଢ ପଦକ୍ଷେପ ନେଉଥିବା ମନ୍ତ୍ରୀ କହୁଛନ୍ତି । କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାରେ ନିଶାର ପେଣ୍ଠସ୍ଥଳୀ ପାଲଟିଛି । ଅବକାରୀ ଗୁଇନ୍ଦା ବିଫଳତାରୁ ଜିଲ୍ଲାରେ ନିଶା କାରବାର ବଢୁଥିବା ଚର୍ଚ୍ଚା ହେଉଛି । ରାଉରକେଲା ଏସ୍ପି ନିତେଶ ୱାଧୱାନୀ କହିଛନ୍ତି ନିଶା କାରବାର ରୋକିବା ଲାଗି ପଦକ୍ଷେପ ନିଆଯାଉଛି । ବିଶେଷ ଭାବେ ଯୁବପିଢି ବ୍ରାଉନ୍ସୁଗର ଭଳି ନିଶା ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି । ସହରରେ ବ୍ରାଉନ୍ସୁଗର ବିକ୍ରି ହେଉଥିବା ଗୁଇନ୍ଦା ସୂଚନା ଆଧାରରେ ବ୍ୟବସାୟୀ ଓ ଚାଲାଣକାରୀଙ୍କୁ ଗିରଫ କରାଯିବା ସହିତ ବ୍ରାଉନ୍ସୁଗର ଜବତ କରାଯାଉଛି ।
ଓଡ଼ିଶାର ସୁନ୍ଦରଗଡରେ ନିଶା କାରବାର ବୃଦ୍ଧି ମାଫିଆ ଏବଂ ଚୋରାଚାଲାଣ ବ୍ୟାପକ
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.