Achira News Logo
Achira News

ଓଡ଼ିଶାର ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଥମ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମେସିନ ଲର୍ଣ୍ଣିଂ ଲ୍ୟାବ ପ୍ରତିଷ୍ଠା କରିଛି।

Dharitri
ଓଡ଼ିଶାର ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଥମ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମେସିନ ଲର୍ଣ୍ଣିଂ ଲ୍ୟାବ ପ୍ରତିଷ୍ଠା କରିଛି।
Full News
Share:

ଭୁବନେଶ୍ୱର, ୨୫ା୧: ସମଗ୍ର ବିଶ୍ୱ ଏବେ କୃତ୍ରିମ ବୁଦ୍ଧିମତ୍ତା(AI) ପଛରେ ଦୌଡ଼ିବାରେ ଲାଗିଛି। ଏହି ଦୋୖଡରେ ଏବେ ଓଡିଶାର ଶିକ୍ଷା ବ୍ୟବସ୍ଥା ସାମିଲ ହେବାକୁ ଯାଉଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଓଡ଼ିଶାର ପ୍ରଥମ (AI) ଏବଂ ମେସିନ୍ ଲର୍ନିଂ ଲ୍ୟାବ୍ ପ୍ରତିଷ୍ଠା ହେବାକୁ ଯାଉଛି। ଏହି ଅତ୍ୟାଧୁନିକ ପ୍ରକଳ୍ପ ରାଜ୍ୟର ବୈଷୟିକ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ କରିବ। ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତାରେ ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ରବିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି AI ଏବଂ ML ଲ୍ୟାବ୍‌ର ଶିଳାନ୍ୟାସ କରିଛନ୍ତି। ଏହାସହ ସେ SUIIT ପରିସରରେ ଏକ ନୂତନ ଇନଡୋର ବ୍ୟାଡମିଣ୍ଟନ ଷ୍ଟାଡିୟମର ଉଦଘାଟନ ମଧ୍ୟ କରିଛନ୍ତି। ଏହି ଲ୍ୟାବ୍ ପ୍ରତିଷ୍ଠା ହେବା ଫଳରେ ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ନୂତନ ପିଢ଼ିର କୃତ୍ରିମ ବୁଦ୍ଧିମତା ଏବଂ ମେସିନ୍ ଲର୍ନିଂ ଭଳି ଜ୍ଞାନକୌଶଳରେ ଦକ୍ଷତା ହାସଲ କରିପାରିବେ।

Disclaimer: This content has not been generated, created or edited by Achira News.
Publisher: Dharitri

Want to join the conversation?

Download our mobile app to comment, share your thoughts, and interact with other readers.

ଓଡ଼ିଶାର ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଥମ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମେସିନ ଲର୍ଣ୍ଣିଂ ଲ୍ୟାବ ପ୍ରତିଷ୍ଠା କରିଛି। | Achira News