ଖଣ୍ଡଗିରି:ଘରଭଡ଼ାନେଇ ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ୟୁଏଚ୍ଡବ୍ଲ୍ୟୁସି)ରେ ଉପୁଜିଥିବା ଅଡ଼ୁଆ ତୁଟିଛି। ପୂର୍ବଭଳି ଜାତୀୟ ସ୍ୱାସ୍ଥ୍ୟ ମିସନ(ଏନ୍ଏଚ୍ଏମ୍)ର ଟଙ୍କାରେ ଏହି କେନ୍ଦ୍ର ଚାଲିବ ବୋଲି ସ୍ଥିର ହୋଇଛି। ପରବର୍ତ୍ତି ସମୟରେ ସମ୍ପୂର୍ଣ୍ଣ ସୁବିଧା ଥିବା,ସରକାରୀକୋଠା ଓ ପାଖ ସ୍ଥାନ ହେଲେ ସେଠାରେ ଏହି ୟୁଏଚ୍ଡବ୍ଲ୍ୟୁସିର ସ୍ଥାନ ପରିବର୍ତ୍ତନ ହେବ। ତେବେ ଲକ୍ଷ୍ମୀସାଗର କେନ୍ଦ୍ର, ବଡ଼ଗଡ଼ କେନ୍ଦ୍ର ଓ ଚକେଇସିଆଣି କେନ୍ଦ୍ର ସ୍ଥାନାନ୍ତରଣ ପାଇଁ ଯୋଜନା ଚାଲିଛି। Patient: ଶିଶୁ ଓ ଅସ୍ଥିଶଲ୍ୟ ବିଭାଗରେ ରୋଗୀ ହନ୍ତସନ୍ତ ୨ମାସ ତଳେ ଭଡ଼ାଘରେ ଚାଲୁଥିବା ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ୟୁଏଚ୍ଡବ୍ଲ୍ୟୁସି)କୁ ଘରଭଡ଼ା ଟଙ୍କା ସ୍ବାସ୍ଥ୍ୟ ବିଭାଗ ଆଉ ଦେବ ନାହିଁ ବୋଲି ସ୍ବାସ୍ଥ୍ୟବିଭାଗ ସମସ୍ତ କେନ୍ଦ୍ରକୁ ଅବଗତ କରାଇଥିଲେ। ଭଡ଼ାଘରେ ଚାଲିଥିବା କେନ୍ଦ୍ରଗୁଡ଼ିକୁ ମାର୍ଚ୍ଚ ମାସ ପୂର୍ବରୁ କୌଣସି ବରିଷ୍ଠ ନାଗରିକ ସଂଘ, କମ୍ୟୁନିଟି ହଲ୍ ଭଳି ସର୍ବସାଧାରଣ ବ୍ୟବହାର ସ୍ଥାନକୁସ୍ଥାନାନ୍ତରକରିବାକୁ କୁହାଯାଇଥିଲା। ଏହି ସ୍ଥାନାନ୍ତରିତ ପରେ ଲୋକଙ୍କୁ ଉଚିତ ସେବା ନ ମିଳିବା ନେଇ ଆଶଙ୍କା ପ୍ରକାଶ ପାଇବା ପରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍ସ) ପକ୍ଷରୁ ସ୍ବାସ୍ଥ୍ୟସେବା କିଭଳି ପ୍ରଭାବିତ ନହେବ ସେ ନେଇ ଯୋଜନା ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ବିକଳ୍ପ ପାଉ ନଥିବା ୪ଟି ୟୁଏଚ୍ଡବ୍ଲ୍ୟୁସିର ଘରଭଡ଼ା ବାବଦ ଟଙ୍କା ବିଏମ୍ସି ଦେବାକୁ ମଧ୍ୟ ସ୍ଥିର କରିଥିଲା। ହେଲେ ଏ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବା ଓ କେନ୍ଦ୍ରର ସ୍ଥାୟିିିତ୍ବ ନେଇ ଅନିଶ୍ଚିତତା ଦେଖା ଦେବାରୁ, ଏବ ବିବାଦ ତୁଟିଛି। ନ୍ଏଚ୍ଏମ୍)ର ଟଙ୍କାରେ ଏହି କେନ୍ଦ୍ର ଚାଲିବ ବୋଲି ସ୍ଥିର ହୋଇଛି। ଏବେବରମୁଣ୍ଡାରେଣ୍ଟାଲ କଲୋନି, ଭିଏସ୍ଏସ୍ନଗର, ସାମନ୍ତରାପୁର ଓ ଆଚାର୍ଯ୍ୟବିହାର କେନ୍ଦ୍ରର ନିଜସ୍ୱ ଘର ରହିଛି। ଅନ୍ୟ ୧୪ଟି କେନ୍ଦ୍ର ଯଥା, ଲକ୍ଷ୍ମୀସାଗର, ଆଇଗିଣିଆ, ବଡ଼ଗଡ଼ ଶବରସାହି, ଚକେଇସିଆଣି, ପଳାସପଲ୍ଲୀ, ସୁନ୍ଦରପଦା, କଳିଙ୍ଗବିହାର, ସେକ୍ଟର -୫ ନୀଳାଦ୍ରିବିହାର, ପାତ୍ରପଡ଼ା, ଶ୍ରୀବିହାର, ହଂସପାଳ, ପଳାଶୁଣୀ, କଳାରାହାଙ୍ଗ, ଫକିରମୋହନନଗରରେ ଭଡ଼ାଘରେ ଚାଲିଛି। ଏହାର ଭଡ଼ା ବାବଦକୁ ବିଭାଗ ୨,୫୮୧୦୦ ଖର୍ଚ୍ଚ ଦେଉଛି। ତେବେ ଲକ୍ଷ୍ମୀସାଗର କେନ୍ଦ୍ରଟି ୱାର୍ଡ ଅଫିସ୍କୁ, ବଡ଼ଗଡ଼ କେନ୍ଦ୍ର ଏକ ସରକାରୀ ପୁରୁଣା ସ୍କୁଲ୍କୁ, ଚକେଇସିଆଣି କେନ୍ଦ୍ର ଏକସରକାରୀକୋଠାକୁ ସ୍ଥାନାନ୍ତରଣ ପାଇଁ ଯୋଜନା ଚାଲିଛି। ଯଦି କାହାର ଆପତ୍ତି ନରୁହେ ତେବେ ଆଗାମୀ ୩ ମାସ ମଧ୍ୟରେ ଏହି କେନ୍ଦ୍ରର ସ୍ଥାନ ପରିବର୍ତ୍ତନ ହେବ। Hitler-Zilensky: କିମାଶ୍ଚର୍ଯ୍ୟମ୍: ଫ୍ରାନ୍ସରେ ହିଟ୍ଲର-ଜିଲେନ୍ସ୍କି ମୁହାଁମୁହିଁ ଏ ନେଇ ସହରାଞ୍ଚଳ ଜନସ୍ବାସ୍ଥ୍ୟଅଧିକାରୀଡା. ନୀଳମଣି ସେନାପତି କହିଛନ୍ତି, ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ସବୁଠାରୁ ଭଲ ସ୍ଥାନ ବଛାଯାଇ କେନ୍ଦ୍ର ସ୍ଥାନାନ୍ତର କରାଯିବାକୁ ଯୋଜନା ହୋଇଥିଲା। କିନ୍ତୁ କିଛି ଅବ୍ୟବସ୍ଥା ଦେଖାଦେବାରୁ , ବିଭାଗପୂର୍ବପରିଭଡ଼ାଘରେ ଚାଲିଥିବା କେନ୍ଦ୍ର ପାଇଁ ଆବଶ୍ୟକ ଘରଭଡ଼ା ଏନ୍ଏଚ୍ଏମ୍ ଯୋଗାଇଦେବ ବୋଲି ସ୍ଥିର ହୋଇଛି।
ଓଡ଼ିଶାରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରର ପାଣ୍ଠି ଯୋଗାଣ ସମସ୍ୟାର ସମାଧାନ
Sambad•
%2Fsambad%2Fmedia%2Fmedia_files%2F2026%2F03%2F20%2Funtitled-9-2026-03-20-07-34-43.jpg&w=3840&q=75)
Full News
Share:
Disclaimer: This content has not been generated, created or edited by Achira News.
Publisher: Sambad
Want to join the conversation?
Download our mobile app to comment, share your thoughts, and interact with other readers.