Achira News Logo
Achira News

କେଓନଝାର ଜିଲ୍ଲାରେ ଡକାୟତି ଘଟଣା ତେଲ୍କୋଇ ଥାନା ଅଞ୍ଚଳରେ ଏକାଧିକ ଘର ଉପରେ ଆକ୍ରମଣ

Prameya
କେଓନଝାର ଜିଲ୍ଲାରେ ଡକାୟତି ଘଟଣା ତେଲ୍କୋଇ ଥାନା ଅଞ୍ଚଳରେ ଏକାଧିକ ଘର ଉପରେ ଆକ୍ରମଣ
Full News
Share:

ତେଲକୋଇ,୩/୨ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କାଳିଆ ହତା ଫାଣ୍ଡି ଅଧୀନ ବେଣାମୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ସିରିଜ୍ ଡକାୟତି ହୋଇଛି । ଦୁଇଟି ପରିବାରରେ ଦୁର୍ବୃତ୍ତମାନେ କଳକନା ବୁଲାଇ ଚମ୍ପପଟ ମାରିଛନ୍ତି । ଖବରପାଇ ତେଲକୋଇ ପୁଲିସ ତଦନ୍ତ ଆରମ୍ଭ କରିବା ସହ ବିଭିନ୍ନ ସ୍ଥାନରେ ବ୍ଲକିଂ ଚେକିଂ ଜାରି ରଖିଛି । ସନ୍ଧାନି କୁକୁର ଓ ସାଇଣ୍ଟଫିକ୍ ଦଳ ଆସିବା ନେଇ ସୂଚନା ମିଳିଛି । ଏହି ଡକାୟତିରେ ପାଖାପାଖି ୧୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ରୂପା ଅଳଙ୍କାର ଚୋରି ହୋଇଥିବା ଜଣାପଡ଼ିଛି । ବେଣାମୁଣ୍ଡା ଗ୍ରାମ ମାଟିଆ ମୁଣ୍ଡା ସାହିର ରାମଚନ୍ଦ୍ର ମୁଣ୍ଡା ଓ ବେଣାମୁଣ୍ଡା ଗ୍ରାମର ଅକ୍ଷୟ ବେହେରାଙ୍କ ଘରୁ ଏହି ଡକାୟତି ହୋଇଥିବା ଅଭିଯୋଗ ହୋଇଛି । ରାମଚନ୍ଦ୍ର ଓଡ଼ିଶା ପୁଲିସରେ କାର୍ଯ୍ୟ କରୁଥିବାବେଳେ ଅକ୍ଷୟ ଜଣେ ଆଇନଜୀବି । ତେବେ କେନ୍ଦୁଝର ଜିଲ୍ଲାରେ ଏଇ ଦୁଇ ଦିନ ମଧ୍ୟରେ ଖିରେଇ ଟାଙ୍ଗିରୀ, ବାୟା ପଣ୍ଡାଧରରେ ସସସ୍ତ୍ର ଡକାୟତି ହୋଇଥିବାବେଳେ ଆଜି ପୁଣି ତେଲକୋଇ ଥାନା ଅଂଚଳର ଏହି ସିରିଜ୍ ଡକାୟତି ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି ।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

କେଓନଝାର ଜିଲ୍ଲାରେ ଡକାୟତି ଘଟଣା ତେଲ୍କୋଇ ଥାନା ଅଞ୍ଚଳରେ ଏକାଧିକ ଘର ଉପରେ ଆକ୍ରମଣ | Achira News