Achira News Logo
Achira News

କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ବାରମ୍ବାର ଅନୁପ୍ରବେଶକୁ ଓଡ଼ିଶା ନିନ୍ଦା କରିଛି।

Prameya
କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ବାରମ୍ବାର ଅନୁପ୍ରବେଶକୁ ଓଡ଼ିଶା ନିନ୍ଦା କରିଛି।
Full News
Share:

ଭୁବନେଶ୍ଵର, ୦୪/୦୨ : କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ ପ୍ରସଙ୍ଗରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା। କହିଲେ, କୌଣସି ସ୍ଥାନରେ ବିଶୃଙ୍ଖଳା ସୃଷ୍ଟି କରିବା ଅପରାଧ। ଓଡ଼ିଶା ସଂସଦୀୟ ଗଣତନ୍ତ୍ରରେ ବିଶ୍ୱାସ କରେ। ଅନେକ ଅସ୍ତ୍ର ଅଛି, ଏକା ଥରକେ ବ୍ରହ୍ମାସ୍ତ୍ର କାହିଁକି ଛାଡିବା ? ଆନ୍ଧ୍ର ଆମର ଅମାନିଆ ଭାଇ... ଆମେ ବୁଝାଉଛୁ, ମନାଉଛୁ। ଯଦି ସେମାନେ ଆୟୁର୍ବେଦିକ ଓ ହୋମିଓପାଥି ଔଷଧରେ ନବୁଝିବେ ତାହେଲେ ଆମେ ଏଲୋପାଥି ଦେବା। ରାଜସ୍ଵ ମନ୍ତ୍ରୀ କହିଛନ୍ତି ଯେ, ଏହା ଭିତରେ ଆନ୍ଧ୍ର ଅନୁପ୍ରବେଶର ଏହା ତୃତୀୟ ଘଟଣା। ପ୍ରଥମ ଓ ଦ୍ଵିତୀୟ ଘଟଣାରେ ଲୋକେ ପ୍ରଶାସନର ସହଯୋଗରେ ସେମାନଙ୍କୁ ସୀମା ବାହାରକୁ ତଡ଼ି ଦେଲେ । ଏହା ସତ୍ତ୍ୱେ ମଧ୍ୟ ସେମାନେ ଜାଣି ସାରିଲେଣି ଯେ ସୀମା ବିବାଦ ପ୍ରସଙ୍ଗରେ ଲୋକ ସେମାନଙ୍କ ସହ ନାହାନ୍ତି । ତେଣୁ ହଟଚମଟ୍ଟ ସୃଷ୍ଟି କରିବା ପାଇଁ ଏବଂ ଲୋକଙ୍କୁ ବିଚଳିତ କରିବା ପାଇଁ ଆନ୍ଧ୍ର ଏଭଳି କରୁଛି। କୋଟିଆବାସୀ ଅନୁଭବ କଲେଣି ଯେ ସେମାନେ ଓଡ଼ିଶାର ଅଧିବାସୀ ଏବଂ ଓଡ଼ିଆ। ଅନୁପ୍ରବେଶ ବିରୋଧରେ କ'ଣ ଆଇନଗତ ପଦକ୍ଷେପ ନେଇ ହେବ ତାହା ଅଧ୍ୟୟନ କରାଯାଉଛି। କୌଣସି ଜାଗାରେ ବିଶୃଙ୍ଖଳା ସୃଷ୍ଟି କରିବା ମଧ୍ୟ ଆଇନ ଅନୁସାରେ ଅପରାଧ। ଏହି ଖବରଟିକୁ ପଢନ୍ତୁ-ହ୍ଵାଟ୍ସ‌ଆପରେ ୨୪ ଘଣ୍ଟିଆ ରାଜସ୍ଵ ସେବା, ମନ୍ତ୍ରୀଙ୍କୁ କରିପାରିବେ ସିଧାସଳଖ ଅଭିଯୋଗ, ଦୁର୍ନୀତି କରିଥିଲେ ଆକ୍ସନ୍...

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ବାରମ୍ବାର ଅନୁପ୍ରବେଶକୁ ଓଡ଼ିଶା ନିନ୍ଦା କରିଛି। | Achira News