Achira News Logo
Achira News

କେନ୍ଦ୍ର ବଜେଟ୍ 2023: ଓଡ଼ିଶାରେ ଭିତ୍ତିଭୂମି ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହନ

Prameya
କେନ୍ଦ୍ର ବଜେଟ୍ 2023: ଓଡ଼ିଶାରେ ଭିତ୍ତିଭୂମି ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହନ
Full News
Share:

ଭୁବନେଶ୍ବର,୧।୨: ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ କରିଛନ୍ତି। ଏହାକୁ ଭାରତୀୟ ଶିଳ୍ପ ସଂଘ ପକ୍ଷରୁ ପ୍ରଶଂସା କରାଯାଇଛି। ସାମ୍ବାଦିକ ସମ୍ମିଳନୀ କରି ସଂଘ ପକ୍ଷରୁ କୁହାଯାଇଛି ଏହା ଏକ ଭଲ ବଜେଟ ଏବଂ ଓଡିଶା ପାଇଁ ମଧ୍ୟ ଅନେକ ଗୁରୁତ୍ୱ ବହନ କରୁଛି। ଏଥର ଭିତ୍ତିଭୂମି ପାଇଁ ବଜେଟ ପରିମାଣ ୧୨.୨ ଲକ୍ଷ କୋଟି ହୋଇଛି, ଯାହା ଗତ ବର୍ଷ ଠାରୁ ଲକ୍ଷେ କୋଟି ଅଧିକ। ଏହାଦ୍ୱାରା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ସହ ଆତ୍ମନିର୍ଭର ଭାରତ ସେକ୍ଟର ଅଧିକ ପ୍ରାଧାନ୍ୟ ମିଳିଥିବାରୁ ଏ କ୍ଷେତ୍ରରେ ମଧ୍ୟ ନିଯୁକ୍ତି ବଢିବ। ଟେକ୍ସଟାଇଲ, ପର୍ଯ୍ୟଟନ, ସ୍ୱାସ୍ଥ୍ୟ ଏବଂ ଏମଏସଏମଇ ସେକ୍ଟରକୁ ଗୁରୁତ୍ୱ ଦିଆଯାଇଛି। ଏହି ଚାରୋଟି ସେକ୍ଟରରେ ଅଧିକରୁ ଅଧିକ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇପାରିବ। ଓଡିଶା ପାଇଁ ରେୟାର ଆର୍ଥ କରିଡର, ଜଳପଥର ବିସ୍ତାର ପାଇଁ ଓଡ଼ିଶାରେ ଅନେକ ସୁଯୋଗ ରହିଛି। ବେଳାଭୂମି, ଅଲିଭ ରିଡ଼ଲେ କଇଁଛ, ଚିଲିକାରେ ପର୍ଯ୍ୟଟନ ଶିଳ୍ପ ବୃଦ୍ଧିର ସୁଯୋଗ ଥିବାରୁ ଏ କ୍ଷେତ୍ରରେ ଅଧିକ ପୁଞ୍ଜି ଆସିବାର ସମ୍ଭାବନା ରହିଛି। ସାରା ଦେଶରେ ଓଡିଶା ପୁଞ୍ଜି ନିବେଶ କ୍ଷେତ୍ରରେ ୨ ନମ୍ବରରେ ଅଛି। ଗଞ୍ଜାମର ଗୋପାଳପୁର ଠାରୁ ପୁରୀର ବ୍ରହ୍ମଗିରି ଯାଏଁ ବେଳାଭୂମି କଡେ କଡେ ରେୟାର ଆର୍ଥ କ୍ଷେତ୍ରରେ ଅନେକ ସୁଯୋଗ ରହିଛି। ଅର୍ଥମନ୍ତ୍ରୀ ବଜେଟ ଅଭିଭାଷଣରେ ଓଡ଼ିଶାର ନାମ ବାରମ୍ବାର ଉଲ୍ଲେଖ କରିବା ଏବଂ ପୂର୍ବଦୟର ବିକାଶ ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଥିବାରୁ ଓଡିଶା ଏହାଦ୍ୱାରା ଲାଭବାନ ହେବ । ସେହିପରି ଏମଏସଏମଇ କ୍ଷେତ୍ରରେ ଅର୍ଥମନ୍ତ୍ରୀ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି। ୧୦ ହଜାର କୋଟିର ସ୍ୱତନ୍ତ୍ର ଫଣ୍ଡ କରିଥିବାରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଙ୍କୁ ଫାଇଦା ମିଳିବ ଏବଂ ନିଯୁକ୍ତି ଅଧିକ ସୃଷ୍ଟି କରିବ ବୋଲି ସିଆଇଆଇ ପକ୍ଷରୁ କୁହାଯାଇଅଛି। ​​​​​​​ଆହୁରି ପଢନ୍ତୁ :ବଜେଟରେ ନିର୍ବାଚନୀ ରାଜ୍ୟକୁ ଭେଟି, ଜାଣନ୍ତୁ ତାମିଲନାଡୁ, ବଙ୍ଗ, କେରଳ ଏବଂ ଆସାମକୁ କ'ଣ ମିଳିଲା ?

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

କେନ୍ଦ୍ର ବଜେଟ୍ 2023: ଓଡ଼ିଶାରେ ଭିତ୍ତିଭୂମି ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହନ | Achira News