Achira News Logo
Achira News

କାନ୍ଧମାଲ ଜିଲ୍ଲାରେ ତୁଷାର 2026 ଶୀତକାଳୀନ ମହୋତ୍ସବର ଉଦଘାଟନ

Dharitri
କାନ୍ଧମାଲ ଜିଲ୍ଲାରେ ତୁଷାର 2026 ଶୀତକାଳୀନ ମହୋତ୍ସବର ଉଦଘାଟନ
Full News
Share:

ଜି.ଉଦୟଗିରି, ୩।୨(ଚିନ୍ମୟ କୁମାର ସେଠି): କନ୍ଧମାଳ ଜିଲା ଜି.ଉଦୟଗିରି ସହରର ଶ୍ରୀରାମପଦା ସ୍ଥିତ କଳିଙ୍ଗ ମିନି ଷ୍ଟାଡିୟମରେ ୫ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଜି.ଉଦୟଗିରି ଶୀତ ମହୋତ୍ସବ “ତୁଷାର ୨୦୨୬” ହଜାର ହଜାର ଲୋକଙ୍କ ଉପସ୍ଥିତି ସହ ବର୍ଣ୍ଣାଢ୍ୟ ପରିବେଶରେ ଉଦଘାଟିତ ହୋଇଯାଇଛି। ଉତ୍ସବ କମିଟି ର ସଭାପତି ଜ୍ଞାନ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମାଚାରଣ ମଲିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲା ପରିଷଦ ଉପାଧ୍ୟକ୍ଷ ସାଧବାଣୀ ନାୟକ, ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ, ଏନଏସି ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତପଥୀ, ଜିଲା ପରିଷଦ ସଭ୍ୟା ଲିଲିମା ପ୍ରଧାନ, ସ୍ଥାନୀୟ ବିଡ଼ିଓ ସତ୍ୟନାରାୟଣ ମିଶ୍ର, ଏନଏସି ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର,ତହସିଲଦାର ରଞ୍ଜନ ସାହୁ, ସ୍ଥାନୀୟ ଆଇଆଇସି ବିଜୟ କୁମାର ସ୍ୱାଇଁ ଏବଂ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶିଶିର ପଟ୍ଟନାୟକ ଯୋଗ ଦେଇ ପ୍ରଥମେ ଜଗତର ନାଥ ମହାପ୍ରଭୁ ଜଗନ୍ନାଥ ପ୍ରତିମୂର୍ତ୍ତୀ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ଅତିଥି ମାନେ ଶୀତ ମହୋତ୍ସବ ତୁଷାର ସଂସ୍କୃତି ପରମ୍ପରା ର ମିଳନ ସ୍ଥଳ ରେ ଭାଇଚାରା ର ଅପୂର୍ବ ମିଳନ ଶୀତୁଆ ସନ୍ଧ୍ୟାକୁ ସମସ୍ତ ଅଞ୍ଚଳବାସୀ ବହୁସଂଖ୍ୟାରେ ଉପସ୍ଥିତ ରହି ଉପଭୋଗ କରିଥିଲେ। ସ୍ଥାନୀୟ ବରାଳ ଦେବୀ ମନ୍ଦିର ରୁ ପୂଜାର୍ଚନା ପରେ ମହୋତ୍ସବ ମଶାଲ ଶୋଭାଯାତ୍ରାରେ କଳାହାଣ୍ଡି କଟାପାଙ୍କ ଅଭିନୟ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା। ଏହି ମହୋତ୍ସବ ଜି.ଉଦୟଗିରି ଅଞ୍ଚଳରେ ପ୍ରଥମ ଥର ଆୟୋଜିତ ହୋଇଥିବା ବେଳେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।

Disclaimer: This content has not been generated, created or edited by Achira News.
Publisher: Dharitri

Want to join the conversation?

Download our mobile app to comment, share your thoughts, and interact with other readers.

କାନ୍ଧମାଲ ଜିଲ୍ଲାରେ ତୁଷାର 2026 ଶୀତକାଳୀନ ମହୋତ୍ସବର ଉଦଘାଟନ | Achira News