କପ୍ତିପଦା : ଉପରେ କୋବି ଭିତରେ ଗଞ୍ଜେଇ। କପ୍ତିପଦା ଥାନା ନୂଆସାହି ଭରଡା ଛକ ନିକଟରେ ଗଞ୍ଜେଇ ଭର୍ତ୍ତି ପିକଅପକୁ ମାଡି ବସିଲା ଏନସିବି। କେଉଁଝରରୁ ଏକ ପିକଅପ ଭ୍ୟାନରେ କୋବି ଭିତରେ ଗଞ୍ଜେଇ ବସ୍ତା ରଖି ବାରିପଦା ଆସୁଥିଲା । ଗଞ୍ଜେଇ ସହ ଗାଡିକୁ ସୁରକ୍ଷା ଦେଉଥିବା ଏକ ସ୍କର୍ପିଓକୁ ମଧ୍ୟ ଏନସିବି ଜବତ କରିଛି । ଏହା ସହ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ଘଟଣା ସ୍ଥଳରୁ ଦୁଇ ଜଣ ଗଞ୍ଜେଇ ମାଫିଆ ଖସି ଯାଇଥିବା ଜଣାପଡିଛି । ଜବତ ଗଞ୍ଜେଇର ମୂଲ୍ୟ ୧ କୋଟିରୁ ଅଧିକ ହେବ ।
କାପ୍ତିପାଡ଼ା ଥାନା ନିକଟରେ ଗାଞ୍ଜା ଚୋରାଚାଲାଣ ଉଦ୍ୟମକୁ ବିଫଳ କଲା ଏନ୍ସିବି
Samaja•

Full News
Share:
Disclaimer: This content has not been generated, created or edited by Achira News.
Publisher: Samaja
Want to join the conversation?
Download our mobile app to comment, share your thoughts, and interact with other readers.