ନୂଆଦିଲ୍ଲୀ, ୨/୨ : ଟି-୨୦ ବିଶ୍ବକପରେ ଭାରତ ବିପକ୍ଷ ମ୍ୟାଚ ପାକିସ୍ତାନ ବର୍ଜନ କରିବା ଖବର ସବୁଠି ଚର୍ଚ୍ଚାର ବିଷୟ । ପିସିବିକୁ ଆଇସିସି ସେମାନଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରିବାକୁ କହିଥିବାବେଳେ ପାକିସ୍ତାନ ଏଯାବତ କୌଣସି ନିଷ୍ପତ୍ତି ଶୁଣାଇନାହିଁ । କୁହାଯାଉଛି କି, ପାକିସ୍ତାନ ଯଦି ନିଜ ଜିଦରେ ରହେ ତାହେଲେ ବହୁ କ୍ଷତି ସହିବ । ଆଇସିସି ମଧ୍ୟ ଅନେକ କ୍ଷତି ସହିବ । ତେବେ ଆସନ୍ତୁ ଜାଣନ୍ତୁ ବିଶ୍ବକପ ଇତିହାସରେ କେଉଁମାନେ ପୂର୍ବରୁ ବର୍ଜନ କରିଛନ୍ତି ମ୍ୟାଚ୍ ଏବଂ କଣ ହୋଇଛି କାର୍ଯ୍ୟାନୁଷ୍ଠାନ ? ୧୯୯୬ ମସିହାରେ ଭାରତ,ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଆୟୋଜିତ ହୋଇଥିଲା ବିଶ୍ବକପ । ଯେଉଁଥିରେଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ଶ୍ରୀଲଙ୍କାରେ ମ୍ୟାଚ ଖେଳିବାକୁ ସିଧାସିଧା ମନା କରିଦେଇଥିଲେ । ସେତେବେଳେ ଶ୍ରୀଲଙ୍କାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ୯୧ ଜଣ ପ୍ରାଣ ହରାଇଥିବାବେଳେ ଏଠାରେ ମ୍ୟାଚକୁ ବର୍ଜନ କରିଥିଲେ । ସୁରକ୍ଷା ଚିନ୍ତା ପ୍ରକଟ କରିଥିଲେ ଏହି ଦୁଇ ଦେଶ । ଆଇସିସି ଏମାନଙ୍କ ଦାବି ଶୁଣିଥିଲା । ତଥାପି ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ମାତ୍ର ସେମାନେ ନିଜର ପଏଣ୍ଟ ଛାଡ଼ିଥିଲେ । ସୌଭାଗ୍ୟ ବଶତଃ ସେଥର ଶ୍ରୀଲଙ୍କା ଚାମ୍ପିୟନ ହୋଇଥିଲା । ୨୦୦୩ ବିଶ୍ବକପ ସମୟରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ସେମାନଙ୍କ ମ୍ୟାଚ ବର୍ଜନ କରିଥିଲେ । ଇଂଲଣ୍ଡ ଜିମ୍ବାୱେରେ ସେମାନଙ୍କର ଯୋଜନାବଦ୍ଧ ମ୍ୟାଚ୍ ବର୍ଜନ କରିଥିଲା। ସେତେବେଳେ ଜିମ୍ବାୱେ ରାଜନୈତିକ ଅସ୍ଥିରତା ଅନୁଭବ କରୁଥିଲା, ଯାହା ଫଳରେ ଇଂଲଣ୍ଡ ଉପରେ ମ୍ୟାଚ୍ ବର୍ଜନ କରିବାକୁ ଚାପ ପଡ଼ିଥିଲା । ଶେଷରେ, ମ୍ୟାଚ୍ ର ଗୋଟିଏ ଦିନ ପୂର୍ବରୁ, ସୁରକ୍ଷା ଚିନ୍ତାକୁ ଦର୍ଶାଇ ଇଂଲଣ୍ଡ ଖେଳିବାକୁ ମନା କରିଦେଲା। ନ୍ୟୁଜିଲାଣ୍ଡ ମଧ୍ୟ ସୁରକ୍ଷା ଚିନ୍ତାକୁ ଦର୍ଶାଇ କେନିଆରେ ଖେଳିବାକୁ ମନା କରିଥିଲା । ବାଧ୍ୟହୋଇ ଏମାନେ ଦୁଇ ପଏଣ୍ଟ ଛାଡ଼ିଥିଲେ । ଏବେ ପ୍ରଶ୍ନ ଉଠୁଛି ଭାରତ ବିପକ୍ଷରେ ମ୍ୟାଚକୁ ବର୍ଜନ କରିଛି ପାକିସ୍ତାନ, ଏଣୁ ଏହି ଦଳ ବିପକ୍ଷରେ କଣ ନିଆଯିବ ପଦକ୍ଷେପ । ନାଁ ପୂର୍ବରୁ ଯେଭଳି ଇତିହାସରେ ରହିଛି କେବଳ ପଭଏଣ୍ଟ ଛାଡ଼ିବାକୁ ବାଧ୍ୟ ହେବେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ପାକିସ୍ତାନ ପୂର୍ବରୁ ସୁରକ୍ଷା ଚିନ୍ତା କହିଥିବାବେଳେ ମ୍ୟାଚ ଶ୍ରୀଲଙ୍କାରେ ଖେଳାଯିବାକୁ ରହିଛି । ଭାରତରେ ବାକି ଦଳ ଖେଳୁଥିବାବେଳେ ବାଂଲାଦେଶ ସପକ୍ଷରେ ଏଭଳି ନିଷ୍ପତ୍ତି ନେଉଥିବା ପାକିସ୍ତାନ ବିପକ୍ଷରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି କୁହାଯାଉଛି । ଏହାସହ ପଢ଼ନ୍ତୁ :ଭାରତ ବିପକ୍ଷ ମ୍ୟାଚ ବର୍ଜନ ନିଷ୍ପତ୍ତିକୁ ବଦଳାଇପାରେ ପାକିସ୍ତାନ, ସଙ୍କେତ ଦେଲେ ପୂର୍ବତନ କ୍ରିକେଟର
କ୍ରିକେଟ୍ ଇତିହାସରେ ବୟକଟ୍ ସୁରକ୍ଷା ଚିନ୍ତା କିମ୍ବା ରାଜନୈତିକ ଅସ୍ଥିରତା କାରଣରୁ ଦଳଗୁଡ଼ିକ ଖେଳିବାକୁ ମନା କରିବାର ପୂର୍ବ ଦୃଷ୍ଟାନ୍ତ ଉପରେ ଏକ ନଜର
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.